ଅଳକାପୁରୀ ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୩୧ା୧(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ଅନ୍ତର୍ଗତ ଅଳକାପୁରୀରେ ରହୁଥିବା ସୁରଜ ବେହେରା (୫୫)ଙ୍କୁ ୨୦୨୨ ଫେବୃଆରୀ ୨୪ ସନ୍ଧ୍ୟାରେ ହତ୍ୟା କରାଯାଇଥିଲା। ବୁଧବାର ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)- ୩ ରାଜକୁମାର ଦାଶ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ପ୍ରମାଣ ମିଳିଥିବାରୁ ସେ ତାଙ୍କ ରାୟରେ ହତ୍ୟାକାରୀ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୋଇରାଣୀର ମୂଳ ନିବାସୀ ତଥା ସଦର ଥାନା ଅନ୍ତର୍ଗତ ଭାବିନିପୁର ନିକଟରେ ରହୁଥିବା ବଳରାମ ସାହୁ ଓରଫ ବଳିଆ (୩୭)ଙ୍କୁ ଦୋଷୀ […] The post ଅଳକାପୁରୀ ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ କାରାଦଣ୍ଡ appeared first on Dharitri Odia News.

ଅଳକାପୁରୀ ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୩୧ା୧(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ଅନ୍ତର୍ଗତ ଅଳକାପୁରୀରେ ରହୁଥିବା ସୁରଜ ବେହେରା (୫୫)ଙ୍କୁ ୨୦୨୨ ଫେବୃଆରୀ ୨୪ ସନ୍ଧ୍ୟାରେ ହତ୍ୟା କରାଯାଇଥିଲା। ବୁଧବାର ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)- ୩ ରାଜକୁମାର ଦାଶ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ପ୍ରମାଣ ମିଳିଥିବାରୁ ସେ ତାଙ୍କ ରାୟରେ ହତ୍ୟାକାରୀ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୋଇରାଣୀର ମୂଳ ନିବାସୀ ତଥା ସଦର ଥାନା ଅନ୍ତର୍ଗତ ଭାବିନିପୁର ନିକଟରେ ରହୁଥିବା ବଳରାମ ସାହୁ ଓରଫ ବଳିଆ (୩୭)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ୨୦ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୧ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଗିରଫ ପରଠାରୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିବା ବଳରାମଙ୍କୁ କଡ଼ା ସୁରକ୍ଷାରେ ବୁଧବାର କୋର୍ଟରେ ହାଜର କରାଯାଇଥିଲା। ରାୟ ପ୍ରକାଶ ପରେ ତାଙ୍କୁ ପୁଣିଥରେ ମଣ୍ଡଳକାରାଗାରକୁ ପଠାଇ ଦିଆଯାଇଥିଲା। ଏନେଇ ସରକାରଙ୍କ ପକ୍ଷରୁ ମୋକଦ୍ଦମା ପରିଚାଳନା କରୁଥିବା ଏପିପି ରଜତ କୁମାର ଦାଶ ସୂଚନା ଦେଇଛନ୍ତି।

The post ଅଳକାପୁରୀ ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ କାରାଦଣ୍ଡ appeared first on Dharitri Odia News.