ଦିଲ୍ଲୀର କାନାଡା ଦୂତାବାସ ବାହାରେ ବିକ୍ଷୋଭ

ନୂଆଦିଲ୍ଲୀ,୧୧ା୧୧: କାନାଡାର ବ୍ରାମ୍ପଟନ୍‌ସ୍ଥିତ ହିନ୍ଦୁ ମନ୍ଦିରରେ ଗତ ୩ ତାରିଖରେ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦରେ ହିନ୍ଦୁ ଶିଖ୍‌ ଗ୍ଲୋବାଲ ଫୋରମ୍‌ର ସଦସ୍ୟମାନେ ରବିବାର ନୂଆଦିଲ୍ଲୀସ୍ଥିତ କାନାଡା ହାଇକମିଶନରଙ୍କ କାର୍ଯ୍ୟାଳୟ ବାହାରେ ବିଶାଳ ବିକ୍ଷୋଭ କରିଛନ୍ତି। ଶିଖ୍‌ ବିକ୍ଷୋଭକାରୀମାନେ ବ୍ୟାରିକେଡ୍‌ ଉପରେ ଚଢ଼ିବା ସହ ମନ୍ଦିର ହିଂସା ବିରୋଧରେ ସ୍ଲୋଗାନ ଦେଇଥିଲେ। ପୋଲିସ ହସ୍ତକ୍ଷେପ କରି ବିକ୍ଷୋଭକୁ ବନ୍ଦ କରାଇବା ପରେ ଦୂତାବାସ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବ୍ରାମ୍ପଟନ୍‌ସ୍ଥିତ ହିନ୍ଦୁ ସଭା […] The post ଦିଲ୍ଲୀର କାନାଡା ଦୂତାବାସ ବାହାରେ ବିକ୍ଷୋଭ appeared first on Dharitri Odia News.

ଦିଲ୍ଲୀର କାନାଡା ଦୂତାବାସ ବାହାରେ ବିକ୍ଷୋଭ

ନୂଆଦିଲ୍ଲୀ,୧୧ା୧୧: କାନାଡାର ବ୍ରାମ୍ପଟନ୍‌ସ୍ଥିତ ହିନ୍ଦୁ ମନ୍ଦିରରେ ଗତ ୩ ତାରିଖରେ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦରେ ହିନ୍ଦୁ ଶିଖ୍‌ ଗ୍ଲୋବାଲ ଫୋରମ୍‌ର ସଦସ୍ୟମାନେ ରବିବାର ନୂଆଦିଲ୍ଲୀସ୍ଥିତ କାନାଡା ହାଇକମିଶନରଙ୍କ କାର୍ଯ୍ୟାଳୟ ବାହାରେ ବିଶାଳ ବିକ୍ଷୋଭ କରିଛନ୍ତି। ଶିଖ୍‌ ବିକ୍ଷୋଭକାରୀମାନେ ବ୍ୟାରିକେଡ୍‌ ଉପରେ ଚଢ଼ିବା ସହ ମନ୍ଦିର ହିଂସା ବିରୋଧରେ ସ୍ଲୋଗାନ ଦେଇଥିଲେ। ପୋଲିସ ହସ୍ତକ୍ଷେପ କରି ବିକ୍ଷୋଭକୁ ବନ୍ଦ କରାଇବା ପରେ ଦୂତାବାସ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ବ୍ରାମ୍ପଟନ୍‌ସ୍ଥିତ ହିନ୍ଦୁ ସଭା ମନ୍ଦିର ବାହାରେ ଖଲିସ୍ତାନୀ ଉଗ୍ରପନ୍ଥୀମାନେ ମହିଳା ଓ ଛୋଟ ପିଲାଙ୍କ ସମେତ ହିନ୍ଦୁ ଭକ୍ତମାନଙ୍କୁ ଲାଠିରେ ଆକ୍ରମଣ କରିଥିଲେ। ଏହି ଘଟଣାକୁ ବିଶ୍ୱ ନେତାମାନେ ନିନ୍ଦା କରିଛନ୍ତି। ହିନ୍ଦୁ ଓ ଶିଖ୍‌ ସମୁଦାୟଙ୍କ ପ୍ରତିନିଧିତ୍ୱ କରୁଥିବା ହିନ୍ଦୁ ଶିଖ୍‌ ଗ୍ଲୋବାଲ ଫୋରମ୍‌ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମନ୍ଦିର ଆକ୍ରମଣ ଘଟଣାରେ କାନାଡା ପୋଲିସ ଇତିମଧ୍ୟରେ ଶିଖ୍‌ ଫର୍‌ ଜଷ୍ଟିସ୍‌ ସଂଗଠନର କୋଅର୍ଡିନେଟର ଇନ୍ଦ୍ରଜିତ୍‌ ଗୋସାଲଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଗୋସାଲ ହେଉଛନ୍ତି ମୃତ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜାରଙ୍କ ଘନିଷ୍ଠ ସହଯୋଗୀ।

The post ଦିଲ୍ଲୀର କାନାଡା ଦୂତାବାସ ବାହାରେ ବିକ୍ଷୋଭ appeared first on Dharitri Odia News.