ମହଙ୍ଗା ପଡିଲା ସରକାରୀ ନିର୍ଦ୍ଦେଶକୁ ଅବମାନନା, ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ
ଭୁବନେଶ୍ୱର ୨୯।୦୧ : ମହଙ୍ଗା ପଡିଲା ସରକାରୀ ନିର୍ଦ୍ଦେଶକୁ ଅବମାନନା । ଉଚ୍ଚିଶିକ୍ଷା ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ । ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି କରାଯାଇଛି । ଖବର ଅନୁଯାୟୀ, ମହଙ୍ଗା ପଡ଼ିଛି ସରକାରୀ ନିର୍ଦ୍ଦେଶକୁ ପାଳନ ନକରିବା। ଉଚ୍ଚଶିକ୍ଷା ବିଭାଗର ବାରମ୍ବାର ତାଗିଦ୍ ପରେ ବି ରାଜ୍ୟର ୬୩ଟି ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟକ୍ଷ ନିଜ କଲେଜ ଆକାଉଣ୍ଟକୁ କାପା ପୋର୍ଟଲରେ ଅପଡ଼େଟ୍ କରିନାହାନ୍ତି । ତେଣୁ ୨୦୨୪-୨୫ ବର୍ଷ ପାଇଁ କଲେଜ ଆକାଉଣ୍ଟ ଅପଡେଟ୍ କରିବାକୁ ନିର୍ଦ୍ଦେଶ ଥିଲେ ବି ଏସବୁକୁ କଲେଜ ଅଧକ୍ଷ ମାନିନାହାନ୍ତି। ଯେଉଁଥିପାଇଁ ଚଳିତ ମାସ ଠାରୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ବିଭାଗ ଦରମା ବନ୍ଦ ରଖିଛି। ଯାଜପୁର ଜିଲ୍ଲାର ସର୍ବାଧିକ ୧୧ଟି କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରାଯାଇଛି। ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି କରାଯାଇଛି।
ଭୁବନେଶ୍ୱର ୨୯।୦୧ : ମହଙ୍ଗା ପଡିଲା ସରକାରୀ ନିର୍ଦ୍ଦେଶକୁ ଅବମାନନା । ଉଚ୍ଚିଶିକ୍ଷା ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ । ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି କରାଯାଇଛି ।

ଖବର ଅନୁଯାୟୀ, ମହଙ୍ଗା ପଡ଼ିଛି ସରକାରୀ ନିର୍ଦ୍ଦେଶକୁ ପାଳନ ନକରିବା। ଉଚ୍ଚଶିକ୍ଷା ବିଭାଗର ବାରମ୍ବାର ତାଗିଦ୍ ପରେ ବି ରାଜ୍ୟର ୬୩ଟି ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟକ୍ଷ ନିଜ କଲେଜ ଆକାଉଣ୍ଟକୁ କାପା ପୋର୍ଟଲରେ ଅପଡ଼େଟ୍ କରିନାହାନ୍ତି । ତେଣୁ ୨୦୨୪-୨୫ ବର୍ଷ ପାଇଁ କଲେଜ ଆକାଉଣ୍ଟ ଅପଡେଟ୍ କରିବାକୁ ନିର୍ଦ୍ଦେଶ ଥିଲେ ବି ଏସବୁକୁ କଲେଜ ଅଧକ୍ଷ ମାନିନାହାନ୍ତି। ଯେଉଁଥିପାଇଁ ଚଳିତ ମାସ ଠାରୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ବିଭାଗ ଦରମା ବନ୍ଦ ରଖିଛି। ଯାଜପୁର ଜିଲ୍ଲାର ସର୍ବାଧିକ ୧୧ଟି କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରାଯାଇଛି। ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି କରାଯାଇଛି।
