T-20 କ୍ରିକେଟ୍ ଇତିହାସରେ ରେକର୍ଡ ବିରଳ, ବିରାଟ-ବାବର କିଏ ଅସଲ କିଙ୍ଗ୍ ?

ନୂଆଦିଲ୍ଲୀ ୦୧/୦୬: ଆଉ କିଛି ଘଣ୍ଟାର ଅପେକ୍ଷା । ବିଦେଶରେ ବାଜିବ ଫଟାପଟ୍ କ୍ରିକେଟ ବିଗୁଲ । କମ୍ପିବ ୱେଷ୍ଟଇଣ୍ଡିଜ୍ ଓ ଆମେରିକାର ଗ୍ରାଉଣ୍ଡ । ଟକ୍କର ଦେବାକୁ ତୟାର ୨୦ ଟିମ୍ । ପ୍ରତି ଦଳରେ  ରହିବେ ୧୫ ଖେଳାଳି । କହିବାକୁ ଗଲେ ବିଶ୍ୱକପ୍ ଖେଳିବାକୁ ଆସିଛନ୍ତି ୩୦୦ ଖେଳାଳି । କିନ୍ତୁ କ୍ରିକେଟ୍ ଏମିତି ଗୋଟିଏ ଖେଳ, ଯେଉଁଠି ଲେଖା ହୁଏ ନୂଆ ଇତିହାସ । ଜଣେ ସହଜରେ ଭାଙ୍ଗିଦିଏ ଅନ୍ୟ ର ରେକର୍ଡ । କିନ୍ତୁ ଏମିତି କିଛି ରେକର୍ଡ ଅଛି, ଯାହା କେବଳ ବିରାଟ ଓ ବାବର ଆଜମ ନାଙ୍କୁ ଫୋକସ କରେ । ଯାହା ଅନ୍ୟ ୨୯୮ ଖେଳାଳିଙ୍କୁ ପକାଇ ଦିଏ ପଛରେ । ଟପ୍‌ରେ କୋହଲି ଓ ଆଜାମ । T-20 କ୍ରିକେଟ୍ ଇତିହାସରେ ରେକର୍ଡ ବିରଳ । କେବଳ ଏହି ଦୁଇ ବ୍ୟାଟ୍ସମ୍ୟାନ୍ ଏଯାଏଁ ଅତିକ୍ରମ କରିଛନ୍ତି ୪୦୦୦ ରନ୍ । ପାକିସ୍ତାନର ଅଧିନାୟକ ବାବର ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜର ଚତୁର୍ଥ ମ୍ୟାଚରେ ଖେଳିଥିଲେ ୩୬ ରନ୍ । ଏହାସହ ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ପୂରଣ କରିଥିଲେ ୪ ହଜାର ରନ୍ । ବାବର ନିଜର ୧୧୯ ତମ ମ୍ୟାଚର ୧୧୨ ତମ ଇନିଂସରେ ହାସଲ କରିଥିଲେ ଏହି ସଫଳତା । ଅନ୍ୟପଟେ କିଙ୍ଗ କୋହଲି ୧୦୭ ଇନିଂସ ଖେଳିବା ସହ ପୂରଣ କରିଥିଲେ ୪ ହଜାର ରନ୍ । ବିରାଟ ଓ ବାବର ଦୁଇ ଖେଳାଳି । ଅନ୍ତର୍ଜାତୀୟ ଟି-20 କ୍ରିକେଟରେ ସଂଗ୍ରହ କରିଛନ୍ତି ସର୍ବାଧିକ ରନ୍ । ୧୧୯ ଟି ମ୍ୟାଚରେ ବାବର କରିଛନ୍ତ ୪,୦୨୩ ରନ୍ । ତେବେ ଏହି ମାମଲାରେ ମାତ୍ର ୧୪ ର

T-20 କ୍ରିକେଟ୍ ଇତିହାସରେ ରେକର୍ଡ ବିରଳ, ବିରାଟ-ବାବର କିଏ ଅସଲ କିଙ୍ଗ୍ ?

ନୂଆଦିଲ୍ଲୀ ୦୧/୦୬: ଆଉ କିଛି ଘଣ୍ଟାର ଅପେକ୍ଷା । ବିଦେଶରେ ବାଜିବ ଫଟାପଟ୍ କ୍ରିକେଟ ବିଗୁଲ । କମ୍ପିବ ୱେଷ୍ଟଇଣ୍ଡିଜ୍ ଓ ଆମେରିକାର ଗ୍ରାଉଣ୍ଡ । ଟକ୍କର ଦେବାକୁ ତୟାର ୨୦ ଟିମ୍ । ପ୍ରତି ଦଳରେ  ରହିବେ ୧୫ ଖେଳାଳି । କହିବାକୁ ଗଲେ ବିଶ୍ୱକପ୍ ଖେଳିବାକୁ ଆସିଛନ୍ତି ୩୦୦ ଖେଳାଳି । 

କିନ୍ତୁ କ୍ରିକେଟ୍ ଏମିତି ଗୋଟିଏ ଖେଳ, ଯେଉଁଠି ଲେଖା ହୁଏ ନୂଆ ଇତିହାସ । ଜଣେ ସହଜରେ ଭାଙ୍ଗିଦିଏ ଅନ୍ୟ ର ରେକର୍ଡ । କିନ୍ତୁ ଏମିତି କିଛି ରେକର୍ଡ ଅଛି, ଯାହା କେବଳ ବିରାଟ ଓ ବାବର ଆଜମ ନାଙ୍କୁ ଫୋକସ କରେ । ଯାହା ଅନ୍ୟ ୨୯୮ ଖେଳାଳିଙ୍କୁ ପକାଇ ଦିଏ ପଛରେ । 

ଟପ୍‌ରେ କୋହଲି ଓ ଆଜାମ । T-20 କ୍ରିକେଟ୍ ଇତିହାସରେ ରେକର୍ଡ ବିରଳ । କେବଳ ଏହି ଦୁଇ ବ୍ୟାଟ୍ସମ୍ୟାନ୍ ଏଯାଏଁ ଅତିକ୍ରମ କରିଛନ୍ତି ୪୦୦୦ ରନ୍ । ପାକିସ୍ତାନର ଅଧିନାୟକ ବାବର ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜର ଚତୁର୍ଥ ମ୍ୟାଚରେ ଖେଳିଥିଲେ ୩୬ ରନ୍ । ଏହାସହ ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ପୂରଣ କରିଥିଲେ ୪ ହଜାର ରନ୍ । ବାବର ନିଜର ୧୧୯ ତମ ମ୍ୟାଚର ୧୧୨ ତମ ଇନିଂସରେ ହାସଲ କରିଥିଲେ ଏହି ସଫଳତା । ଅନ୍ୟପଟେ କିଙ୍ଗ କୋହଲି ୧୦୭ ଇନିଂସ ଖେଳିବା ସହ ପୂରଣ କରିଥିଲେ ୪ ହଜାର ରନ୍ । 


ବିରାଟ ଓ ବାବର ଦୁଇ ଖେଳାଳି । ଅନ୍ତର୍ଜାତୀୟ ଟି-20 କ୍ରିକେଟରେ ସଂଗ୍ରହ କରିଛନ୍ତି ସର୍ବାଧିକ ରନ୍ । ୧୧୯ ଟି ମ୍ୟାଚରେ ବାବର କରିଛନ୍ତ ୪,୦୨୩ ରନ୍ । ତେବେ ଏହି ମାମଲାରେ ମାତ୍ର ୧୪ ରନ୍ ଆଗରେ ଅଛନ୍ତି କୋହଲି । ୧୧୭ ଟି ମ୍ୟାଚରେ କରିଛନ୍ତି ୪,୦୩୭ ରନ୍ । ସେଞ୍ଚୁରି କରିବାରେ ବାବର ବେଷ୍ଟ, କାରଣ କୋହଲି ଏଯାଏଁ କରିଛନ୍ତି ମାତ୍ର ଗୋଟିଏ ଶତକ । ତେବେ ପାକିସ୍ତାନୀ ଦଳର ଅଧିନାୟକ ଏପର୍ଯ୍ୟନ୍ତ ୩ ଶତକ ଇନିଂସ କରିଛନ୍ତି । 

ଏମିତି ରେକର୍ଡ ଅଛି, ଯେଉଁଠି ଶୀର୍ଷରେ ଅଛନ୍ତି ବାବର ଆଜମ । କିନ୍ତୁ କୋହଲି ତାଙ୍କ ନିକଟତର ବି ହୋଇପାରିନାହାଁନ୍ତି । ଅନ୍ତର୍ଜାତୀୟ ଟି-20 ମ୍ୟାଚ୍‌ରେ ସର୍ବାଧିକ ଚୌକା ମାରିଥିବା ବ୍ୟାଟର । ଏଯାଏଁ ମାରିଛନ୍ତି ୪୩୨ ଚୌକା । ତାଲିକାରେ ତାଙ୍କ ପରେ ଇଂରେଜ ଖେଳାଳି ପାଲ ଷ୍ଟିରଲିଙ୍ଗଙ୍କ ନା ରହିଛି । ଯିଏ ଆଜି ପର୍ଯ୍ୟନ୍ତ ତାଙ୍କ ବ୍ୟାଟରୁ ମାରିଛନ୍ତି ୪୧୭ ଚଉକା । ବିରାଟ କୋହଲି ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ମାରିଛନ୍ତି ୩୬୧ ଚୌକା ମାରିଛନ୍ତି।