SSC CGL 2024: ପୂରଣ ହେବ ୧୭୭୨୭ ପଦବୀ, ଜାଣନ୍ତୁ ଆବେଦନ କରିବାର ଶେଷ ତାରିଖ କେବେ
ନୂଆଦିଲ୍ଲୀ,୨୬।୬: କର୍ମଚାରୀ ଚୟନ ଆୟୋଗ ସିଜିଏଲ ପରୀକ୍ଷା ୨୦୨୪ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଏବଂ ପଞ୍ଜୀକରଣ ମଧ୍ୟ ଆରମ୍ଭ ହୋଇଛି। ଯେଉଁ ପ୍ରାର୍ଥୀମାନେ ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଷ୍ଟାଫ ସିଲେକ୍ସନ କମିଶନର ଅଫିସିଆଲ ଓ୍ବେବସାଇଟ୍ ssc.gov.in ଯାଇ ଫର୍ମ ପୂରଣ କରିପାରିବେ। ଫର୍ମ ପୂରଣ କରିବା ପୂର୍ବରୁ, ଆସନ୍ତୁ ଜାଣିବା ଯୋଗ୍ୟତା କ’ଣ ଏବଂ ଏହି ପରୀକ୍ଷା ପାଇଁ କିପରି ଆବେଦନ କରାଯିବ। ଏଥର SSC CGL ପରୀକ୍ଷା ମାଧ୍ୟମରେ […] The post SSC CGL 2024: ପୂରଣ ହେବ ୧୭୭୨୭ ପଦବୀ, ଜାଣନ୍ତୁ ଆବେଦନ କରିବାର ଶେଷ ତାରିଖ କେବେ appeared first on Dharitri Odia News.
ନୂଆଦିଲ୍ଲୀ,୨୬।୬: କର୍ମଚାରୀ ଚୟନ ଆୟୋଗ ସିଜିଏଲ ପରୀକ୍ଷା ୨୦୨୪ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଏବଂ ପଞ୍ଜୀକରଣ ମଧ୍ୟ ଆରମ୍ଭ ହୋଇଛି। ଯେଉଁ ପ୍ରାର୍ଥୀମାନେ ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଷ୍ଟାଫ ସିଲେକ୍ସନ କମିଶନର ଅଫିସିଆଲ ଓ୍ବେବସାଇଟ୍ ssc.gov.in ଯାଇ ଫର୍ମ ପୂରଣ କରିପାରିବେ। ଫର୍ମ ପୂରଣ କରିବା ପୂର୍ବରୁ, ଆସନ୍ତୁ ଜାଣିବା ଯୋଗ୍ୟତା କ’ଣ ଏବଂ ଏହି ପରୀକ୍ଷା ପାଇଁ କିପରି ଆବେଦନ କରାଯିବ।
ଏଥର SSC CGL ପରୀକ୍ଷା ମାଧ୍ୟମରେ ୧୭୭୨୭ ପଦବୀ ପାଇଁ ନିଯୁକ୍ତି ବାହାରିଛି। ଏହା ଏକ ସମ୍ଭାବିତ ସଂଖ୍ୟା ଯାହା ପରିବର୍ତ୍ତନ ହୋଇପାରେ। ପଞ୍ଜୀକରଣ ଚାଲିଛି ଏବଂ ଆବେଦନ କରିବାର ଶେଷ ତାରିଖ ହେଉଛି ୨୪ ଜୁଲାଇ। ପ୍ରଥମ ପର୍ଯ୍ୟାୟ ପରୀକ୍ଷାର ତାରିଖ ଏ ପର୍ଯ୍ୟନ୍ତ ଆସିନାହିଁ କିନ୍ତୁ ସମ୍ଭବତଃ ସେପ୍ଟେମ୍ବର-ଅକ୍ଟୋବର ମାସରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।
ଜାଣନ୍ତୁ କେଉଁମାନେ କରିପାରିବେ ଆବେଦନ:
– ପ୍ରାର୍ଥୀ ନିଶ୍ଚିତ ଭାବରେ ଭାରତର ନାଗରିକ ହେବା ଆବଶ୍ୟକ
– ବୟସ ୩୨ ବର୍ଷରୁ ଅଧିକ ହୋଇନଥିବ
– ପ୍ରାର୍ଥୀ ଏକ ସ୍ବୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ
– କିଛି ପଦବୀ ପାଇଁ ମାଷ୍ଟର ଡିଗ୍ରୀ ମଧ୍ୟ ଆବଶ୍ୟକ
– ଯେଉଁ ପୋଷ୍ଟ ପାଇଁ ଆପଣ ଆବେଦନ କରୁଛନ୍ତି ସେହି ବିଜ୍ଞପ୍ତି ଦେଇ ଆପଣଙ୍କୁ ସବିଶେଷ ତଥ୍ୟ ଯାଞ୍ଚ କରିବାକୁ ପଡିବ
The post SSC CGL 2024: ପୂରଣ ହେବ ୧୭୭୨୭ ପଦବୀ, ଜାଣନ୍ତୁ ଆବେଦନ କରିବାର ଶେଷ ତାରିଖ କେବେ appeared first on Dharitri Odia News.