ଇଏ ହେଉଛି ଇଲେକ୍ଟ୍ରିକ୍‌ ଡବଲ ଡେକର ବସ୍; ରହିଛି ଓଡ଼ିଶାର କଳା ଓ ସଂସ୍କୃତିର ଛାପ

କଟକ-ଭୁବନେଶ୍ୱର-ପୁରୀ ମଧ୍ୟରେ ଚାଲିବ ଇଲେକ୍ଟ୍ରିକ ଡବଲ ଡେକର ବସ୍। ୫ଟି ବସ୍‌ କ୍ରୁଟ୍‌ ଆଣିବେ ରାଜ୍ୟ ସରକାର। ମୁମ୍ୱାଇର ଏକ ସଂସ୍ଥା ଏହି ବସ୍‌ ତିଆରି କରୁଛି। ପ୍ରଥମ ପର୍ଯ୍ୟାୟରେ ୨ଟି ବସ୍‌ ଆସୁଛି।

ଇଏ ହେଉଛି ଇଲେକ୍ଟ୍ରିକ୍‌ ଡବଲ ଡେକର ବସ୍; ରହିଛି ଓଡ଼ିଶାର କଳା ଓ ସଂସ୍କୃତିର ଛାପ

ଇଏ ହେଉଛି ଇଲେକ୍ଟ୍ରିକ ଡବଲ ଡେକର ବସ୍। ଯେଉଁଥିରେ ରହିଛି ଓଡ଼ିଶାର କଳା ଓ ସଂସ୍କୃତିର ଛାପ। ଏହି ବସ୍‌ ଦିନେ ବା ଦୁଇ ଦିନ ଭିତରେ ଭୁବନେଶ୍ୱରରେ ପହଞ୍ଚିବ। ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଗଡ଼ିବ ଡବଲ ଡେକର୍ ବସ୍‌। ପ୍ରଥମେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବାକୁ ଆସିଥିବା ଅତିଥିମାନେ ବସିବେ। ଏନେଇ ଏନେଇ Capital Region Urban Transport(କ୍ରୁଟ୍‌) ପକ୍ଷରୁ ସୂଚନା ଦିଆଯାଇଛି।

କଟକ-ଭୁବନେଶ୍ୱର-ପୁରୀ ମଧ୍ୟରେ ଚାଲିବ ଇଲେକ୍ଟ୍ରିକ ଡବଲ ଡେକର ବସ୍। ୫ଟି ବସ୍‌ କ୍ରୁଟ୍‌ ଆଣିବେ ରାଜ୍ୟ ସରକାର। ମୁମ୍ୱାଇର ଏକ ସଂସ୍ଥା ଏହି ବସ୍‌ ତିଆରି କରୁଛି। ପ୍ରଥମ ପର୍ଯ୍ୟାୟରେ ୨ଟି ବସ୍‌ ଆସୁଛି। ପରବର୍ତ୍ତୀ ସମୟରେ ଅନ୍ୟ ୩ଟି ବସ୍‌ ଆସିବ ବୋଲି ଜଣାପଡ଼ିଛି। ଗେରୁଆ ରଙ୍ଗରେ ତିଆରି ହୋଇଥିବା ଏହି ବସ୍‌ରେ ରହିଛି ଓଡ଼ିଶା କଳା ଓ ସଂସ୍କୃତି ଛାପ। ବସ୍‌ରେ କୋଣାର୍କ ଚକ, ଧୌଳି ଶାନ୍ତିସ୍ତୁତ, ଗୋଟିପୁଅ ନୃତ୍ୟ ଓ ଅନ୍ୟାନ୍ୟ କଳାକୃତିର ଛାପ ରହିଛି।

ନିର୍ମାଣ କାର୍ଯ୍ୟ ସରିଥିବା ୨ଟି ଇଲେକ୍ଟ୍ରିକ ଡବଲ ଡେକର ବସ୍ ମୁମ୍ୱାଇରୁ ଭୁବନେଶ୍ୱର ଅଭିମୁଖେ ବାହାରି ସାରିଲାଣି। ଇତି ମଧ୍ୟ ୪୦୦ କିମି ଅତିକ୍ରମ କରି ସାରିଲାଣି। ବସ୍‌ ନିର୍ମାଣ କରୁଥିବା ସଂସ୍ଥାର ଚାଳକମାନେ ବସ୍‌ ନେଇ ଆସୁଛନ୍ତି। ଦିନେ ବା ଦୁଇ ଦିନରେ ବସ୍‌ ଗୁଡ଼ିକ ଭୁବନେଶ୍ୱରରେ ପହଞ୍ଚିବ। ବସ୍‌ ଗୁଡ଼ିକ ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଥମେ ଟ୍ରାଏଲ୍‌ ରନ୍‌ କରାଯିବ। ତା’ପରେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବାକୁ ଆସିଥିବା ଅତିଥିମାନେ ବସିବେ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି।