ମାଇକ୍ରୋସଫ୍ଟ କ୍ରାସ୍: ୧୪୦୦ ଫ୍ଲାଇଟ୍ କ୍ୟାନସଲ, ଭାରତରେ କେତେ ବ୍ୟାଙ୍କ ପ୍ରଭାବିତ ହେଲେ ଜାଣନ୍ତୁ
ନୂଆଦିଲ୍ଲୀ: ସାରା ବିଶ୍ୱରେ ମାଇକ୍ରୋସଫ୍ଟର ସଫ୍ଟୱୟାର ଡାଉନ୍ ହେବା ପରେ ଶୁକ୍ରବାର ଦୁନିଆ ବିଭିନ୍ନ ସ୍ଥାନରେ ଫ୍ଲାଇଟ ସେବା,ବ୍ୟାଙ୍କ, ଷ୍ଟକ୍ ମାର୍କେଟ୍ ଓ ଟିଭି ଚ୍ୟାନେଲ୍ ଆଦି ପ୍ରଭାବିତ ହୋଇଛି। ବିଶ୍ୱରେ ୧୪୦୦ ଫ୍ଲାଇଟ୍ କ୍ୟାନ୍ସଲ ହୋଇଥିବା ବେଳେ ଭାରତରେ ୨୦୦ ଫ୍ଲାଇଟ୍ କ୍ୟାନସଲ ହୋଇଛି। ମାଇକ୍ରୋସଫ୍ଟରେ ସମସ୍ୟା ଦେଖାଦେବା ପରେ ଫ୍ଲାଇଟ ଅପରେଟିଂ ଅପରେଶନ ଗଡ଼ବଡ଼ ହୋଇଯାଇଥିଲା। ଚେକ ଇନ ସିଷ୍ଟମ ଓ ଇନ୍ଫରମେସନ ଡିସ୍ପ୍ଲେ ବନ୍ଦ ହୋଇଯାଇଥିଲା। ତେଣୁ ଫ୍ଲାଇଟ୍ ପାଇଁ ଚେକ୍ ଇନ ଟିକେଟ୍ ବୁକିଂ ବ୍ୟବସ୍ଥା ଏକଦମ ଠପ୍ ହୋଇଯାଇଥିଲା। ଆମେରିକା, ଅଷ୍ଟ୍ରେଲିଆ, ଜର୍ମାନୀ ଏବଂ ଇଂଲଣ୍ଡ ସମେତ ଭାରତରେ ବିମାନ ସେବା, ଏଟିଏମ୍, ବ୍ୟାଙ୍କିଙ୍ଗ୍ ଏବଂ କର୍ପୋରେଟ୍ କମ୍ପାନୀଗୁଡିକର କାର୍ଯ୍ୟ ପ୍ରଭାବିତ ହୋଇଥିଲା। ବ୍ରିଟେନରେ ଟେଲିଭିଜନ ପ୍ରସାରଣ ବନ୍ଦ ହୋଇଗଲା। ଟେକ୍ନିକାଲ ଭାଷାରେ ଏହାକୁ ମେଗା ଆଇଟି ଆଉଟେଜ୍ କୁହାଯାଉଛି। ବିଶ୍ୱରେ ୱିଣ୍ଡୋଜ୍ ୧୦ ବ୍ୟବହାର ହୋଇଥିବା କମ୍ପ୍ୟୁଟରଗୁଡ଼ିକ ହଠାତ୍ ବନ୍ଦ ହେଉଛି ଓ ରିଷ୍ଟାର୍ଟ ବି ହେଉଛି। ଏଥିରେ କମ୍ପ୍ୟୁଟରରେ ନୀଳ ବେକ୍ଗ୍ରାଉଣ୍ଡ ସହ ମେସେଜ୍ ବି ଡିସ୍ପ୍ଲେ ହେଉଛି। ଯାହାକୁ ବ୍ଲୁ ସ୍କ୍ରିନ ଅପ୍ ଡେଥ୍ କୁହାଯାଉଛି।ବ୍ଲୁ ସ୍କ୍ରିନ୍ ଅଫ ଡେଥ୍ବ୍ଲୁ ସ୍କ୍ରିନ୍ ଅଫ ଡେଥ୍ ହେଉଛି ଏକ ସିରିୟସ ଏରର ସ୍କ୍ରିନ। ଯାହା ୱିଣ୍ଡୋଜ୍ ଅପରେଟିଂ ସିଷ୍ଟମରେ ଦେଖାଯାଏ। କିଛି ଗମ୍ଭୀର ସମସ୍ୟା
ନୂଆଦିଲ୍ଲୀ: ସାରା ବିଶ୍ୱରେ ମାଇକ୍ରୋସଫ୍ଟର ସଫ୍ଟୱୟାର ଡାଉନ୍ ହେବା ପରେ ଶୁକ୍ରବାର ଦୁନିଆ ବିଭିନ୍ନ ସ୍ଥାନରେ ଫ୍ଲାଇଟ ସେବା,ବ୍ୟାଙ୍କ, ଷ୍ଟକ୍ ମାର୍କେଟ୍ ଓ ଟିଭି ଚ୍ୟାନେଲ୍ ଆଦି ପ୍ରଭାବିତ ହୋଇଛି। ବିଶ୍ୱରେ ୧୪୦୦ ଫ୍ଲାଇଟ୍ କ୍ୟାନ୍ସଲ ହୋଇଥିବା ବେଳେ ଭାରତରେ ୨୦୦ ଫ୍ଲାଇଟ୍ କ୍ୟାନସଲ ହୋଇଛି। ମାଇକ୍ରୋସଫ୍ଟରେ ସମସ୍ୟା ଦେଖାଦେବା ପରେ ଫ୍ଲାଇଟ ଅପରେଟିଂ ଅପରେଶନ ଗଡ଼ବଡ଼ ହୋଇଯାଇଥିଲା। ଚେକ ଇନ ସିଷ୍ଟମ ଓ ଇନ୍ଫରମେସନ ଡିସ୍ପ୍ଲେ ବନ୍ଦ ହୋଇଯାଇଥିଲା। ତେଣୁ ଫ୍ଲାଇଟ୍ ପାଇଁ ଚେକ୍ ଇନ ଟିକେଟ୍ ବୁକିଂ ବ୍ୟବସ୍ଥା ଏକଦମ ଠପ୍ ହୋଇଯାଇଥିଲା।
ଆମେରିକା, ଅଷ୍ଟ୍ରେଲିଆ, ଜର୍ମାନୀ ଏବଂ ଇଂଲଣ୍ଡ ସମେତ ଭାରତରେ ବିମାନ ସେବା, ଏଟିଏମ୍, ବ୍ୟାଙ୍କିଙ୍ଗ୍ ଏବଂ କର୍ପୋରେଟ୍ କମ୍ପାନୀଗୁଡିକର କାର୍ଯ୍ୟ ପ୍ରଭାବିତ ହୋଇଥିଲା। ବ୍ରିଟେନରେ ଟେଲିଭିଜନ ପ୍ରସାରଣ ବନ୍ଦ ହୋଇଗଲା। ଟେକ୍ନିକାଲ ଭାଷାରେ ଏହାକୁ ମେଗା ଆଇଟି ଆଉଟେଜ୍ କୁହାଯାଉଛି। ବିଶ୍ୱରେ ୱିଣ୍ଡୋଜ୍ ୧୦ ବ୍ୟବହାର ହୋଇଥିବା କମ୍ପ୍ୟୁଟରଗୁଡ଼ିକ ହଠାତ୍ ବନ୍ଦ ହେଉଛି ଓ ରିଷ୍ଟାର୍ଟ ବି ହେଉଛି। ଏଥିରେ କମ୍ପ୍ୟୁଟରରେ ନୀଳ ବେକ୍ଗ୍ରାଉଣ୍ଡ ସହ ମେସେଜ୍ ବି ଡିସ୍ପ୍ଲେ ହେଉଛି। ଯାହାକୁ ବ୍ଲୁ ସ୍କ୍ରିନ ଅପ୍ ଡେଥ୍ କୁହାଯାଉଛି।
ବ୍ଲୁ ସ୍କ୍ରିନ୍ ଅଫ ଡେଥ୍
ବ୍ଲୁ ସ୍କ୍ରିନ୍ ଅଫ ଡେଥ୍ ହେଉଛି ଏକ ସିରିୟସ ଏରର ସ୍କ୍ରିନ। ଯାହା ୱିଣ୍ଡୋଜ୍ ଅପରେଟିଂ ସିଷ୍ଟମରେ ଦେଖାଯାଏ। କିଛି ଗମ୍ଭୀର ସମସ୍ୟା ହେତୁ ସିଷ୍ଟମ୍ କ୍ରାସ୍ ହୋଇଯାଏ । ଏହାର ଅର୍ଥ ସିଷ୍ଟମ୍ରେ ସୁରକ୍ଷିତ ଭାବରେ କାର୍ଯ୍ୟ କରି ହେବ ନାହିଁ। ଏଥିରେ ସିଷ୍ଟମ ଆପେ ଆପେ ରିଷ୍ଟାର୍ଟ ହେବା ସହିତ ଡାଟା ଡିଲିଟ୍ ହେବାର ଆଶଙ୍କା ରହିଥାଏ।
କାହିଁକି ଓ କେତେବେଳେ ହେଲା ଏହି ଅସୁବିଧା ?
କମ୍ପ୍ୟୁଟର ସିଷ୍ଟମକୁ ସାଇବର ଆଟାକ ଓ ଭାଇରସରୁ ରକ୍ଷା କରିବା ପାଇଁ ୱିଣ୍ଡୋ ଆଧାରିତ କମ୍ପ୍ୟୁଟରରେ କ୍ରାଉଡଷ୍ଟ୍ରାଇକ୍ ନାମକ ସଫ୍ଟୱେର୍ ବ୍ୟବହାର କରାଯାଏ। ଏହା ଏକ ଜଣାଶୁଣା ଆଣ୍ଟିଭାଇରସ୍ ସଫ୍ଟୱେର୍ ଏବଂ ବଡ କମ୍ପାନୀଗୁଡିକ ଏହାକୁ ସୁରକ୍ଷା ପାଇଁ ବ୍ୟବହାର କରିଥାନ୍ତି। ଗୁରୁବାର ରାତିରେ (ଜୁଲାଇ ୧୮), କ୍ରାଉଡ୍ ଷ୍ଟ୍ରାଇକ୍ ସଫ୍ଟୱେର୍ ଏକ ଅପଡେଟ୍ ପ୍ରକାଶ ରିଲିଜ୍ କରିଥିଲା। ଏହା ହିଁ ୱିଣ୍ଡୋଜ୍ କମ୍ପ୍ୟୁଟରରେ ହଠାତ୍ ଅଡ଼ୁଆ ସୃଷ୍ଟି କଲା। ଯେଉଁ କମ୍ପ୍ୟୁଟରକୁ ଏହି ଅପଡେଟ୍ ଗଲା ତାହା କ୍ରାସ୍ ହୋଇଗଲା। ଏୟାରଲାଇନ୍ସର ବୁକିଂ ଏବଂ ଚେକ୍ ଇନ୍ ସେବା ଏହି କମ୍ପ୍ୟୁଟର ଉପରେ ଆଧାରିତ ହୋଇଥିବାରୁ ଏହା ପ୍ରଭାବିତ ହୋଇଥିଲା। ମାଇକ୍ରୋସଫ୍ଟର ୱିଣ୍ଡୋଜ୍ ସିଷ୍ଟମ୍ ବିମାନବନ୍ଦର ଏବଂ ବିମାନ ସେବା ପାଇଁ ବ୍ୟବହାର କରାଯାଏ। ମାଇକ୍ରୋସଫ୍ଟ ଏଜ୍ଜ୍ୟୋର ଓ ଡାଇନାମିକ୍ସ ୩୬୫ ବିମାନବନ୍ଦର ପରିଚାଳନା ପରି ପାସେଞ୍ଜର ପ୍ରୋସେସିଂ,ବ୍ୟାଗେଜ୍ ହ୍ୟାଣ୍ଡଲିଂ ଏବଂ ସୁବିଧା ପରିଚାଳନା ହୋଇଥାଏ। ତେଣୁ ଏତିରେ ସମସ୍ୟା ହୋଇଥିଲା।
ସମସ୍ୟା ନେଇ କ’ଣ କହିଲା କମ୍ପାନୀ?
ଆଣ୍ଟିଭାଇରସରେ ଅପଡେଟ୍ ଦିଆଯିବାରୁ କମ୍ପ୍ୟୁଟର ଠପ୍ ହୋଇଥିବାର ଜଣାପଡିବା ପରେ କ୍ରାଉଡ୍ ଷ୍ଟ୍ରାଇକ୍ କମ୍ପାନୀ ଏହି ଅପଡେଟ୍କୁ ହଟାଇ ନେଇଛି। କିନ୍ତୁ ଅପଡେଟ୍ ଇନଷ୍ଟଲ ହୋଇଥିବା କମ୍ପ୍ୟୁଟରଗୁଡ଼ିକୁ କିପରି ରିଷ୍ଟୋର କରାଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ମାଇକ୍ରୋସଫ୍ଟ ଆଉଟେଜ୍ ପାଇଁ ବ୍ୟାଙ୍କ ସେବା ପ୍ରଭାବିତ
ଘଟଣାକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପ୍ରତିକ୍ରିୟା ଦେଇଛି। ଭାରତରେ କେବଳ ୧୦ଟି ବ୍ୟାଙ୍କ ଓ ନନ ବ୍ୟାଙ୍କିଙ୍ଗ୍ ଫାଇନାନ୍ସିଆଲ କମ୍ପାନୀ ଏହାଦ୍ୱାରା ସାମାନ୍ୟ ପ୍ରଭାବିତ ହୋଇଛନ୍ତି। ଭାରତର କିଛି ବ୍ୟାଙ୍କ ଯେଉଁମାନେ କ୍ରାଉଡଷ୍ଟ୍ରାଇକ ଟୁଲ ବ୍ୟବହାର କରୁଥିଲେ ସେମାନେ ପ୍ରଭାବିତ ହୋଇଛନ୍ତି।
ମାଇକ୍ରୋସଫ୍ଟ କ୍ରାସକୁ ନେଇ ସାଇବର ଏକ୍ସପର୍ଟ ଲିଂଗରାଜ ସେଠୀ କହିଛନ୍ତି ଯେ ଏହା କୌଣସି ସାଇବର ଆଟାକ ନୁହେଁ ଏହା ଏକ ପ୍ୟାଚ୍ ଅପଡେଟ୍। ଅର୍ଥାତ୍ ସିଷ୍ଟମ୍ରେ ଥିବା ତ୍ରୁଟିକୁ ଅପ୍ଡେଟ୍ ଦେଇ ସୁଧାରିବା। ଏହା କୌଣସି ସାଇବର ଥ୍ରେଟ୍ ନୁହେଁ ବୋଲି ଶ୍ରୀ ସେଠୀ କହିଛନ୍ତି। ଯେଉଁମାନେ ମାଇକ୍ରୋସଫ୍ଟ ସେବା ନେଇଛନ୍ତି ସେମାନେ ବି ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତେବେ ଡେଥ୍ ଏରର କୌଣସି କନସେପ୍ଟ ନାହିଁ। ତା ଛଡ଼ା ଏହାର ସମାଧାନ ପାଇଁ କମ୍ପାନୀ ଆଡ୍ଭାଇଡରି ଜାରି କରିଛି ବୋଲି ସେ କହିଛନ୍ତି।