ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ: ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ଲାଗି ଦାବି କଲେ ଗ୍ରାମବାସୀ
ସଇଁତଳା,୧୭।୩(ରାଖାଲ ପ୍ରସାଦ ଶତପଥି) : ସଇଁତଳା ଥାନା ଅନ୍ତର୍ଗତ ବରାହମାଲ ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କୁମ୍ଭାରୀ ଗ୍ରାମର ଆଲୋକ ଓରଫ ଧନେଶର ରଣା (୩୫)। ପୋଲିସ ଏସଆଇ ଆଲୋକ ଭୋଇଙ୍କ ସୂଚନା ଅନୁସାରେ, କୁମ୍ଭାରୀ ଗ୍ରାମର ଆଲୋକ ଏବଂ ତାଙ୍କ ସାଙ୍ଗ ଅଜିତ ଓରଫ ଦୁର୍ଯ୍ୟୋଧନ ମଲ୍ଲିକ (୩୫) ଏକ ସିଡି ଡି଼ଲକ୍ସ ବାଇକ ନଂ. ଓଡ଼ି-୦୩-୯୩୯୧ରେ ଭବାନୀପାଟଣାରୁ ସୋମବାର ସନ୍ଧ୍ୟାରେ ଫେରୁଥିଲେ। […] The post ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ: ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ଲାଗି ଦାବି କଲେ ଗ୍ରାମବାସୀ appeared first on Dharitri Odia News.
ସଇଁତଳା,୧୭।୩(ରାଖାଲ ପ୍ରସାଦ ଶତପଥି) : ସଇଁତଳା ଥାନା ଅନ୍ତର୍ଗତ ବରାହମାଲ ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କୁମ୍ଭାରୀ ଗ୍ରାମର ଆଲୋକ ଓରଫ ଧନେଶର ରଣା (୩୫)। ପୋଲିସ ଏସଆଇ ଆଲୋକ ଭୋଇଙ୍କ ସୂଚନା ଅନୁସାରେ, କୁମ୍ଭାରୀ ଗ୍ରାମର ଆଲୋକ ଏବଂ ତାଙ୍କ ସାଙ୍ଗ ଅଜିତ ଓରଫ ଦୁର୍ଯ୍ୟୋଧନ ମଲ୍ଲିକ (୩୫) ଏକ ସିଡି ଡି଼ଲକ୍ସ ବାଇକ ନଂ. ଓଡ଼ି-୦୩-୯୩୯୧ରେ ଭବାନୀପାଟଣାରୁ ସୋମବାର ସନ୍ଧ୍ୟାରେ ଫେରୁଥିଲେ। ସଇଁତଳା ଥାନା ଅନ୍ତର୍ଗତ ବରାହମାଲ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଦୁହେଁ ଜାତୀୟ ରାଜପଥ ୨୬ ଉପରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସଇଁତଳା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଉପସ୍ଥିତ ଡାକ୍ତର ଆଲୋକଙ୍କୁ ମୃତ ଘୋଷଣା କରିଥିବାବେଳେ ଅଜିତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲକୁ ପଠାଇଥିବା ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବ ସହ ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ କରିବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଅଜିତଙ୍ଗ ଦୁଇ ବର୍ଷର ଏକ ପୁତ୍ର ଥିବାବେଳେ ସେ ଭବାନୀପାଟଣାରେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କ ପରିବାର ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ପ୍ରଶାସନ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
The post ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ: ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ଲାଗି ଦାବି କଲେ ଗ୍ରାମବାସୀ appeared first on Dharitri Odia News.