Time ମ୍ୟାଗଜିନରେ ୧୦୦ ପ୍ରଭାବଶାଳୀ କମ୍ପାନୀଙ୍କ ମଧ୍ୟରେ ୩ ଭାରତୀୟ, ସାମିଲ ହେଲେ ରିଲାଏନ୍ସ, ଟାଟା ସମେତ ସିରମ
ନୂଆଦିଲ୍ଲୀ ୩୦।୫: ଆମେରିକାର ଟାଇମ ମ୍ୟାଗଜିନ୍୨୦୨୪ରେ ବିଶ୍ୱର ସବୁଠୁ ପ୍ରଭାବଶାଳୀ କମ୍ପାନୀଙ୍କ ସୂଚୀ ଜାରି କରିଛି। ଏହି ସୂଚୀରେ ଭାରତର ୩ କମ୍ପାନୀ ମଧ୍ୟ ସ୍ଥାନ ପାଇଛନ୍ତି। ଟାଇମ ୧୦୦ ପ୍ରଭାବଶାଳୀ କମ୍ପାନୀଙ୍କ ତାଲିକାରେ ସ୍ଥାନ ପାଇଥିବା ଭାରତୀୟ କମ୍ପାନୀଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ସିରମ ଇନିଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଓ ଟାଟା ଗ୍ରୁପ ଅଛନ୍ତି। ଟାଇମ ମ୍ୟାଗଜିନ ତାଙ୍କର ଏହି ତାଲିକାକୁ ୫ଟି କ୍ୟାଟଗରୀରେ ବିଭକ୍ତ କରିଛନ୍ତି, ଯେଉଁଥିରେ ଲିଡର୍ସ, ଡିସରପ୍ଟର୍ସ,ଇନୋଭେଟର୍ସ, ଟାଇଟନସ୍ ଓ ପାୟୋନିୟର୍ସ ବର୍ଗ ରହିଛି। ସୂଚୀରେ ରିଲାଏନ୍ସ ଓ ଟାଟା ଗ୍ରୁପକୁ ଟାଇଟନ୍ସ କ୍ୟାଟୋଗରୀରେ ରଖିଥିବା ବେଳେ ସିରମ ଇନିଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆକୁ ପାୟୋନିୟର୍ସ କ୍ୟାଟୋଗରୀରେ ସ୍ଥାନିତ କରାଯାଇଛି। ଏହି ୫ କ୍ୟୋଟଗରୀରେ ପ୍ରତି କ୍ୟାଟଗରୀ ୨୦ଟି ଲେଖାଏଁ କମ୍ପାନୀଙ୍କୁ ସ୍ଥାନିତ କରାଯାଇଛି। ଟାଇମ ମ୍ୟାଗଜିନ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ‘ଇଣ୍ଡିଆନ ଜଗରନଟ’ ଟାଇଟେଲ ଦେଇଛି। ଏହି ଲିଷ୍ଟକୁ ସେୟାର କରି ଟାଇମ ମ୍ୟାଗଜିନ ରିଲାଏନ୍ସ ସମ୍ପର୍କରେ ଲେଖିଛି ଯେ ଏହାର ପ୍ରାରମ୍ଭ କପଡା ଓ ପଲିଷ୍ଟର କମ୍ପାନୀ ରୂପେ ହୋଇଥିବା ବେଳେ ଆଜି ଦୁନିଆର ଟପ କମ୍ପାନୀଙ୍କ ମଧ୍ୟରେ ଅନ୍ୟତମ ହୋଇପାରିଛି, ଏହା ସହିତ ଏହା ଭାରତର ମୂଲ୍ୟବାନ କମ୍ପାନୀ ମଧ୍ୟ। ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆଜି ଏନର୍ଜୀ, ରିଟେଲ ଓ ଟେଲିକ
ନୂଆଦିଲ୍ଲୀ ୩୦।୫: ଆମେରିକାର ଟାଇମ ମ୍ୟାଗଜିନ୍୨୦୨୪ରେ ବିଶ୍ୱର ସବୁଠୁ ପ୍ରଭାବଶାଳୀ କମ୍ପାନୀଙ୍କ ସୂଚୀ ଜାରି କରିଛି। ଏହି ସୂଚୀରେ ଭାରତର ୩ କମ୍ପାନୀ ମଧ୍ୟ ସ୍ଥାନ ପାଇଛନ୍ତି। ଟାଇମ ୧୦୦ ପ୍ରଭାବଶାଳୀ କମ୍ପାନୀଙ୍କ ତାଲିକାରେ ସ୍ଥାନ ପାଇଥିବା ଭାରତୀୟ କମ୍ପାନୀଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ସିରମ ଇନିଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଓ ଟାଟା ଗ୍ରୁପ ଅଛନ୍ତି। ଟାଇମ ମ୍ୟାଗଜିନ ତାଙ୍କର ଏହି ତାଲିକାକୁ ୫ଟି କ୍ୟାଟଗରୀରେ ବିଭକ୍ତ କରିଛନ୍ତି, ଯେଉଁଥିରେ ଲିଡର୍ସ, ଡିସରପ୍ଟର୍ସ,ଇନୋଭେଟର୍ସ, ଟାଇଟନସ୍ ଓ ପାୟୋନିୟର୍ସ ବର୍ଗ ରହିଛି।
ସୂଚୀରେ ରିଲାଏନ୍ସ ଓ ଟାଟା ଗ୍ରୁପକୁ ଟାଇଟନ୍ସ କ୍ୟାଟୋଗରୀରେ ରଖିଥିବା ବେଳେ ସିରମ ଇନିଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆକୁ ପାୟୋନିୟର୍ସ କ୍ୟାଟୋଗରୀରେ ସ୍ଥାନିତ କରାଯାଇଛି। ଏହି ୫ କ୍ୟୋଟଗରୀରେ ପ୍ରତି କ୍ୟାଟଗରୀ ୨୦ଟି ଲେଖାଏଁ କମ୍ପାନୀଙ୍କୁ ସ୍ଥାନିତ କରାଯାଇଛି। ଟାଇମ ମ୍ୟାଗଜିନ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ‘ଇଣ୍ଡିଆନ ଜଗରନଟ’ ଟାଇଟେଲ ଦେଇଛି। ଏହି ଲିଷ୍ଟକୁ ସେୟାର କରି ଟାଇମ ମ୍ୟାଗଜିନ ରିଲାଏନ୍ସ ସମ୍ପର୍କରେ ଲେଖିଛି ଯେ ଏହାର ପ୍ରାରମ୍ଭ କପଡା ଓ ପଲିଷ୍ଟର କମ୍ପାନୀ ରୂପେ ହୋଇଥିବା ବେଳେ ଆଜି ଦୁନିଆର ଟପ କମ୍ପାନୀଙ୍କ ମଧ୍ୟରେ ଅନ୍ୟତମ ହୋଇପାରିଛି, ଏହା ସହିତ ଏହା ଭାରତର ମୂଲ୍ୟବାନ କମ୍ପାନୀ ମଧ୍ୟ।
ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆଜି ଏନର୍ଜୀ, ରିଟେଲ ଓ ଟେଲିକମ ସମେତ ଅନେକ ବ୍ୟବସାୟ କରୁଛି। ଏହା ପୂର୍ବରୁ ୨୦୨୧ ମସିହାରେ ରିଲାଏନ୍ସ ସମୂହର ଜିଓ ପ୍ଲାଟଫର୍ମସ୍ ଏହି ସୂଚୀରେ ନିଜକୁ ସ୍ଥାନିତ କରିଥିଲା। ଏହା ଭାରତର ମୁଖ୍ୟ ଡିଜିଟାଲ ସର୍ଭିସ ପ୍ରୋଭାଇଡର ଓ ଟେକ୍ କମ୍ପାନୀ ମଧ୍ୟ। ଟାଇମର ଏହି ସୂଚୀରେ ଟାଟା ଗ୍ରୁପ ମଧ୍ୟ ସାମିଲ ଅଛନ୍ତି। ଏହା ଭାରତର ସବୁଠୁ ପୁରୁଣା କମ୍ପାନୀ ମଧ୍ୟରେ ଅନ୍ୟତମ।
ଏଥିରେ ଟାଟା ଗ୍ରୁପ ପୋର୍ଟଫୋଲିଓ କଥା କହିଲେ ଷ୍ଟିଲ, ସଫ୍ଟୱେର, ଘଡ଼ି, କେବୁଲ, ଲୁଣ, ଖାଦ୍ୟଶଶ୍ୟ, ରିଟେଲ, ଇଲେକ୍ଟ୍ରୋନିକ୍ସ, ପାୱାର, ମୋଟର ଭେଇକଲ, ଫ୍ୟାସନ, ହୋଟେଲ ଓ ଏଆରଲାଇନ୍ସ ପର୍ଯ୍ୟନ୍ତ ବ୍ୟାପ୍ତ। ଏହା ଛଡା ଟାଟା ଗ୍ରୁପର ଟେକ୍ କମ୍ପାନୀ ଏଆଇ ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ମଧ୍ୟ ନିବେଶ କରିଛି। ଏଥିରେ ଆଇଫୋନ ଆସେମ୍ବ୍ଲ କରୁଥିବା ଦେଶର ପ୍ରଥମ କମ୍ପାନୀରେ ପରିଣତ ହୋଇଛି। ଟାଇମ ମ୍ୟାଗଜିନ ତାଲିକାରେ ସିରମ ଇନିଷ୍ଟିଚ୍ୟୁଟ୍ ମଧ୍ୟ ସାମିଲ ହୋଇଛି। ଏହା ବିଶ୍ୱର ସବୁଠୁ ବଡ଼ ଭାକ୍ସିନ ନିର୍ମାଣକାରୀ କମ୍ପାନୀ। ସିରମ ପ୍ରତି ବର୍ଷ ୩.୫ବିଲିୟନ ଡୋଜ ଭେକ୍ସିନ ତିଆରି କରିଥାଏ।