ଗାଡ଼ିର ଇନସ୍ୟୁରାନ୍ସ ନଥିଲେ କଟିବ ଚାଲାଣ, ଟୋଲ୍ଗେଟ୍ କ୍ୟାମେରାରେ ପଡ଼ିବ ଧରା
ଭୁବନେଶ୍ବର ୧୮।୧: ମୋଟର ଯାନରେ ବୀମା ନ ଥିଲେ ସ୍ବୟଂକ୍ରିୟା ପ୍ରଣାଳୀରେ ଧରାପଡ଼ିବ । ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ । ରାଜ୍ୟରେ ଥିବା ୨୨ ଟୋଲ୍ଗେଟ୍ରେ ଏହା କାର୍ଯ୍ୟକାରୀ ହେବ । ଫେବ୍ରୁଆରୀ ପହିଲାରୁ ସାରା ରାଜ୍ୟରେ ନିୟମ ଲାଗୁ ହେବ । ଧରାପଡ଼ିଲେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ।ଉଲ୍ଲଙ୍ଘନକାରୀଙ୍କୁ ୨ ହଜାର ଜରିମାନା କିମ୍ବା ୩ ମାସର ଜେଲ୍ଦଣ୍ଡ ମିଳିବ । ପୁନର୍ବାର ଉଲ୍ଲଙ୍ଘନ କଲେ ୪ ହଜାର ଜରିମାନା କିମ୍ବା ୩ ମାସ ଜେଲ୍ । ଏପରିକି ଉଭୟ ଦଣ୍ଡରେ ଦଣ୍ଡିତ କରିବାର ପ୍ରାବଧାନ ରହିଛି । ପରମିଟ୍, ଫିଟନେସ୍, ଟିକସ ଧରୁଥିଲା ଟୋଲ୍ଗେଟ୍, ଏବେ ବୀମା ଯୋଡ଼ିହେଲା ।You Can Read:୪ ଦିନ ଧରି ନିଖୋଜ ଥିଲେ, ନଦୀ ଗର୍ଭରୁ ଉଦ୍ଧାର ହେଲା ମୃତଦେହ
ଭୁବନେଶ୍ବର ୧୮।୧: ମୋଟର ଯାନରେ ବୀମା ନ ଥିଲେ ସ୍ବୟଂକ୍ରିୟା ପ୍ରଣାଳୀରେ ଧରାପଡ଼ିବ । ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ । ରାଜ୍ୟରେ ଥିବା ୨୨ ଟୋଲ୍ଗେଟ୍ରେ ଏହା କାର୍ଯ୍ୟକାରୀ ହେବ । ଫେବ୍ରୁଆରୀ ପହିଲାରୁ ସାରା ରାଜ୍ୟରେ ନିୟମ ଲାଗୁ ହେବ । ଧରାପଡ଼ିଲେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ।
ଉଲ୍ଲଙ୍ଘନକାରୀଙ୍କୁ ୨ ହଜାର ଜରିମାନା କିମ୍ବା ୩ ମାସର ଜେଲ୍ଦଣ୍ଡ ମିଳିବ । ପୁନର୍ବାର ଉଲ୍ଲଙ୍ଘନ କଲେ ୪ ହଜାର ଜରିମାନା କିମ୍ବା ୩ ମାସ ଜେଲ୍ । ଏପରିକି ଉଭୟ ଦଣ୍ଡରେ ଦଣ୍ଡିତ କରିବାର ପ୍ରାବଧାନ ରହିଛି । ପରମିଟ୍, ଫିଟନେସ୍, ଟିକସ ଧରୁଥିଲା ଟୋଲ୍ଗେଟ୍, ଏବେ ବୀମା ଯୋଡ଼ିହେଲା ।
You Can Read: