subhadra yojana: ସୁଭଦ୍ରା ପାଇଁ ଆଜିଠୁ ଆବେଦନ, ଏହି ଡକ୍ୟୁମେଣ୍ଟ ନ ଥିଲେ ମିଳିବନି ଟଙ୍କା…

ଭୁବନେଶ୍ୱର,୪।୯: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା ପାଇଁ ଆବେଦନ ପ୍ରକ୍ରିୟା । ଗତ ରବିବାର ଠାରୁ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ସମସ୍ତଙ୍କୁ ଫର୍ମ ଯୋଗାଇ ଦିଆଯାଇଥିଲା । ଏହା ପରେ ସୋମବାର ସୁଭଦ୍ରା ପୋର୍ଟାଲ ଲଞ୍ଚ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା। ରାଜ୍ୟର ଅଙ୍ଗନବାଡି କେନ୍ଦ୍ର, ମୋ ସେବା କେନ୍ଦ୍ର ଇତ୍ୟାଦିରେ ଫର୍ମ ଯୋଗାଇ ଦିଆଯାଉଛି। ସେପଟେ ଆଜିଠୁ ଆରମ୍ଭ ହେଉଛି ‘ସୁଭଦ୍ରା’ ଯୋଜନାରେ ଆବେଦନ । ଯେଉଁମାନେ ଫର୍ମ ନେଇଥିଲେ ସେମାନେ […] The post subhadra yojana: ସୁଭଦ୍ରା ପାଇଁ ଆଜିଠୁ ଆବେଦନ, ଏହି ଡକ୍ୟୁମେଣ୍ଟ ନ ଥିଲେ ମିଳିବନି ଟଙ୍କା… appeared first on Dharitri Odia News.

subhadra yojana: ସୁଭଦ୍ରା ପାଇଁ ଆଜିଠୁ ଆବେଦନ, ଏହି ଡକ୍ୟୁମେଣ୍ଟ ନ ଥିଲେ ମିଳିବନି ଟଙ୍କା…

ଭୁବନେଶ୍ୱର,୪।୯: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା ପାଇଁ ଆବେଦନ ପ୍ରକ୍ରିୟା । ଗତ ରବିବାର ଠାରୁ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ସମସ୍ତଙ୍କୁ ଫର୍ମ ଯୋଗାଇ ଦିଆଯାଇଥିଲା । ଏହା ପରେ ସୋମବାର ସୁଭଦ୍ରା ପୋର୍ଟାଲ ଲଞ୍ଚ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା।

ରାଜ୍ୟର ଅଙ୍ଗନବାଡି କେନ୍ଦ୍ର, ମୋ ସେବା କେନ୍ଦ୍ର ଇତ୍ୟାଦିରେ ଫର୍ମ ଯୋଗାଇ ଦିଆଯାଉଛି।
ସେପଟେ ଆଜିଠୁ ଆରମ୍ଭ ହେଉଛି ‘ସୁଭଦ୍ରା’ ଯୋଜନାରେ ଆବେଦନ । ଯେଉଁମାନେ ଫର୍ମ ନେଇଥିଲେ ସେମାନେ ପୂରଣ କରିସାରିବା ପରେ ଆଜି ଠାରୁ ଦାଖଲ କରିପାରିବେ ।
ମୋ’ ସେବା କିମ୍ବା ଜନସେବା କେନ୍ଦ୍ରରେ ଆବେଦନ କରାଯିବ । ୨୧ରୁ ୬୦ ବର୍ଷର ମହିଳା ଏଥିପାଇଁ ଆବେଦନ କରିପାରିବେ । ଆଉ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତି ଟଙ୍କା ମିଳିବ। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ଜନସେବାକେନ୍ଦ୍ରକୁ ପର୍ଯ୍ୟାପ୍ତ ସୁଭଦ୍ରା ଫର୍ମ ଦିଆଯାଇଛି। ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ‘ମୋ ସେବା କେନ୍ଦ୍ର’ କିମ୍ବା ଜନସେବା କେନ୍ଦ୍ରରେ ଦାଖଲ କରିପାରିବେ । ଏବଂ ପୂରଣ କରି ଦାଖଲ କରିବା ସମ୍ପୂର୍ଣ୍ଣ ମାଗଣା ରହିଛି । ଅର୍ଥାତ କାହାରିକୁ ଟଙ୍କାଟିଏ ବି ଦେବାକୁ ପଡିବ ନାହିଁ ।

କେବଳ ଯୋଗ୍ୟ ହିତାଧିକାରୀ ହିଁ ଏହି ଯୋଜନାର ଲାଭ ପାଇପାରିବେ । ପୂର୍ବରୁ ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରି ସାରିଛନ୍ତି ରାଜ୍ୟ ସରକାର । ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଇ-କେୱାଇସି (E-KYC) ବାଧ୍ୟତାମୂଳକ ହୋଇଥିବାରୁ ଆଧାର କାର୍ଡ ସହ ମୋବାଇଲ ଫୋନ ଲିଙ୍କ ରହିଥିବା ଆବଶ୍ୟକ । ନଚେତ ସୁଭଦ୍ରା ଯୋଜନାରୁ ଯୋଗ୍ୟ ହିତାଧିକାରୀ ବି ବଞ୍ଚିତ ହେବେ । ତେଣୁ ଅନେକ ଜନ ସେବା କେନ୍ଦ୍ରରେ ଏବେ E-KYC କରିବା ପାଇଁ ବି ଲମ୍ବା ଲାଇନ ଲାଗୁଥିବା ଦେଖିବାକୁ ମିଳୁଛି ।

ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ସଂପୂର୍ଣ୍ଣ ଦେୟମୁକ୍ତ ରହିଛି ଫର୍ମପୂରଣ ଓ ପଞ୍ଜୀକରଣ । ମହିଳାମାନେ ଉଭୟ ଇଂରାଜୀ ଓ ଓଡିଆରେ ଫର୍ମ ପୂରଣ କରିବାର ସୁବିଧା ରହିଛି । ଫର୍ମ ପୂରଣ କରିବା ଅତ୍ୟନ୍ତ ସହଜ ହୋଇଥିବା ବେଳେ ଆପଣଙ୍କୁ ସବୁ ସହାୟତା ଯୋଗାଇବା ପାଇଁ ସରକାରୀ କର୍ମଚାରୀ ଉପସ୍ଥିତ ଅଛନ୍ତି ।

ରାଜ୍ୟର ସମସ୍ତ ଜିଲାରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଫର୍ମ ମିଳୁଛ। କର୍ମୀମାନେ ଘରକୁ ଘର ଯାଇ ସୁଭଦ୍ରା ଫର୍ମ ବାଣ୍ଟିବା ସହ କେମିତି ଫର୍ମ ପୂରଣ କରିବେ, କେଉଁଠି ଫର୍ମ ଦାଖଲ କରିବେ, କଣ କଣ ଡକ୍ୟୁମେଣ୍ଟ ଆବଶ୍ୟକ ସେନେଇ ମହିଳାଙ୍କୁ ବୁଝାଉଛନ୍ତି ।

The post subhadra yojana: ସୁଭଦ୍ରା ପାଇଁ ଆଜିଠୁ ଆବେଦନ, ଏହି ଡକ୍ୟୁମେଣ୍ଟ ନ ଥିଲେ ମିଳିବନି ଟଙ୍କା… appeared first on Dharitri Odia News.