ଆସୁଛି ଆଉ ଏକ ଲଘୁଚାପ, ୧୨ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା
ଭୁବନେଶ୍ୱର,୨୩।୯: ମୌସୁମୀ ଟ୍ରପ୍ ଲାଇନ୍ ବଙ୍ଗୋପସାଗରର ଦକ୍ଷିଣପୂର୍ବ ଦିଗରେ ଅଗ୍ରସର ହେଉଛି। ସେହିପରି ଆନ୍ଧ୍ରପ୍ରଦେଶ ଉପକୂଳରୁ ଦକ୍ଷିଣ ଉପକୂଳବର୍ତ୍ତୀ ମ୍ୟାନ୍ମାର ମଧ୍ୟରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ଦୁଇ ଘୂର୍ଣ୍ଣବଳୟ ପ୍ରଭାବରେ ସୋମବାର ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଏବେ ରାଜ୍ୟରେ ବର୍ଷା ହେଉଥିବାବେଳେ ଆଗକୁ ବର୍ଷା ପରିମାଣ ବଢ଼ିବ ଓ ୨୭ ତାରିଖ ଯାଏ ବର୍ଷା ଜାରି […] The post ଆସୁଛି ଆଉ ଏକ ଲଘୁଚାପ, ୧୨ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା appeared first on Dharitri Odia News.
ଭୁବନେଶ୍ୱର,୨୩।୯: ମୌସୁମୀ ଟ୍ରପ୍ ଲାଇନ୍ ବଙ୍ଗୋପସାଗରର ଦକ୍ଷିଣପୂର୍ବ ଦିଗରେ ଅଗ୍ରସର ହେଉଛି। ସେହିପରି ଆନ୍ଧ୍ରପ୍ରଦେଶ ଉପକୂଳରୁ ଦକ୍ଷିଣ ଉପକୂଳବର୍ତ୍ତୀ ମ୍ୟାନ୍ମାର ମଧ୍ୟରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ଦୁଇ ଘୂର୍ଣ୍ଣବଳୟ ପ୍ରଭାବରେ ସୋମବାର ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଏବେ ରାଜ୍ୟରେ ବର୍ଷା ହେଉଥିବାବେଳେ ଆଗକୁ ବର୍ଷା ପରିମାଣ ବଢ଼ିବ ଓ ୨୭ ତାରିଖ ଯାଏ ବର୍ଷା ଜାରି ରହିବ। ଅନ୍ୟପକ୍ଷରେ ଆସନ୍ତା ୨୩ରୁ ପଶ୍ଚିମ ରାଜସ୍ଥାନ ଏବଂ ଗୁଜରାଟ କଚ୍ଛର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଫେରିବା ନେଇ ସ୍ଥିତି ଅନୁକୂଳ ହେଉଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଉପକୂଳବର୍ତ୍ତୀ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବା ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହିସବୁ ଜିଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, କୋରାପୁଟ, ଅନୁଗୋଳ, ଢେଙ୍କାନାଳ ଓ ଦେବଗଡ଼ରେ ୭ରୁ ୨୦ ସେମି ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ମାଲକାନଗିରି, ବଲାଙ୍ଗୀର, ସୋନପୁର ଆଦି ୮ ଜିଲାର ବିଭିନ୍ନ ସ୍ଥାନରେ ୭ରୁ ୧୧ ସେମି ବର୍ଷା ହୋଇପାରେ। ୨୪ ତାରିଖରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ଜଗତ୍ସିଂହପୁର, କଟକ, ବାଲେଶ୍ୱର ସମେତ ୧୨ ଜିଲାରେ ବର୍ଷା ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି।
The post ଆସୁଛି ଆଉ ଏକ ଲଘୁଚାପ, ୧୨ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା appeared first on Dharitri Odia News.