TMC ସାଂସଦ ଅଭିଷେକ ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ଝଟକା, ED ସମନ ବିରୋଧରେ ରୁଜୁ ପିଟିସନ ଖାରଜ

ନୂଆଦିଲ୍ଲୀ ୯।୯: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ଋଜିରା ବାନାର୍ଜୀଙ୍କୁ ସୋମବାର ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ସମନକୁ ଚ୍ୟାଲେଞ୍ଜ କରି ଦାଖଲ ଦମ୍ପତ୍ତିଙ୍କ ପିଟିସନକୁ କୋର୍ଟ ଖାରଜ କରିଦେଇଛନ୍ତି। ସେମାନେ ତାଙ୍କ ଆବେଦନରେ ସ୍କୁଲ ଜବ ଦୁର୍ନୀତି ସମ୍ପର୍କିତ ଇଡିଙ୍କ ସମନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏଥିରେ ଇଡି ସେମାନଙ୍କୁ ନୂଆଦିଲ୍ଲୀରେ ହାଜର ହେବା ଲାଗି କରିଥିବା ସମନର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଥିଲେ।  ଅଭିଷେକ ଓ ଋଜିରା ବାନାର୍ଜୀ ନିଜକୁ କୋଲକାତାର ବାସିନ୍ଦା ବୋଲି ଦର୍ଶାଇଥିବା ବେଳେ ଦୁର୍ନୀତି ମଧ୍ୟ ସେହିଠାରେ ହୋଇଛି। ଏଣୁ ସେମାନଙ୍କୁ କୋଲକାତାରେ ପଚରାଉଚରା କରାଯାଉ ବୋଲି କହିଥିଲେ। ସେମାନଙ୍କ ଆବେଦନ ଉପରେ ଅଗଷ୍ଟ ୧୩ରେ ନିଷ୍ପତ୍ତି ସଂରକ୍ଷିତ ରଖିଥିବା ଜଷ୍ଟିସ୍ ବେଲା ଏମ.ତ୍ରିବେଦୀ ଓ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କ ବେଞ୍ଚ ସୋମବାର ଘୋଷଣା କରିଛନ୍ତି। ଶୀର୍ଷ ନ୍ୟାୟାଳୟ ତାଙ୍କ ଆଦେଶରେ କହିଛନ୍ତି ଯେ ‘ଏହା କହିବା ପର୍ଯ୍ୟାପ୍ତ ଯେ ଆମକୁ ସମ୍ବଦ୍ଧିତ କୋର୍ଟ ଦ୍ୱାରା ଗୃହୀତ ଆଦେଶରେ କୌଣସି ଅବୈଧତା ମିଳିନାହିଁ। ଏଣୁ ଏହି ଅଭିଯୋଗ ଉପରେ ଉକ୍ତ କୋର୍ଟ ଆଇନ ଅନୁସାରେ ଆଗାମୀ କାର୍ଯ୍ୟାନୁଷ୍ଠାନ କରିବେ’। କୋର୍ଟ କହିଛନ୍ତି ଯେ ଉପଧାରା (୪) ଅନୁସାରେ ଉପଧାରା (୨) ଓ (୩) ଅନୁସାରେ ପ୍ରତ୍ୟେକ କାର୍ଯ୍ୟାନୁ

TMC ସାଂସଦ ଅଭିଷେକ ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ଝଟକା, ED ସମନ ବିରୋଧରେ ରୁଜୁ ପିଟିସନ ଖାରଜ

ନୂଆଦିଲ୍ଲୀ ୯।୯: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ଋଜିରା ବାନାର୍ଜୀଙ୍କୁ ସୋମବାର ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ସମନକୁ ଚ୍ୟାଲେଞ୍ଜ କରି ଦାଖଲ ଦମ୍ପତ୍ତିଙ୍କ ପିଟିସନକୁ କୋର୍ଟ ଖାରଜ କରିଦେଇଛନ୍ତି। ସେମାନେ ତାଙ୍କ ଆବେଦନରେ ସ୍କୁଲ ଜବ ଦୁର୍ନୀତି ସମ୍ପର୍କିତ ଇଡିଙ୍କ ସମନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏଥିରେ ଇଡି ସେମାନଙ୍କୁ ନୂଆଦିଲ୍ଲୀରେ ହାଜର ହେବା ଲାଗି କରିଥିବା ସମନର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଥିଲେ।  

ଅଭିଷେକ ଓ ଋଜିରା ବାନାର୍ଜୀ ନିଜକୁ କୋଲକାତାର ବାସିନ୍ଦା ବୋଲି ଦର୍ଶାଇଥିବା ବେଳେ ଦୁର୍ନୀତି ମଧ୍ୟ ସେହିଠାରେ ହୋଇଛି। ଏଣୁ ସେମାନଙ୍କୁ କୋଲକାତାରେ ପଚରାଉଚରା କରାଯାଉ ବୋଲି କହିଥିଲେ। ସେମାନଙ୍କ ଆବେଦନ ଉପରେ ଅଗଷ୍ଟ ୧୩ରେ ନିଷ୍ପତ୍ତି ସଂରକ୍ଷିତ ରଖିଥିବା ଜଷ୍ଟିସ୍ ବେଲା ଏମ.ତ୍ରିବେଦୀ ଓ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କ ବେଞ୍ଚ ସୋମବାର ଘୋଷଣା କରିଛନ୍ତି। ଶୀର୍ଷ ନ୍ୟାୟାଳୟ ତାଙ୍କ ଆଦେଶରେ କହିଛନ୍ତି ଯେ ‘ଏହା କହିବା ପର୍ଯ୍ୟାପ୍ତ ଯେ ଆମକୁ ସମ୍ବଦ୍ଧିତ କୋର୍ଟ ଦ୍ୱାରା ଗୃହୀତ ଆଦେଶରେ କୌଣସି ଅବୈଧତା ମିଳିନାହିଁ। ଏଣୁ ଏହି ଅଭିଯୋଗ ଉପରେ ଉକ୍ତ କୋର୍ଟ ଆଇନ ଅନୁସାରେ ଆଗାମୀ କାର୍ଯ୍ୟାନୁଷ୍ଠାନ କରିବେ’। 

କୋର୍ଟ କହିଛନ୍ତି ଯେ ଉପଧାରା (୪) ଅନୁସାରେ ଉପଧାରା (୨) ଓ (୩) ଅନୁସାରେ ପ୍ରତ୍ୟେକ କାର୍ଯ୍ୟାନୁଷ୍ଠାନକୁ ଆଇପିସିର ଧାରା ୧୯୩ ଓ ଧାରା ୨୨୮ ଅର୍ଥରେ ବିଚାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମନେ କରାଯିବ। ଶୀର୍ଷ ନ୍ୟାୟାଳୟ କହିଛନ୍ତି ଯେ ଧାରା ୬୩ର ଉପଧାରା (୪)ଅନୁସାରେ କୌଣସି ବ୍ୟକ୍ତି ଜିଏ ଜାଣିଶୁଣି ଧାରା ୫୦ ଅନୁସାରେ ଜାରି କୌଣସି ନିର୍ଦ୍ଦେଶର ଅବହେଳା କଲେ ତାଙ୍କ ବିରୋଧରେ ଆଇପିସିର ଧାରା ୧୭୪ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯାଇ ପାରେ। ସୁପ୍ରିମକୋର୍ଟ କହିଛନ୍ତି ଯେ ପିଏମଏଲଏର ଧାରା ୫୦ ଅନୁସାରେ ଆବେଦନକାରୀମାନଙ୍କୁ ଜାରି କରାଯାଇଥିବା ସମନ ଆଧାରରେ ଆବେଦନକାରୀ ଦାଖଲ କରିଥିବା ନିବେଦନରେ କୌଣସି ସାର ମିଳି ନାହିଁ।