ଆସିଲା ଶବ ହାତୀ ମାମାର ଶବ ବ୍ୟବଚ୍ଛେଦ ରିପୋର୍ଟ, ହରପିସ୍ରେ ହୋଇଛି ମୃତ୍ୟୁ
ଭୁବନେଶ୍ବର: ଚନ୍ଦକା ଅଭୟାରଣ୍ୟରେ ମୃତ ହୋଇଥିବା ମାଈ ହାତୀ ମାମାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ରିପୋର୍ଟରେ ମାମାର ମୃତ୍ୟୁ ହରପିସ୍ ଭୂତାଣୁ କାରଣରୁ ହୋଇଥିବା ଜଣାପଡ଼ିଛି । ମାମାକୁ 7 ବର୍ଷ ହୋଇଥିଲା। କୁଂକି ଟ୍ରେନିଂ ପାଇଁ ମାମାକୁ ନନ୍ଦକାନାନରୁ ଚନ୍ଦକା ଅଣାଯାଇଥିଲା। ସୂଚନାଥାଉକି, ବୁଧବାର ସକାଳେ ମାମାର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ତେବେ କିଛି ଦିନ ତଳେ ଚନ୍ଦକା ଅଭୟାରଣ୍ୟରେ ରାମୁ ହାତୀର ମୃତ୍ୟୁ ହୋଇଥିବାବେଳେ ବେଳେ ପୁଣି ଏକ ହାତୀର ମୃତ୍ୟୁ ହାତୀ ପରିଚାଳନାକୁ ସେନ୍ଦେହ ଘେରକୁ ଆଣିଛି I ୨୦୨୧ରୁ ଚନ୍ଦକା ଅଭୟାରଣ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ହାତୀ ରେସକ୍ୟୁ ସେଣ୍ଟର ନିର୍ମାଣ କରାଯାଇଛି। କିନ୍ତୁ ୪ ବର୍ଷ ବିତିଥିଲେବି ଜଣେ ବି ସ୍ଥାୟୀ ଡାକ୍ତର ଏଠାରେ ନାହାଁନ୍ତି । ଏମିତିରେ ଏହି ଅବହେଳା ପାଇଁ ଉତ୍ତରଦାୟୀ କିଏ ହେବେ ? ବୋଲି ପ୍ରଶ୍ନ ଉଠିଛି।ତେବେ ୧୦ରୁ ୧୨ ବର୍ଷରୁ କମ୍ ହାତୀଙ୍କୁ ହରପିସ ଭୁତାଣୁ ଆକ୍ରାନ୍ତ କରିଥାଏ, ଏଥିରେ ହାତୀଙ୍କ ମୃତ୍ୟୁ ହୋଇଥାଏ ବୋଲି ସୂଚନା ଦେଇଛନ୍ତି ଡିଏଫଓ।
ଭୁବନେଶ୍ବର: ଚନ୍ଦକା ଅଭୟାରଣ୍ୟରେ ମୃତ ହୋଇଥିବା ମାଈ ହାତୀ ମାମାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ରିପୋର୍ଟରେ ମାମାର ମୃତ୍ୟୁ ହରପିସ୍ ଭୂତାଣୁ କାରଣରୁ ହୋଇଥିବା ଜଣାପଡ଼ିଛି । ମାମାକୁ 7 ବର୍ଷ ହୋଇଥିଲା। କୁଂକି ଟ୍ରେନିଂ ପାଇଁ ମାମାକୁ ନନ୍ଦକାନାନରୁ ଚନ୍ଦକା ଅଣାଯାଇଥିଲା।
ସୂଚନାଥାଉକି, ବୁଧବାର ସକାଳେ ମାମାର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ତେବେ କିଛି ଦିନ ତଳେ ଚନ୍ଦକା ଅଭୟାରଣ୍ୟରେ ରାମୁ ହାତୀର ମୃତ୍ୟୁ ହୋଇଥିବାବେଳେ ବେଳେ ପୁଣି ଏକ ହାତୀର ମୃତ୍ୟୁ ହାତୀ ପରିଚାଳନାକୁ ସେନ୍ଦେହ ଘେରକୁ ଆଣିଛି I
୨୦୨୧ରୁ ଚନ୍ଦକା ଅଭୟାରଣ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ହାତୀ ରେସକ୍ୟୁ ସେଣ୍ଟର ନିର୍ମାଣ କରାଯାଇଛି। କିନ୍ତୁ ୪ ବର୍ଷ ବିତିଥିଲେବି ଜଣେ ବି ସ୍ଥାୟୀ ଡାକ୍ତର ଏଠାରେ ନାହାଁନ୍ତି । ଏମିତିରେ ଏହି ଅବହେଳା ପାଇଁ ଉତ୍ତରଦାୟୀ କିଏ ହେବେ ? ବୋଲି ପ୍ରଶ୍ନ ଉଠିଛି।
ତେବେ ୧୦ରୁ ୧୨ ବର୍ଷରୁ କମ୍ ହାତୀଙ୍କୁ ହରପିସ ଭୁତାଣୁ ଆକ୍ରାନ୍ତ କରିଥାଏ, ଏଥିରେ ହାତୀଙ୍କ ମୃତ୍ୟୁ ହୋଇଥାଏ ବୋଲି ସୂଚନା ଦେଇଛନ୍ତି ଡିଏଫଓ।