SEBIଙ୍କୁ ମିଳିବେ ନୂଆ ମୁଖ୍ୟ, ଆବେଦନ ମଗାଇଛନ୍ତି ସରକାର
ମୁମ୍ବାଇ ୨୭।୧: ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ (ସେବି)ଙ୍କୁ ଖୁବ୍ ଶୀଘ୍ର ନୂଆ ଚେୟାରପର୍ସନ ଅର୍ଥାତ ଅଧକ୍ଷ ମିଳିବେ। ଭାରତ ସରକାର ସେବି ମୁଖ୍ୟ ପଦବୀ ନିମନ୍ତେ ଆବେଦନ ମଗାଇଛନ୍ତି। ଏଥିପାଇଁ ଆବେଦନ ଦାଖଲ କରିବାର ଶେଷ ତାରିଖ ୧୭ ଫେବୃଆରୀ ୨୦୨୫ ରଖାଯାଇଛି। ଏବେ ମାଧବୀ ପୁରୀ ବୁଚ୍ ସେବି ମୁଖ୍ୟ ଅଛନ୍ତି। ତାଙ୍କ କାର୍ଯ୍ୟକାଳ ଫେବୃଆରୀ ୨୮ ତାରିଖରେ ଶେଷ ହେଉଛି। ମାଧବୀ ପୁରୀ ବୁଚ୍ ୨ମାର୍ଚ୍ଚ ୨୦୨୨ରେ ସେବି ମୁଖ୍ୟ ରୂପେ ଯୋଗ ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ୩ ବର୍ଷର ଥିଲା। ସେ ପ୍ରଥମ ମହିଳା ଯିଏ ସେବି ମୁଖ୍ୟ ହୋଇଥିଲେ। ସେତେବେଳେ ସେବି ମୁଖ୍ୟ ଥିବା ଅଜୟ ତ୍ୟାଗୀଙ୍କ ସ୍ଥାନ ନେଇଥିଲେ। ତ୍ୟାଗୀ ଫେବୃଆରୀ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ୫ ବର୍ଷ ସେବି ମୁଖ୍ୟ ରୂପେ କାମ କରିଥିଲେ। ଅଜୟ ତ୍ୟାଗୀଙ୍କ ପୂର୍ବରୁ ୟୁ.କେ.ସିହ୍ନା ଲାଗାତର ୬ ବର୍ଷ ଧରି ସେବି ମୁଖ୍ୟ ଥିଲେ। ତାଙ୍କୁ ଦୁଇଟି କାର୍ଯ୍ୟକାଳ ମିଳିଥିଲା। ମାଧବୀ ପୁରୀ ବୁଚ୍ ଙ୍କ କାର୍ଯ୍ୟକାଳରେ ଅନେକ ନିୟାମକୀୟ ସୁଧାର କରାଯାଇଛି, ତେବେ ତାଙ୍କୁ ଅନେକ ଚ୍ୟାଲେଞ୍ଜର ମଧ୍ୟ ସମ୍ମୁଖୀନ ହେବାକୁ ପଡିଛି। ସଂସଦ କମିଟି ଏନଏସଇ କୋ-ଲୋକେସନ ଦୁର୍ନୀତିକୁ ନେଇ ତାଙ୍କ ନେତୃତ୍ୱ ପ୍ରତି ପ୍ରଶ୍ନବାଚୀ ଲଗାଇଥିବା ବେଳେ ହିଣ୍ଡନବର୍ଗ ରିସର୍ଚ୍ଚ ତାଙ୍କ ବିରୋଧରେ ଯାଞ୍ଚ ପରିସରକୁ ସମ୍ପ୍ରସାରିତ କରିଛି। ଏହା ସତ୍ତ୍ୱେ ସରକାର ତାଙ୍କୁ ପଦଚ୍ୟୁତ କରିବା ବଦଳେ କାର୍ଯ
ମୁମ୍ବାଇ ୨୭।୧: ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ (ସେବି)ଙ୍କୁ ଖୁବ୍ ଶୀଘ୍ର ନୂଆ ଚେୟାରପର୍ସନ ଅର୍ଥାତ ଅଧକ୍ଷ ମିଳିବେ। ଭାରତ ସରକାର ସେବି ମୁଖ୍ୟ ପଦବୀ ନିମନ୍ତେ ଆବେଦନ ମଗାଇଛନ୍ତି। ଏଥିପାଇଁ ଆବେଦନ ଦାଖଲ କରିବାର ଶେଷ ତାରିଖ ୧୭ ଫେବୃଆରୀ ୨୦୨୫ ରଖାଯାଇଛି। ଏବେ ମାଧବୀ ପୁରୀ ବୁଚ୍ ସେବି ମୁଖ୍ୟ ଅଛନ୍ତି। ତାଙ୍କ କାର୍ଯ୍ୟକାଳ ଫେବୃଆରୀ ୨୮ ତାରିଖରେ ଶେଷ ହେଉଛି।
ମାଧବୀ ପୁରୀ ବୁଚ୍ ୨ମାର୍ଚ୍ଚ ୨୦୨୨ରେ ସେବି ମୁଖ୍ୟ ରୂପେ ଯୋଗ ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ୩ ବର୍ଷର ଥିଲା। ସେ ପ୍ରଥମ ମହିଳା ଯିଏ ସେବି ମୁଖ୍ୟ ହୋଇଥିଲେ। ସେତେବେଳେ ସେବି ମୁଖ୍ୟ ଥିବା ଅଜୟ ତ୍ୟାଗୀଙ୍କ ସ୍ଥାନ ନେଇଥିଲେ। ତ୍ୟାଗୀ ଫେବୃଆରୀ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ୫ ବର୍ଷ ସେବି ମୁଖ୍ୟ ରୂପେ କାମ କରିଥିଲେ। ଅଜୟ ତ୍ୟାଗୀଙ୍କ ପୂର୍ବରୁ ୟୁ.କେ.ସିହ୍ନା ଲାଗାତର ୬ ବର୍ଷ ଧରି ସେବି ମୁଖ୍ୟ ଥିଲେ। ତାଙ୍କୁ ଦୁଇଟି କାର୍ଯ୍ୟକାଳ ମିଳିଥିଲା।
ମାଧବୀ ପୁରୀ ବୁଚ୍ ଙ୍କ କାର୍ଯ୍ୟକାଳରେ ଅନେକ ନିୟାମକୀୟ ସୁଧାର କରାଯାଇଛି, ତେବେ ତାଙ୍କୁ ଅନେକ ଚ୍ୟାଲେଞ୍ଜର ମଧ୍ୟ ସମ୍ମୁଖୀନ ହେବାକୁ ପଡିଛି। ସଂସଦ କମିଟି ଏନଏସଇ କୋ-ଲୋକେସନ ଦୁର୍ନୀତିକୁ ନେଇ ତାଙ୍କ ନେତୃତ୍ୱ ପ୍ରତି ପ୍ରଶ୍ନବାଚୀ ଲଗାଇଥିବା ବେଳେ ହିଣ୍ଡନବର୍ଗ ରିସର୍ଚ୍ଚ ତାଙ୍କ ବିରୋଧରେ ଯାଞ୍ଚ ପରିସରକୁ ସମ୍ପ୍ରସାରିତ କରିଛି। ଏହା ସତ୍ତ୍ୱେ ସରକାର ତାଙ୍କୁ ପଦଚ୍ୟୁତ କରିବା ବଦଳେ କାର୍ଯ୍ୟକାଳ ପୁରା କରିବାକୁ ସୁଯୋଗ ଦେଇଛନ୍ତି।
ମାଧବୀ ପୁରୀ ବୁଚ୍ ଏପ୍ରିଲ ୨୦୧୭ରେ ଜଣେ ଫୁଲଟାଇମ ମେମ୍ବର ରୂପେ ସେବିରେ ଯୋଗ ଦେଇଥିଲେ। ପାଖାପାଖି ୫ ବର୍ଷ ପୂର୍ଣ୍ଣକାଳୀନ ସଦସ୍ୟ ରହିବା ପରେ ୨୦୨୨ମସିହାରେ ତାଙ୍କୁ ସେବି ମୁଖ୍ୟ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ତେବେ ସେବିରେ ଯୋଗଦେବା ପୂର୍ବରୁ ମାଧବୀ ପୁରୀ ବୁଚ୍ ୧୯୯୭ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଆଇସିଆଇସିଆଇ ବ୍ୟାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିଲେ। ୨୦୦୯ରୁ ୨୦୧୧ ପର୍ଯ୍ୟନ୍ତ ସେ ଆଇସିଆଇସିଆଇ ସିକ୍ୟୁରିଟିଜରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ।
ସେବି ଅଧ୍ୟକ୍ଷଙ୍କୁ ସାଧାରଣତଃ ୩ ବର୍ଷ ନିମନ୍ତେ ନିଯୁକ୍ତ କରାଯାଇଥାଏ। ତେବେ ଅନେକ କ୍ଷେତ୍ରରେ ସରକାର କାର୍ଯ୍ୟକାଳକୁ ବଢାଇ ଦେଇଥାନ୍ତି। ଏହି ପଦବୀ ନିମନ୍ତେ ଚୟନ ପ୍ରକ୍ରିୟାରେ ଫାଇନାନ୍ସ, ଷ୍ଟକ୍ ମାର୍କେଟ ଓ ରେଗ୍ୟୁଲେସନରେ ବିଶେଷଜ୍ଞତା ରଖୁଥିବା ପ୍ରାର୍ଥୀଙ୍କୁ ସାଧାରଣତଃ ବିଚାରକୁ ନିଆଯାଏ।