ଶ୍ରୀପତିତପାବନ ଦେବଙ୍କ ସ୍ନାନ ଯାତ୍ରା

ପିପିଲି: ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଦରଜୀସାହି ସ୍ଥିତ ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ମନ୍ଦିରରେ ସ୍ନାନଯାତ୍ରା ସମାରୋହରେ ସଂପନ୍ନ ହୋଇଥିବା ବେଳେ ଠାକୁରଙ୍କୁ ଅଣସର ଘରେ ବିଜେ କରାଯାଇଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପତିତପାବନ ଦେବଙ୍କ ମନ୍ଦିରରେ ଶନିବାର ସକାଳୁ ଠାକୁରଙ୍କର କେତେକ ସ୍ୱତନ୍ତ୍ର ନୀତି କରାଯାଇଥିଲା । ଏହାପରେ ଠାକୁରଙ୍କୁ ପହଣ୍ଡିରେ ଅଣାଯାଇ ସ୍ନାନମଣ୍ଡପରେ ବିଜେ କରାଯିବା ପରେ ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ଠାକୁରଙ୍କ ନିକଟରେ ବାଳଭୋଗ ଓ ମଧ୍ୟାହ୍ନରେ ଅନ୍ନଧୂପ କରାଯିବା ପରେ […]

ଶ୍ରୀପତିତପାବନ ଦେବଙ୍କ ସ୍ନାନ ଯାତ୍ରା

ପିପିଲି: ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଦରଜୀସାହି ସ୍ଥିତ ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ମନ୍ଦିରରେ ସ୍ନାନଯାତ୍ରା ସମାରୋହରେ ସଂପନ୍ନ ହୋଇଥିବା ବେଳେ ଠାକୁରଙ୍କୁ ଅଣସର ଘରେ ବିଜେ କରାଯାଇଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପତିତପାବନ ଦେବଙ୍କ ମନ୍ଦିରରେ ଶନିବାର ସକାଳୁ ଠାକୁରଙ୍କର କେତେକ ସ୍ୱତନ୍ତ୍ର ନୀତି କରାଯାଇଥିଲା । ଏହାପରେ ଠାକୁରଙ୍କୁ ପହଣ୍ଡିରେ ଅଣାଯାଇ ସ୍ନାନମଣ୍ଡପରେ ବିଜେ କରାଯିବା ପରେ ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ଠାକୁରଙ୍କ ନିକଟରେ ବାଳଭୋଗ ଓ ମଧ୍ୟାହ୍ନରେ ଅନ୍ନଧୂପ କରାଯିବା ପରେ ଠାକୁର ଭକ୍ତମାନଙ୍କୁ ଗଜାନନ ବେଶରେ ଦର୍ଶନ ଦେଇଥିଲେ ।

ସନ୍ଧ୍ୟାଆଳତି ସମୟରେ ଠାକୁରଙ୍କୁ ଦର୍ଶନ କରିବାକୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ରାତିରେ ଠାକୁରଙ୍କର କେତେକ ସ୍ୱତନ୍ତ୍ର ନୀତି କରାଯିବା ପରେ ଅଣସର ଘରକୁ ନିଆଯାଇଥିଲା । ଏହି ଅବସରରେ ମନ୍ଦିରରେ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ମନ୍ଦିରର ମୁଖ୍ୟପୂଜକ ଲକ୍ଷ୍ମୀଧର ପଣ୍ଡା, ଦଇତାସେବକ ଜୟଦେବ ମହାପାତ୍ର, ଅକ୍ଷୟ ମହାପାତ୍ର, ଚନ୍ଦନ ମହାପାତ୍ର ପ୍ରମୁଖ ଠାକୁରଙ୍କର ସମସ୍ତ ନିତୀକୁ ତୁଳାଇଥିବା ବେଳେ ମନ୍ଦିରର ଟ୍ରଷ୍ଟି ସୁରେଶ ଚନ୍ଦ୍ର ମହାପାତ୍ର, ମନ୍ଦିର ପରିଚାଳନା କମିଟିର ମୁଖ୍ୟ ଉପଦେଷ୍ଠା ନୃସିଂହ ମହାପାତ୍ର, ମନ୍ଦିର ପରିଚାଳନା କମିଟିର ସଭାପତି ସୁରେନ୍ଦ୍ର ମହାପାତ୍ର, ଉପସଭାପତି ରାଜକିଶୋର ମହାପାତ୍ର, ସମ୍ପାଦକ ଗୋପାଳ ଚନ୍ଦ୍ର ମହାପାତ୍ର, ସହସମ୍ପାଦକ ବିଭୂତି ଭୂଷଣ ମହାରଣା, କୋଷାଧ୍ୟକ୍ଷ ପ୍ରଦୀପ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ରଥଯାତ୍ରା ପରିଚାଳନା କମିଟିର ସଭାପତି ରମେଶ ଚନ୍ଦ୍ର ଶତପଥୀ, ସଂପାଦକ ପ୍ରଭାତ କୁମାର ମହାପାତ୍ର,  ରମେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।