TIME ମାଗାଜିନରେ ରିଲାଏନ୍ସ ଏବଂ ଟାଟାର ଦବଦବା, ଭ୍ୟାକ୍ସିନ ନିର୍ମାତା କମ୍ପାନି ସିରମ୍ ବି ସାମିଲ

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଟାଇମ୍ ମାଗାଜିନରେ ମୁକେଶ ଅମ୍ୱାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହ ସାଇରସ୍ ପୁନାୱାଲାଙ୍କ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଟାଟା ଗ୍ରୁପ ସ୍ଥାନ ପାଇଛି । ଏହି ତିନି କମ୍ପାନି ସବୁଠାରୁ ପ୍ରଭାବଶାଳୀ କମ୍ପାନିର ଶୀର୍ଷ ୧୦୦ ଲିଷ୍ଟରେ ସାମିଲ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଟାଇମ୍ ମାଗାଜିନ୍ ୨୦୨୪ ପାଇଁ ଦୁନିଆର ସବୁଠୁ ପ୍ରଭାବଶାଳୀ କମ୍ପାନିଙ୍କ ଲିଷ୍ଟ ଜାରି କରିଛି । ଏହି ସୂଚୀକୁ ୫ଟି କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି । ଏଥିରେ ରିଡର୍ସ, ଡିସରପ୍ଟର୍ସ, ଇନୋଭେଟର୍ସ, ଟାଇଟନ୍ସ ଏବଂ ପାୟନିୟର୍ସ ସାମିଲ । ପ୍ରତ୍ୟେକ କ୍ୟାଟେଗୋରୀରେ ୨୦ କମ୍ପାନିଙ୍କୁ ସାମିଲ କରାଯାଇଛି ।ମୁକେଶ ଅମ୍ୱାନୀଙ୍କ କମ୍ପାନି ରିଲାଏନ୍ସ ଏବଂ ଟାଟା ଗ୍ରୁପକୁ ଟାଇଟନ୍ସ କ୍ୟାଟେଗୋରୀରେ ସ୍ଥାନ ମିଳିଛି । ଅନ୍ୟପଟେ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପାୟନିୟର୍ସ କ୍ୟାଟେଗୋରୀରେ ସ୍ଥାନ ଦିଆଯାଇଛି । ଟାଇମ୍ ମାଗାଜିନ୍ ରିଲାଏନ୍ସକୁ ଇଣ୍ଡିଆଜ୍ ଜଗରନଟ୍ ଉପାଧୀ ଦେଇଛି । ଟାଇମ୍ ମାଗାଜିନ୍ ରିଲାଏନ୍ସ ବିଷୟରେ ଲେଖିଛି ଯେ ଟେକ୍ସଟାଇଲ୍ ଏବଂ ପଲିଏଷ୍ଟର କମ୍ପାନି ରୂପେ ଆରମ୍ଭ ହୋଇଥିବା ରିଲାଏନ୍ସ ଆଜି ଏକ ବଡ଼ ବିଜନେସ୍ ଗ୍ରୁପ ସହ ଦେଶର ସବୁଠୁ ମୂଲ୍ୟବାନ କମ୍ପାନି ଅଟେ । କମ୍ପାନି ପାଖରେ ଏନର୍ଜୀ, ରିଟେଲ୍ ଏବଂ ଟେଲିକମ ସମେତ ଅନେକ କାରବାର ରହିଛି ।ଟାଇମ୍ ମାଗାଜିନ ରିଲାଏନ୍ସ ଏବଂ ଡିଜନୀ ଡିଲ୍ ନେଇ ମଧ୍ୟ ଉଲ୍ଲେ

TIME ମାଗାଜିନରେ ରିଲାଏନ୍ସ ଏବଂ ଟାଟାର ଦବଦବା, ଭ୍ୟାକ୍ସିନ ନିର୍ମାତା କମ୍ପାନି ସିରମ୍ ବି ସାମିଲ

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଟାଇମ୍ ମାଗାଜିନରେ ମୁକେଶ ଅମ୍ୱାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହ ସାଇରସ୍ ପୁନାୱାଲାଙ୍କ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଟାଟା ଗ୍ରୁପ ସ୍ଥାନ ପାଇଛି । ଏହି ତିନି କମ୍ପାନି ସବୁଠାରୁ ପ୍ରଭାବଶାଳୀ କମ୍ପାନିର ଶୀର୍ଷ ୧୦୦ ଲିଷ୍ଟରେ ସାମିଲ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଟାଇମ୍ ମାଗାଜିନ୍ ୨୦୨୪ ପାଇଁ ଦୁନିଆର ସବୁଠୁ ପ୍ରଭାବଶାଳୀ କମ୍ପାନିଙ୍କ ଲିଷ୍ଟ ଜାରି କରିଛି । ଏହି ସୂଚୀକୁ ୫ଟି କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି । ଏଥିରେ ରିଡର୍ସ, ଡିସରପ୍ଟର୍ସ, ଇନୋଭେଟର୍ସ, ଟାଇଟନ୍ସ ଏବଂ ପାୟନିୟର୍ସ ସାମିଲ । ପ୍ରତ୍ୟେକ କ୍ୟାଟେଗୋରୀରେ ୨୦ କମ୍ପାନିଙ୍କୁ ସାମିଲ କରାଯାଇଛି ।

ମୁକେଶ ଅମ୍ୱାନୀଙ୍କ କମ୍ପାନି ରିଲାଏନ୍ସ ଏବଂ ଟାଟା ଗ୍ରୁପକୁ ଟାଇଟନ୍ସ କ୍ୟାଟେଗୋରୀରେ ସ୍ଥାନ ମିଳିଛି । ଅନ୍ୟପଟେ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପାୟନିୟର୍ସ କ୍ୟାଟେଗୋରୀରେ ସ୍ଥାନ ଦିଆଯାଇଛି । ଟାଇମ୍ ମାଗାଜିନ୍ ରିଲାଏନ୍ସକୁ ଇଣ୍ଡିଆଜ୍ ଜଗରନଟ୍ ଉପାଧୀ ଦେଇଛି । ଟାଇମ୍ ମାଗାଜିନ୍ ରିଲାଏନ୍ସ ବିଷୟରେ ଲେଖିଛି ଯେ ଟେକ୍ସଟାଇଲ୍ ଏବଂ ପଲିଏଷ୍ଟର କମ୍ପାନି ରୂପେ ଆରମ୍ଭ ହୋଇଥିବା ରିଲାଏନ୍ସ ଆଜି ଏକ ବଡ଼ ବିଜନେସ୍ ଗ୍ରୁପ ସହ ଦେଶର ସବୁଠୁ ମୂଲ୍ୟବାନ କମ୍ପାନି ଅଟେ । କମ୍ପାନି ପାଖରେ ଏନର୍ଜୀ, ରିଟେଲ୍ ଏବଂ ଟେଲିକମ ସମେତ ଅନେକ କାରବାର ରହିଛି ।

ଟାଇମ୍ ମାଗାଜିନ ରିଲାଏନ୍ସ ଏବଂ ଡିଜନୀ ଡିଲ୍ ନେଇ ମଧ୍ୟ ଉଲ୍ଲେଖ କରାଯାଇଛି । ମାଗାଜିନ୍ କହିଛି ଯେ ୮.୫ ବିଲିୟନ ଡଲାରର ଏହି ଚୁକ୍ତି ଭାରତରେ ଦ୍ରୁତ ବେଗରେ ବଢୁଥିବା ଷ୍ଟ୍ରିମିଂ ବଜାର ଉପରେ ରିଲାଏନ୍ସର ସ୍ଥିତିକୁ ମଜଭୁତ କରିବ ।

ଟାଇମ୍ ମାଗାଜିନ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଦୁନିଆର ସବୁଠୁ ବଡ଼ ଭ୍ୟାକ୍ସିନ ନିର୍ମାତା ରୂପେ ସାମିଲ କରିଛି । ଟାଟା ଗ୍ରୁପ୍ ବିଷୟରେ ଟାଇମ୍ କହିଛି ଯେ ଏହି ଗ୍ରୁପ ଭାରତର ପୁରୁଣା କମ୍ପାନି ମଧ୍ୟରୁ ଗୋଟିଏ । ଏହାର ପୋର୍ଟଫୋଲିଓ ଷ୍ଟିଲ୍, ସଫ୍ଟୱେର, ଘଣ୍ଟା, ପରିବାଠାରୁ ଆରମ୍ଭ କରି ରସାୟନ ଏବଂ ଲୁଣ, ଖାଦ୍ୟାନ୍ନ, ଏୟାର କଣ୍ଡିସନର, ଫ୍ୟାସନ ଏବଂ ହୋଟେଲ ଯାଏ ବ୍ୟାପ୍ତ । ଟେକ୍ ନିର୍ମାଣ, ଏଆଇ ଏବଂ ସେମିକଣ୍ଡକ୍ଟର ଚିପ୍ସରେ ନିବେଶ କରିବା ଗ୍ରୁପ ଏକ ଟେକ୍ କମ୍ପାନି ହୋଇଛି । ୨୦୨୩ରେ ଏହା ଆଇଫୋନକୁ ଆଲେମ୍ୱଲ କରିବାରେ ପ୍ରଥମ ଭାରତୀୟ କମ୍ପାନି ହୋଇଛି ।