Screen Time and Teen Brains: ପିଲା ଅଧିକ ସମୟ ମୋବାଇଲ୍ ଦେଖିଲେ, ହୁଏ ଏହି ସବୁ ସମସ୍ୟା

କେବଳ ଯେ ଆଜିର ଯୁବପିଢି ସ୍ମାର୍ଟ ଫୋନ, ଡିଜିଟାଲ୍ ଦୁନିଆରେ ମଗ୍ନ କିମ୍ବା କେବଳ ଯେ ଯୁବପିଢି ହିଁ ଦିନରେ ଅଧିକ ସମୟ ଅନଲାଇନ୍ କିମ୍ବା ସ୍କ୍ରିନକୁ ସ୍କ୍ରଲ୍ କରିବାରେ ବ୍ୟସ୍ତ ରହୁଛନ୍ତି ତା' ନୁହେଁ। ଆଜିର କିଶୋର ମାନେ ମଧ୍ୟ ଦିନର ଅଧିକା°ଶ ସମୟ ସ୍କ୍ରିନକୁ ସ୍କ୍ରଲ୍ କରି କିମ୍ବା ଚାହିଁ ସମୟ ବିତାଉଛନ୍ତି। ଅନେକ ସମୟରେ ମା’-ବାପା ମଧ୍ୟ ନିଜ ବ୍ୟସ୍ତବହୁଳ ଜୀବନରେ ସନ୍ତାନଙ୍କୁ ସମୟ ନଦେଇ ପାରିବା ଏବଂ ସେମାନଙ୍କୁ ବ୍ୟସ୍ତ ରଖିବା ପାଇଁଁ ହାତରେ ସ୍ମାର୍ଟ ଫୋନ୍ ଧରାଇ ଦେଉଛନ୍ତି। କିନ୍ତୁ ଏହା ଯେ ସେହି କିଶୋର ମାନଙ୍କ ମସ୍ତିଷ୍କ ଓ ମାନସିକ ବିକାଶ ଉଭୟଙ୍କୁ ପ୍ରଭାବିତ କରିପାରେ ତାହା ଭାବୁ ନାହାନ୍ତି। ସ୍କୁଲର ଗ୍ରୀଷ୍ମାବକାଶ ସମୟରେ ମା’-ବାପା ଏ ବିଷୟରେ ଆଗୁଆ ସାବଧାନ ହେବା ଉଚିତ।

Screen Time and Teen Brains: ପିଲା ଅଧିକ ସମୟ ମୋବାଇଲ୍ ଦେଖିଲେ, ହୁଏ ଏହି ସବୁ ସମସ୍ୟା
Array