ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜନକଙ୍କ ଜୀବନ

କେନ୍ଦୁଝର ୨୬।୧୧ : ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ । କେନ୍ଦୁଝର ଜିଲ୍ଲା ନରଣପୁର ଓଭରବ୍ରିଜ୍‌ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକଙ୍କ ନାମ ହେଉଛି ଜନକ ବେହେରା । ଖବର ଅନୁଯାୟୀ, ନୟାଗଡ଼ ଜିଲ୍ଲାରେ  ମୃତ ଜନକଙ୍କ ଘର । ସେ କେନ୍ଦୁଝର ଜିଲ୍ଲା ନରଣପୁରରେ ରହି କବାଡ଼ିଆ ବେପାର କରୁଥିଲେ । କୌଣସି ଏକ କାମରେ ସେ ସାଇକେଲ୍‌ରେ ପାଖ ଗାଁକୁ ଯାଉଥିଲେ । ଏହି ସମୟରେ ନରଣପୁର ଓଭରବ୍ରିଜ୍‌ ନିକଟରେ ଏକ ଅଜଣା ଗାଡି ଜନକଙ୍କ ସାଇକେଲ୍‌କୁ ଧକ୍କା ଦେଇଥିଲା । ଯାହାଫଳରେ ଜନକଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।  

ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜନକଙ୍କ ଜୀବନ

କେନ୍ଦୁଝର ୨୬।୧୧ : ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ । କେନ୍ଦୁଝର ଜିଲ୍ଲା ନରଣପୁର ଓଭରବ୍ରିଜ୍‌ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକଙ୍କ ନାମ ହେଉଛି ଜନକ ବେହେରା । 

ଖବର ଅନୁଯାୟୀ, ନୟାଗଡ଼ ଜିଲ୍ଲାରେ  ମୃତ ଜନକଙ୍କ ଘର । ସେ କେନ୍ଦୁଝର ଜିଲ୍ଲା ନରଣପୁରରେ ରହି କବାଡ଼ିଆ ବେପାର କରୁଥିଲେ । କୌଣସି ଏକ କାମରେ ସେ ସାଇକେଲ୍‌ରେ ପାଖ ଗାଁକୁ ଯାଉଥିଲେ । ଏହି ସମୟରେ ନରଣପୁର ଓଭରବ୍ରିଜ୍‌ ନିକଟରେ ଏକ ଅଜଣା ଗାଡି ଜନକଙ୍କ ସାଇକେଲ୍‌କୁ ଧକ୍କା ଦେଇଥିଲା । ଯାହାଫଳରେ ଜନକଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।