ଦିଗପହଣ୍ଡି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅବିନାଶ ମିଶ୍ର
ଦିଗପହଣ୍ଡି,୩୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବିନାଶ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କୁ ଏନ୍ଏସି ଅଧ୍ୟକ୍ଷ ପ୍ରଫଲ୍ଲ ପଣ୍ଡା ଏବଂ କର୍ମଚାରୀମାନଙ୍କ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୂର୍ବରୁ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ଡ. ଅଶୋକ କୁମାର କର୍ଣ୍ଣଙ୍କୁ ନବରଙ୍ଗପୁର ପୌରପାଳିକାରନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି। ଏଣୁ ତାଙ୍କ ସ୍ଥାନରେ କନ୍ଧମାଳ ଜିଲା ଟିକାବାଲି ତହସିଲର ଅତିରିକ୍ତ ତହସିଲଦାର ଅବିନାଶଙ୍କୁ ଏଠାକୁ ବଦଳି କରାଯାଇଛି। […] The post ଦିଗପହଣ୍ଡି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅବିନାଶ ମିଶ୍ର appeared first on Dharitri Odia News.
ଦିଗପହଣ୍ଡି,୩୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବିନାଶ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କୁ ଏନ୍ଏସି ଅଧ୍ୟକ୍ଷ ପ୍ରଫଲ୍ଲ ପଣ୍ଡା ଏବଂ କର୍ମଚାରୀମାନଙ୍କ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୂର୍ବରୁ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ଡ. ଅଶୋକ କୁମାର କର୍ଣ୍ଣଙ୍କୁ ନବରଙ୍ଗପୁର ପୌରପାଳିକାରନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି। ଏଣୁ ତାଙ୍କ ସ୍ଥାନରେ କନ୍ଧମାଳ ଜିଲା ଟିକାବାଲି ତହସିଲର ଅତିରିକ୍ତ ତହସିଲଦାର ଅବିନାଶଙ୍କୁ ଏଠାକୁ ବଦଳି କରାଯାଇଛି।
ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ନେବାପରେ ସହରର ସାମଗ୍ରିକ ବିକାଶ କ୍ଷେତ୍ରରେ ଅଞ୍ଚଳବାସୀଙ୍କ ସହ ସମନ୍ବୟ ରକ୍ଷାକରି ସେ କାର୍ଯ୍ୟ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ଜଣାଇଛନ୍ତି। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ କିରାଣୀ ରାଜକିଶୋର ରଥ, କାଳୁ ଚରଣ ପ୍ରଧାନ, ମୃତ୍ୟୁଞ୍ଜୟ ଦାସ, ଡିଇଓ ସନ୍ତୋଷ କୁମାର ପାଢୀ, ହରିକୃଷ୍ଣ ସାହୁ, ବାଳକୃଷ୍ଣ ପାଣିଗ୍ରାହୀ, ସହକାରୀ ଯନ୍ତ୍ରୀ ଇଂ. ମମତା କୁମାରୀ ପଣ୍ଡା, କନିଷ୍ଠ ଯନ୍ତ୍ରୀ ଇଂ.ରଶ୍ମିରାଣୀ ନାହାକ, ସ୍ବାଗତିକା ପାତ୍ର, ଗୋଷ୍ଠୀ ସଙ୍ଗଠିକା ସାରାଣୀ ପଟ୍ଟନାୟକ, ସତ୍ୟନାରାୟଣ ଦାସ ଓ ଧୀରଜ କୁମାର ପାତ୍ର ପ୍ରମୁଖ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
The post ଦିଗପହଣ୍ଡି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅବିନାଶ ମିଶ୍ର appeared first on Dharitri Odia News.