Similipal National Park Expansion: ଶିମିଳିପାଳରେ ବର୍ଷକ ଭିତରେ ୩୫ରୁ ୪୦କୁ ଡେଇଁଲା ମହାବଳ ବାଘ ସଂଖ୍ୟା
୪୫ ବର୍ଷ ପରେ ଜାତୀୟ ଉଦ୍ୟାନ ପାଲଟିଥିବା ଶିମିଳିପାଳ ଖୁସିକୁ ଦ୍ବିଗୁଣିତ କରିଛି ମହାବଳ ବଂଶର ଦ୍ରୁତି ଅଭିବୃଦ୍ଧି । ବର୍ଷକ ଭିତରେ ଶିମିଳିପାଳରେ ବାଘ ସଂଖ୍ୟା ୪୦ ଛୁଇଁଛି । ଏମିତିକି ଆଗାମୀ ୧୦-୧୨ ବର୍ଷରେ ଏ ଜାତୀୟ ଉଦ୍ୟାନର ମହାବଳ ବଂଶକୁ ୧୦୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ ।