Sitaare Zameen Par Trailer: ଦର୍ଶକଙ୍କୁ କନ୍ଦାଇବ ଅମିର ଖାନଙ୍କ ଫିଲ୍ମର କାହାଣୀ, VIDEO

ମୁମ୍ବାଇ: ଆମିର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସିତାରେ ଜମିନ ପର’ ଗତ କିଛି  ସମୟ ଧରି ଚର୍ଚ୍ଚାରେ ରହିଛି। କାରଣ ଏହା ଏକ ଭିନ୍ନ ସ୍ଵାଦର ଏବଂ ଭିନ୍ନ ଧରଣର ଫିଲ୍ମ। ଏହାର ଟ୍ରେଲର ମଙ୍ଗଳବାର ରିଲିଜ୍ ହୋଇଛି। ଟ୍ରେଲର ଆସିବା ପରେ ସାମାଜିକ ଗଣମାଧ୍ୟମରେ ଫିଲ୍ମର ଭାବବିହ୍ଵଳ କାହାଣୀ ଚର୍ଚ୍ଚାରେ ରହିଛି। ସିତାରେ ଜମିନ ପର ଦିବ୍ୟାଙ୍ଗ ପିଲାଙ୍କ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ। ଅମିର ଖାନ ଏକ କୋଚ୍ ଭୂମିକାରେ ଅଭିନୟ କରିଛନ୍ତି, ଯିଏ ଦିବ୍ୟାଙ୍ଗଙ୍କୁ ବାସ୍କେଟ୍ ବଲ୍‌ର ଟ୍ରେନିଂ ଦେଉଥିବା ଦେଖିବାକୁ ମିଳିଛି। ଫିଲ୍ମରେ ଡ୍ରାମା ଓ ଖୁବ୍ କମେଡି ରହିଛି। ଏହି ଫିଲ୍ମର କାହାଣୀ ବେଶ ହୃଦୟସ୍ପର୍ଶୀ ରହିଛି।ଦମଦାର କାହାଣୀଅମିର ଖାନଙ୍କ ଫିଲ୍ମ ‘ସିତାରେ ଜମିନ ପର’ର ଟ୍ରେଲର ଆରମ୍ଭ ଏକ ବାସ୍କେଟ୍ ବଲ ମ୍ୟାଚ୍‌ରୁ ହୋଇଛି। ଏହା ପରେ ଅଭିନେତାଙ୍କୁ ଦିବ୍ୟାଙ୍ଗଙ୍କୁ ବାସ୍କେଟ୍ ବଲ୍‌ର ଟ୍ରେନିଂ ଦେବାର ଦାୟିତ୍ଵ ଦିଆଯାଇଛି। କୋଚ୍ ଓ ଦିବ୍ୟାଙ୍ଗ ପିଲାଙ୍କ ମଧ୍ୟରେ ସଂପର୍କ ଯେତିକି ଗଭୀର ହେଉଛି କାହାଣୀ ସେତିକି ଭାବବିହ୍ଵଳ ଲାଗୁଛି। ଫିଲ୍ମରେ ଜେନେଲିଆ ଡିସୁଜା ଅଭିନେତାଙ୍କ ପାର୍ଟନର ଭୂମିକାରେ ଅଭିନୟ କରିଛନ୍ତି। ଅନେକ ନୂତନ ଚରିତ୍ର ନିଜର ଅଭିନୟରେ ସମସ୍ତଙ୍କୁ ବେଶ ଆକର୍ଷିତ କରିଛନ୍ତି।ଏହା ଏକ ଭିନ୍ନ ପ୍ରକାରର ସ୍ପୋର୍ଟ୍ସ ଫିଲ୍ମ, ଯାହା ହସାଇ ହସାଇ ବେଦମ କରିବ, ଳୋକଙ୍କୁ ଭାବବିହ୍ଵଳ କରିବ। ଏହି ବିଶେଷତ୍ଵ ଅମିର ଖାନଙ

Sitaare Zameen Par Trailer: ଦର୍ଶକଙ୍କୁ କନ୍ଦାଇବ ଅମିର ଖାନଙ୍କ ଫିଲ୍ମର କାହାଣୀ, VIDEO

ମୁମ୍ବାଇ: ଆମିର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସିତାରେ ଜମିନ ପର’ ଗତ କିଛି  ସମୟ ଧରି ଚର୍ଚ୍ଚାରେ ରହିଛି। କାରଣ ଏହା ଏକ ଭିନ୍ନ ସ୍ଵାଦର ଏବଂ ଭିନ୍ନ ଧରଣର ଫିଲ୍ମ। ଏହାର ଟ୍ରେଲର ମଙ୍ଗଳବାର ରିଲିଜ୍ ହୋଇଛି। ଟ୍ରେଲର ଆସିବା ପରେ ସାମାଜିକ ଗଣମାଧ୍ୟମରେ ଫିଲ୍ମର ଭାବବିହ୍ଵଳ କାହାଣୀ ଚର୍ଚ୍ଚାରେ ରହିଛି। ସିତାରେ ଜମିନ ପର ଦିବ୍ୟାଙ୍ଗ ପିଲାଙ୍କ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ। ଅମିର ଖାନ ଏକ କୋଚ୍ ଭୂମିକାରେ ଅଭିନୟ କରିଛନ୍ତି, ଯିଏ ଦିବ୍ୟାଙ୍ଗଙ୍କୁ ବାସ୍କେଟ୍ ବଲ୍‌ର ଟ୍ରେନିଂ ଦେଉଥିବା ଦେଖିବାକୁ ମିଳିଛି। ଫିଲ୍ମରେ ଡ୍ରାମା ଓ ଖୁବ୍ କମେଡି ରହିଛି। ଏହି ଫିଲ୍ମର କାହାଣୀ ବେଶ ହୃଦୟସ୍ପର୍ଶୀ ରହିଛି।

ଦମଦାର କାହାଣୀ

ଅମିର ଖାନଙ୍କ ଫିଲ୍ମ ‘ସିତାରେ ଜମିନ ପର’ର ଟ୍ରେଲର ଆରମ୍ଭ ଏକ ବାସ୍କେଟ୍ ବଲ ମ୍ୟାଚ୍‌ରୁ ହୋଇଛି। ଏହା ପରେ ଅଭିନେତାଙ୍କୁ ଦିବ୍ୟାଙ୍ଗଙ୍କୁ ବାସ୍କେଟ୍ ବଲ୍‌ର ଟ୍ରେନିଂ ଦେବାର ଦାୟିତ୍ଵ ଦିଆଯାଇଛି। କୋଚ୍ ଓ ଦିବ୍ୟାଙ୍ଗ ପିଲାଙ୍କ ମଧ୍ୟରେ ସଂପର୍କ ଯେତିକି ଗଭୀର ହେଉଛି କାହାଣୀ ସେତିକି ଭାବବିହ୍ଵଳ ଲାଗୁଛି। ଫିଲ୍ମରେ ଜେନେଲିଆ ଡିସୁଜା ଅଭିନେତାଙ୍କ ପାର୍ଟନର ଭୂମିକାରେ ଅଭିନୟ କରିଛନ୍ତି। ଅନେକ ନୂତନ ଚରିତ୍ର ନିଜର ଅଭିନୟରେ ସମସ୍ତଙ୍କୁ ବେଶ ଆକର୍ଷିତ କରିଛନ୍ତି।ଏହା ଏକ ଭିନ୍ନ ପ୍ରକାରର ସ୍ପୋର୍ଟ୍ସ ଫିଲ୍ମ, ଯାହା ହସାଇ ହସାଇ ବେଦମ କରିବ, ଳୋକଙ୍କୁ ଭାବବିହ୍ଵଳ କରିବ। ଏହି ବିଶେଷତ୍ଵ ଅମିର ଖାନଙ୍କ ଏହି ଫିଲ୍ମରେ ଦେଖିବାକୁ ମିଳିବ।




ସିତାରେ ଜମିନ ପର ୨୦୦୭ରେ ରିଲିଜ୍ ‘ତାରେ ଜମିନ ପର’ର ସିକ୍ଵେଲ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆରଏସ ପ୍ରସନ୍ନା, ଯିଏ ଶୁଭ ମଙ୍ଗଳମ ସାବଧାନ ପରି ଫିଲ୍ମ ତିଆରି କରିଛନ୍ତି। କାହାଣୀ ରଚନା କରିଛନ୍ତି ନିଧି ଶର୍ମା।ଫିଲ୍ମରେ ନୂତନ ଅଭିନେତା ଭାବେ କାର୍ଯ୍ୟ କରିଛନ୍ତି ଆରୋଷ ଦତ୍ତା, ଗୋପୀ କୃଷ୍ଣା ବର୍ମା, ସମ୍ବିତ ଦେଶାଇ, ବେଦାନ୍ତ ଶର୍ମା, ଆୟୁଷ ଭଂସାଲୀ, ଆଶିଷ ପେଣ୍ଡସେ, ଋଷି ଶାହାନୀ, ଋଷଭ ଜୈନ, ନମନ ମିଶ୍ର ଓ ସିମରନ ମଙ୍ଗେଶକର। ଫିଲ୍ମ ୨୦୨୫ ଜୁନ ୨୦ ତାରିଖରେ ପରଦାକୁ ଆସିବ।