ବିଷାକ୍ତ ଗ୍ୟାସ ଲିକ୍ ଯୋଗୁଁ ଜଣେ ମୃତ, ୫ ଅସୁସ୍ଥ
ଝାରସୁଗୁଡା: ଓଡିଶା ମେଟାଲିକ କମ୍ପାନୀରେ ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଜଣେ ମୃତ ଓ ୫ ଜଣ ଅସୁସ୍ଥ। ମୃତକ ହେଲେ ବରୁଣ ପ୍ରଧାନ। ଅସୁସ୍ଥଙ୍କ ଚିକିତ୍ସା ଏକ ଘରୋଇ ନର୍ସିଂ ହୋମରେ ଚାଲିଛି। ଆଜି ଦିନ ପ୍ରାୟ ଗୋଟାଏ ବେଳକୁ ଓଡିଶା ମେଟାଲିକ କାରଖାନାର ପେଲେଟ ପ୍ଲାଣ୍ଟରୁ କାର୍ବନ ମନୋଅକ୍ସାଇଡ ଗ୍ୟାସ ନିର୍ଗତ ହେବାରୁ ସେଠାରେ କାର୍ଯ୍ୟରତ ଶ୍ରମିକଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିଲା। ଅନ୍ୟ ୫ ଜଣ ଅସୁସ୍ଥ ହୋଇଯିବାରୁ କାରଖାନା କର୍ତ୍ତୃପକ୍ଷ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ବର୍ତ୍ତମାନ ସମସ୍ତଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।