ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ- ୨୦୨୪ ଅନୁଷ୍ଠିତ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପ୍ରେକ୍ଷାଳୟ ସମ୍ବଲପୁର ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ- ୨୦୨୪ ପାଳନ ହୋଇଯାଇଛି Iଉକ୍ତ ଦିବସରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଥବିର କୁମାର ମହାନନ୍ଦ ନିଜର ପ୍ରାରମ୍ଭିକ ବକ୍ତବ୍ୟ ରେ ସରକାର ଙ୍କ ଦ୍ଵାରା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ରେଡକ୍ରସ ସମ୍ପାଦକ ଶ୍ରୀ ଜୟ ଜର୍ଜ ନିଜର ସଂକ୍ଷିପ୍ତ ବକ୍ତବ୍ୟ […] The post ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ- ୨୦୨୪ ଅନୁଷ୍ଠିତ appeared first on Odisha.News.

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ- ୨୦୨୪ ଅନୁଷ୍ଠିତ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପ୍ରେକ୍ଷାଳୟ ସମ୍ବଲପୁର ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ- ୨୦୨୪ ପାଳନ ହୋଇଯାଇଛି Iଉକ୍ତ ଦିବସରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଥବିର କୁମାର ମହାନନ୍ଦ ନିଜର ପ୍ରାରମ୍ଭିକ ବକ୍ତବ୍ୟ ରେ ସରକାର ଙ୍କ ଦ୍ଵାରା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ରେଡକ୍ରସ ସମ୍ପାଦକ ଶ୍ରୀ ଜୟ ଜର୍ଜ ନିଜର ସଂକ୍ଷିପ୍ତ ବକ୍ତବ୍ୟ ରେ ସମାଜ ରେ ବୟୋ ଜ୍ୟଷ୍ଠ ବ୍ୟକ୍ତି ମାନଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ଉପରେ ଅଭିଭାଷଣ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଶ୍ରୀ ପ୍ରଫୁଲ୍ଲ କୁମାର ହୋତା ନିଜ ବକ୍ତବ୍ୟ ରେ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଉଦ୍ଧିଷ୍ଠ ବିଭିନ୍ନ ଅଧିନିୟମ ଉପରେ ଆଲୋକପାତ କରିଥିଲେ।ଜିଲ୍ଲାପାଳ, ସମ୍ବଲପୁର ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଉକ୍ତ ସଭାରେ ସଭାପତିତ୍ଵ କରି ବରିଷ୍ଠ ନାଗରିକମାନଙ୍କ ର ସମାଜ ର ଗଠନ ମୂଳକ କାର୍ଯ୍ୟକର୍ମ ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ବରିଷ୍ଠ ନାଗରିକ ମାନଙ୍କୁ ନିଜର ସୁଚିନ୍ତିତ ମତାମତ ଜିଲ୍ଲା ପ୍ରଶାସନ କୁ ଦେବା ପାଇଁ ଜିଲ୍ଲାପାଳ ଆହ୍ଵାନ ଦେବା ସହ ବୈଜାମୁଣ୍ଡା ବୃଦ୍ଧାଶ୍ରମ କୁ ଖୁବଶୀଘ୍ର ପ୍ରଶାସନିକ ହସ୍ତକ୍ଷେପ ଦ୍ଵାରା କାର୍ଯ୍ୟକାରୀ କରାଯିବା ପାଇଁ ମତାମତ ମଧ୍ୟ ଦେଇଥିଲେ। କାର୍ଯ୍ୟକର୍ମ ରେ ଜିଲ୍ଲା ର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୯୦୦ ଜଣ ବରିଷ୍ଠ ନାଗରିକ ମାନେ ଯୋଗଦାନ ଦେଇଥିଲେ। ଉକ୍ତ କାର୍ଯ୍ୟକର୍ମ ରେ ବରିଷ୍ଠ ନାଗରିକ ମାନଙ୍କୁ ଛତା ଓ ଅସ୍ଥିପୀଡା ଜନିତ ତୈଳ ବଣ୍ଟନ କରଯାଇଥିଲା।ଅନ୍ୟ ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ସଂଘ ମାନଙ୍କର କର୍ମକର୍ତ୍ତା ଶ୍ରୀ ପ୍ରଦୀପ ପଣ୍ଡା, ରଞ୍ଜିତ ରାଉତ, ଶ୍ରୀ ସୁରେନ୍ଦ୍ର ନାଥ ଚୌବେ, ଶରତ କୁମାର ସାହୁ ପ୍ରମୂଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ଆଞ୍ଚଳିକ ଭିନ୍ନକ୍ଷମ ଅଧିକାରୀ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀ ପରିଚାଳନା କରିଥିଲେ।

The post ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ- ୨୦୨୪ ଅନୁଷ୍ଠିତ appeared first on Odisha.News.