ଗାନ୍ଧି ମାର୍ଗରେ ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସ; ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୧୫/୦୮: ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ। ଦିଲ୍ଲୀରୁ ପଲ୍ଲୀ ସବୁଠି ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ଏପଟେ ଭୁବନେଶ୍ବର ମହାତ୍ମାଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ନୂଆ ସରକାରରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଧ୍ବଜା ଉତ୍ତୋଳନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମ ଥର ପାଇଁ ଗାନ୍ଧି ମାର୍ଗରେ ଫ୍ଲାଗ୍ ହୋଷ୍ଟିଂ କରିବା ସହ ପରେଡ ଅଭିବାଦନ କରିଛନ୍ତି ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିଛନ୍ତି ।   ସେହିପରି ପାଇକ ବିଦ୍ରୋହର ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ । ଭାରତର ସ୍ବାଧୀନତା ସଂଗ୍ରାମ ଦେଶର ଅନନ୍ୟ ଅଧ୍ୟାୟ । ଏହା ଇଂରେଜମାନଙ୍କ ମୁଳଦୁଆ ଦୋହଲାଇ ଦେଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।ମହାତ୍ମାଗାନ୍ଧି ମାର୍ଗରେ  ରାଜ୍ୟସ୍ତରୀୟ ପରେଡ୍‌ ଅନୁଷ୍ଠିତ ହେବ। ଦେଶାତ୍ମବୋଧକ ଗୀତ ଧୂନ୍‌ର ତାଳେ ତାଳେ ମୋଟ ୫୮ଟି ଦଳ ପରେଡ୍‌ କରିବେ । ଏଥର ମୋଟ ୫୮ଟି ଦଳରୁ ୨୦ଟି ସାମରିକ ଓ ଅର୍ଦ୍ଧସାମରିକ ବାହିନୀ ଅଛନ୍ତି । ପ୍ରଥମ ଦଫାରେ ୧୨୦ ଇନ୍‌ଫାଣ୍ଟ୍ରି ବାଟାଲିୟନ, ସୀମା ସୁରକ୍ଷା ବଳ, ଇଣ୍ଡୋ ତିକ୍ରତୀୟ ବର୍ଡର ପୁଲିସ, କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ବ୍ୟାଣ୍ଡ, ରେଳବାଇ ସୁରକ୍ଷା ବଳ, ଷଷ୍ଠ ଭାରତୀୟ ରିଜର୍ଭ ବାଟାଲିୟନ (ଆଇଆରବିଏନ

ଗାନ୍ଧି ମାର୍ଗରେ ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସ; ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୧୫/୦୮: ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ। ଦିଲ୍ଲୀରୁ ପଲ୍ଲୀ ସବୁଠି ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ଏପଟେ ଭୁବନେଶ୍ବର ମହାତ୍ମାଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ନୂଆ ସରକାରରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଧ୍ବଜା ଉତ୍ତୋଳନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମ ଥର ପାଇଁ ଗାନ୍ଧି ମାର୍ଗରେ ଫ୍ଲାଗ୍ ହୋଷ୍ଟିଂ କରିବା ସହ ପରେଡ ଅଭିବାଦନ କରିଛନ୍ତି ।  

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିଛନ୍ତି ।   ସେହିପରି ପାଇକ ବିଦ୍ରୋହର ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ । ଭାରତର ସ୍ବାଧୀନତା ସଂଗ୍ରାମ ଦେଶର ଅନନ୍ୟ ଅଧ୍ୟାୟ । ଏହା ଇଂରେଜମାନଙ୍କ ମୁଳଦୁଆ ଦୋହଲାଇ ଦେଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

ମହାତ୍ମାଗାନ୍ଧି ମାର୍ଗରେ  ରାଜ୍ୟସ୍ତରୀୟ ପରେଡ୍‌ ଅନୁଷ୍ଠିତ ହେବ। ଦେଶାତ୍ମବୋଧକ ଗୀତ ଧୂନ୍‌ର ତାଳେ ତାଳେ ମୋଟ ୫୮ଟି ଦଳ ପରେଡ୍‌ କରିବେ । ଏଥର ମୋଟ ୫୮ଟି ଦଳରୁ ୨୦ଟି ସାମରିକ ଓ ଅର୍ଦ୍ଧସାମରିକ ବାହିନୀ ଅଛନ୍ତି । ପ୍ରଥମ ଦଫାରେ ୧୨୦ ଇନ୍‌ଫାଣ୍ଟ୍ରି ବାଟାଲିୟନ, ସୀମା ସୁରକ୍ଷା ବଳ, ଇଣ୍ଡୋ ତିକ୍ରତୀୟ ବର୍ଡର ପୁଲିସ, କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ବ୍ୟାଣ୍ଡ, ରେଳବାଇ ସୁରକ୍ଷା ବଳ, ଷଷ୍ଠ ଭାରତୀୟ ରିଜର୍ଭ ବାଟାଲିୟନ (ଆଇଆରବିଏନ୍‌), ସପ୍ତମ ଓଡିଶା ସଶସ୍ତ୍ର ପୁଲିସ ବଳ, ଏସ୍‌ଏସ୍‌ବିଏନ୍‌, ସ୍ୱତନ୍ତ୍ର ଅପରେସନ ଦଳ (ଏସ୍‌ଓଜି) ଯବାନ ପରେଡ୍‌ ପ୍ରଦର୍ଶନ କରିବେ।  

ଦ୍ୱିତୀୟ ଦଫାରେ ଓଡିଶା ସ୍ୱତନ୍ତ୍ର ସଶସ୍ତ୍ର ପୁଲିସ (ଓଏସଏପି), ଓଡି଼ଶା ଶିଳ୍ପାଞ୍ଚଳ ସୁରକ୍ଷା ବଳ (ଓଆଇଏସ୍‌ଏଫ୍‌), ଓଡ୍ରାଫ୍‌, ରିଜର୍ଭ ସଶସ୍ତ୍ର ପୁଲିସ (ଏପିଆର), ଟ୍ରାଫିକ୍‌ ପୁଲିସ, ଷଷ୍ଠ ଓଏସ୍‌ଏପିର ବ୍ରାସ୍‌ ବ୍ୟାଣ୍ଡ, ଅଗ୍ନିଶମ ବାହିନୀ, ଗୃହରକ୍ଷୀ, ବେସାମରିକ ନିରାପତ୍ତାର ଗୋଟିଏ ଦଳ ପରେଡ୍‌ ପ୍ରଦର୍ଶନ କରିବେ । ତା’ ପଛକୁ ୪ଟି ରାଜ୍ୟ ଏନ୍‌ସିସି ଦଳ ସହ ୩୬ଟି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଏନ୍‌ସିସି, ସ୍କାଉଟ୍‌ସ, ଗାଇଡ୍‌ସ ଦଳ ପରେଡ କରିବେ । ସବାଶେଷରେ 

ଏନ୍‌ସିସି ଅଶ୍ୱବାହିନୀ ସହ ସପ୍ତମ ବାଟାଲିୟନର ବ୍ରାସ୍‌ ବ୍ୟାଣ୍ଡ ଦଳ ରହିବେ। ଛତିଶଗଡ଼ ରାଜ୍ୟ ସଶସ୍ତ୍ର ପୁଲିସର ଏକ ଦଳ ପ୍ରଥମ ଥର ଗାନ୍ଧିର୍ମାଗରେ ପରେଡରେ ଅଂଶଗ୍ରହଣ କରିବେ ।