Tips and Tricks: ଛାତରେ ଟମାଟୋ ଚାଷ କରି ଅଧିକ ଫଳ ପାଇବାକୁ ଚାହୁଁଛନ୍ତି କି… ଜାଣନ୍ତୁ ଏହି ଦେଶୀ ଟିପ୍ସ

ଆଜିର ଦିନରେ ଟମାଟୋ ଏକ ଅତି ଜରୁରୀ ପରିବା ହୋଇଥିବାରୁ ଅନେକ ଲୋକ ଏହାକୁ ଛାତ ଉପରେ କରିବାକୁ ପସନ୍ଦ କରନ୍ତି। ଯଦି ଆପଣ ମଧ୍ୟ ନିଜ ଛାତ, ଟେରାସ କିମ୍ବା ବାଲକୋନୀରେ ଟମାଟୋ ଗଛ ଲଗାଇଛନ୍ତି, ତେବେ କିଛି ଘରୋଇ ଉପଚାର ସହିତ ସେସବୁର ଉନ୍ନତି କରି ଶୀତଦିନେ ମଧ୍ୟ ପ୍ରଚୁର ଫଳ ପାଇପାରିବ।

Tips and Tricks: ଛାତରେ ଟମାଟୋ ଚାଷ କରି ଅଧିକ ଫଳ ପାଇବାକୁ ଚାହୁଁଛନ୍ତି କି… ଜାଣନ୍ତୁ ଏହି ଦେଶୀ ଟିପ୍ସ

ଆଜିକାଲି ସହର ହେଉ କି ଗାଁ ହେଉ ଛାତ ଉପର ଚାଷକୁ ଅନେକ ପସନ୍ଦ କରୁଛନ୍ତି। ପ୍ରାୟ ଲୋକ ଏହାକୁ ନିଜ ନିଜ ଛାତରେ ଫୁଲ ଗଛ ଠାରୁ ଆରମ୍ଭ କରି ବିଭିନ୍ନ ପନିପରିବା ମଧ୍ୟ ଚାଷ କରୁଛନ୍ତି। ଆଜିର ଦିନରେ ଟମୋଟୋ ଏକ ଅତି ଜରୁରୀ ପରିବା ହୋଇଥିବାରୁ ଅନେକ ଲୋକ ଏହାକୁ ଛାତ ଉପରେ କରିବାକୁ ପସନ୍ଦ କରନ୍ତି।

ତେବେ ଶୀତ ଋତୁରେ ଟମାଟୋ ଗଛଗୁଡିକ ବିଶେଷ ଯତ୍ନ ନେବା ଦରକାର। ଥଣ୍ଡା ହେତୁ ଗଛଗୁଡିକର ବୃଦ୍ଧି ମନ୍ଥର ହୋଇଯାଏ ଏବଂ ଯଦି ସେସବୁର ଉପଯୁକ୍ତ ଯତ୍ନ ନିଆଯାଏ ନାହିଁ, ତେବେ ସେଗୁଡିକ ଫଳ ଦିଅନ୍ତି ନାହିଁ। ଯଦି ଆପଣ ମଧ୍ୟ ନିଜ ଛାତ, ଟେରାସ କିମ୍ବା ବାଲକୋନୀରେ ଟମାଟୋ ଗଛ ଲଗାଇଛନ୍ତି, ତେବେ କିଛି ଘରୋଇ ଉପଚାର ସହିତ ସେସବୁର ଉନ୍ନତି କରି ଶୀତଦିନେ ମଧ୍ୟ ପ୍ରଚୁର ଫଳ ପାଇପାରିବେ।

ଏଥିପାଇଁ ଆପଣଙ୍କୁ କେବଳ ସେଗୁଡିକ ଉପଯୁକ୍ତ ପୋଷଣ, ମାଟିର ଯତ୍ନ ସହିତ ରାସାୟନିକ ଦ୍ରବ୍ୟଠାରୁ ଦୂରରେ ରହି ସଠିକ୍ ସାରର କେମିତି ବ୍ୟବହାର କରିବେ, ସେସବୁ ଜାଣିବା ଆବଶ୍ୟକ। ଏହି ଘରୋଇ ଉପଚାର ସହିତ, ଟମାଟୋ ଗଛଗୁଡିକ ଶୀତଦିନେ ମଧ୍ୟ ଝଙ୍କାଳିଆ ହେବା ସହ ପ୍ରଚୁର ଫଳ ଦେବେ।

gardening tips for growing tomato plants ଛାତ ଉପରେ ଟମାଟୋ ଚାଷ

ଘରୋଇ ଟିପ୍ସ:

  • ଶୀତଦିନେ ସୂର୍ଯ୍ୟ କିରଣ କମ୍ ଥାଏ, ତେଣୁ ଗଛଗୁଡିକୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ ସେସବୁ ଦିନକୁ ଅତି କମରେ ୫-୬ ଘଣ୍ଟା ସୂର୍ଯ୍ୟ କିରଣ ପାଇପାରିବେ। ଯଦି ଏହା ନ ହୁଏ ତେବେ ଫଳ ଆସିବ ନାହିଁ।
  • ଶୀତଦିନେ ମାଟି ଶୀଘ୍ର ଶୁଖେ ନାହିଁ, ତେଣୁ ଯଦି ଆବଶ୍ୟକତାଠାରୁ ଅଧିକ ଜଳ ଜମା ହୁଏ, ଗଛଗୁଡିକ କ୍ଷୟ ହୁଏ, ତେଣୁ ମାଟି ଯାଞ୍ଚ କରନ୍ତୁ ଏବଂ ସାମାନ୍ୟ ଶୁଖିଗଲେ ଏଥିରେ ପାଣି ଦିଅନ୍ତୁ।
  • ଘର ତିଆରି ଜୈବିକ ସାର, ଯେପରିକି ଗୋବର ଖତ, ପତ୍ରର ଆବର୍ଜନା କିମ୍ବା ରୋଷେଇ ଘରର ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ କମ୍ପୋଷ୍ଟ ଗଛଗୁଡିକରେ ବ୍ୟବହାର କରନ୍ତୁ। ଏହି ଖତ ଗଛଗୁଡିକୁ ଆବଶ୍ୟକ ପୋଷକ ଯୋଗାଇଥାଏ ଏବଂ ମାଟିର ଉର୍ବରତା ବଢାଇଥାଏ।
  • ଗଛଗୁଡ଼ିକୁ ଶୀତଳ ପବନରୁ ରକ୍ଷା କରିବା ପାଇଁ ରାତିରେ ପ୍ଲାଷ୍ଟିକ୍ ସିଟ୍ କିମ୍ବା ପୁରୁଣା କପଡ଼ାରେ ଘୋଡାନ୍ତୁ। ଏହା ଗଛକୁ ଥଣ୍ଡାରୁ ପ୍ରତିରୋଧ କରିବ।
  • ନିମ ତେଲ କିମ୍ବା ରସୁଣ ପାଣି ସ୍ପ୍ରେ କରନ୍ତୁ। ଏହା ଦ୍ୱାରା ପୋକଯୋକ ଆକ୍ରମଣ କରିବେ ନାହିଁ।। ଏହି ପ୍ରାକୃତିକ କୀଟନାଶକ ଗଛକୁ କ୍ଷତିକାରକ କୀଟରୁ ରକ୍ଷା କରିଥାଏ। ଆପଣ ନିମ ଛେଲି, ହଳଦୀ କିମ୍ବା ଦହି ପାଣି ମଧ୍ୟ ବ୍ୟବହାର କରିପାରିବେ।
  • ଯେତେବେଳେ ଗଛଗୁଡିକ ଫୁଲଦେବାର ସମୟ ଆସିବେ ଗଛ ମୂଳରେ, ଏକ ମୁଠା ଭର୍ମିକମ୍ପୋଷ୍ଟ ଦିଅନ୍ତୁ ଯାହା ଦ୍ୱାରା ଗଛଗୁଡିକରେ ଫୁଲ ସଂଖ୍ୟା ବଢିବ ଏବଂ ଅମଳ ବୃଦ୍ଧି ହେବ।