SSC Recruitment 2023-24: SSCରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ; ଜାଣନ୍ତୁ କେଉଁ ପଦବୀ ହେବ ପୂରଣ

କର୍ମଚାରୀ ଚୟନ ଆୟୋଗ (SSC)ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। SSC ଏନେଇ ବାହାର କରିଛି ବିଜ୍ଞପ୍ତି। ଏହି ପଦବୀ ପାଇଁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇଗଲାଣି। ଏହି ନିଯୁକ୍ତି ମାଧ୍ୟମରେ ମୋଟ୍ ୨୨୦ଟି ପଦବୀ ପୂରଣ ହେବ।

SSC Recruitment 2023-24: SSCରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ; ଜାଣନ୍ତୁ କେଉଁ ପଦବୀ ହେବ ପୂରଣ

କର୍ମଚାରୀ ଚୟନ ଆୟୋଗ (SSC)ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। SSC ଏନେଇ ବାହାର କରିଛି ବିଜ୍ଞପ୍ତି। ଏହି ନିଯୁକ୍ତି ପ୍ରକ୍ରିୟାରେ ସିନିୟର୍ ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ/ଅପର୍ ଡିଭିଜନ୍ କ୍ଲର୍କ ଓ ଜୁନିଅର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ/ଲୋୟର ଡିଭିଜନ୍ କ୍ଲର୍କ ଗ୍ରେଡ୍ ନିଯୁକ୍ତି ପରୀକ୍ଷା ୨୦୨୩ ଏବଂ ୨୦୨୪ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି।

ଏହି ପଦବୀ ପାଇଁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇଗଲାଣି। ଏହି ନିଯୁକ୍ତି ମାଧ୍ୟମରେ ମୋଟ୍ ୨୨୦ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSCର ଅଫିସିଆଲ୍ ୱେବସାଇଟ୍ ssc.nic.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Senior Secretariat Assistant/Upper Division Clerk NotificationJunior Secretariat Assistant/Lower Division Clerk Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୨ ଫେବୃଆରୀ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୧ ଫେବୃଆରୀ ୨୦୨୪
  • ଅନ୍‌ଲାଇନ୍ ପରୀକ୍ଷା – ୧୦ ମେ / ୧୩ ମେ ୨୦୨୪(ପରିବର୍ତ୍ତନ ହୋଇପାରେ)

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ପାଶ୍
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୪୫ ବର୍ଷ
  • ସର୍ବାଧିକ ବୟସ – ୫୦ ବର୍ଷ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସିନିୟର୍ ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ/ଅପର୍ ଡିଭିଜନ୍ କ୍ଲର୍କ – ୨୫,୫୦୦ ରୁ ୮୧,୧୦୦ଟଙ୍କା
  • ଜୁନିଅର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ/ଲୋୟର ଡିଭିଜନ୍ କ୍ଲର୍କ – ୧୯,୯୦୦ ରୁ ୬୩,୨୦୦ଟଙ୍କା

ଆବଶ୍ୟକୀୟ ଡକ୍ୟୁମେଣ୍ଟ୍:

  • ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର
  • ଦସ୍ତଖତ
  • PWD ସାର୍ଟିଫିକେଟ୍

ଚୟନ ପ୍ରକ୍ରୀୟା:

  • କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା
  • ପେପର-୧(Subjective)
  • ପେପର-୨(Objective)
  • ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ୦.୨୫ ମାର୍କ କଟାଯିବ