SHG ମହିଳାଙ୍କ ପାଇଁ ଋଣ ନେବା ହେଲା ଆହୁରି ସହଜ, ବଡ଼ ଘୋଷଣା କଲେ ମୋହନ ସରକାର

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏସଏଚଜି ମହିଳାଙ୍କ ପାଇଁ ଘୋଷଣା କଲେ ଖୁସି ଖବର । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ଋଣ ପ୍ରଦାନ ଅବଧି ଆହୁରି ବର୍ଷେ ବଢ଼େଇଲେ ରାଜ୍ୟ ସରକାର । ଏସଏଚଜି ମହିଳାଙ୍କୁ ସୁଧମୁକ୍ତ ଋଣ ପ୍ରଦାନ ଅବଧି ଆଉ ବର୍ଷେ ବଢ଼ିଲା । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ନେବା ପାଇଁ ସୁଧ ଦେବାକୁ ପଡ଼ିବ ନାହିଁ । […] The post SHG ମହିଳାଙ୍କ ପାଇଁ ଋଣ ନେବା ହେଲା ଆହୁରି ସହଜ, ବଡ଼ ଘୋଷଣା କଲେ ମୋହନ ସରକାର appeared first on Odisha.News.

SHG ମହିଳାଙ୍କ ପାଇଁ ଋଣ ନେବା ହେଲା ଆହୁରି ସହଜ, ବଡ଼ ଘୋଷଣା କଲେ ମୋହନ ସରକାର

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏସଏଚଜି ମହିଳାଙ୍କ ପାଇଁ ଘୋଷଣା କଲେ ଖୁସି ଖବର ।

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ଋଣ ପ୍ରଦାନ ଅବଧି ଆହୁରି ବର୍ଷେ ବଢ଼େଇଲେ ରାଜ୍ୟ ସରକାର ।

ଏସଏଚଜି ମହିଳାଙ୍କୁ ସୁଧମୁକ୍ତ ଋଣ ପ୍ରଦାନ ଅବଧି ଆଉ ବର୍ଷେ ବଢ଼ିଲା । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।

୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ନେବା ପାଇଁ ସୁଧ ଦେବାକୁ ପଡ଼ିବ ନାହିଁ । ୩୧ ମାର୍ଚ୍ଚ ସୁଦ୍ଧା ଶେଷ ଅବଧି ୨୦୨୫-୨୬ ଆର୍ଥିକ ବର୍ଷକୁ ବଢ଼ିଲା ।

ମହିଳାଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକରା ବହୁମୁଖୀ ଯୋଜନାମାନ ତିଆରି କରିଛନ୍ତି । ଗତ ମାସରେ ସରକାର ସୁଭଦ୍ରା ଶକ୍ତି ମେଳାର ଆୟୋଜନ କରିଥିଲେ ।

ଯେଉଁଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ଟଙ୍କା ନିଜ ଅର୍ନ୍ତନୀହିତ କଳାକୌଶଳକୁ ଲୋକଙ୍କ ସମ୍ମୁଖକୁ ଆଣିଥିଲେ । ସାଧାରଣ ଲୋକେ ମେଳା ବୁଲିବା ସହ ଗୋଷ୍ଠୀର ମହିଳାମାନେ ଭଲ ରୋଜଗାର ମଧ୍ୟ କରିଥିଲେ ।

The post SHG ମହିଳାଙ୍କ ପାଇଁ ଋଣ ନେବା ହେଲା ଆହୁରି ସହଜ, ବଡ଼ ଘୋଷଣା କଲେ ମୋହନ ସରକାର appeared first on Odisha.News.