South Korea Plane Crash: ଆଖି ସାମ୍ନାରେ ଜଳୁଥିଲେ ଆପଣାର ଲୋକ, ହେଲେ ପାଖକୁ ଯିବାକୁ ମିଳୁନଥିଲା ଅନୁମତି
ମୃତ୍ୟୁ ବି ସତରେ କେତେ ନିଷ୍ଠୁର ! ଏ ମୃତ୍ୟକୁ କେହି ଫାଙ୍କି ଦେଇପାରିବେନି. . କିଛି ବୁଝିବା ପୂର୍ବରୁ ଆକସ୍ମିକ ଭାବେ ଆସି ଆପଣାର ଲୋକଙ୍କୁ ଛଡ଼େଇ ନେବ. . କିଏ ଜାଣେ କେଇଁ ରାତି ଜୀବନର ଶେଷ ରାତି ହେବ । କିଏ ଜାଣେ କେଉଁ କଥା ଜୀବନର ଶେଷ କଥା ହେବ । କିଛି ସେକେଣ୍ଡ ପରେ ହୁଏତ ହସିହସି ହାତ ହଲାଇ ବିମାନ ଭିତରୁ ବାହାରି ଆସିଥାଆନ୍ତେ ସମସ୍ତ ଯାତ୍ରୀ । ଘରକୁ ନେଇଯିବାକୁ ଆସିଥିବା ପରିବାର ଲୋକ ଖୁସିରେ ଆତ୍ମହରା ହୋଇ ସେମାନଙ୍କୁ କୋଳେଇ ନେଇଥାଆନ୍ତେ । ହେଲେ ସବୁ ସୁଖ, ସବୁ ଖୁସି ନିମିଷକେ ମଧ୍ୟରେ ମିଳାଇ ଯାଇଥିଲା ।