Toilet ରେ ବ୍ୟବହାର କରୁଛନ୍ତି କି ଫୋନ, ହୋଇ ଯାଆନ୍ତୁ ସାବଧାନ !…
ନୂଆଦିଲ୍ଲୀ,୨୯।୧ : ସ୍ମାର୍ଟଫୋନ ହେଉ କିମ୍ବା କିପ୍ୟାଡ ମୋବାଇଲ, ଫୋନ ବିନା ଏବେ ବଞ୍ଚିବା କଷ୍ଟକର ହୋଇପଡିଛି। ସକାଳୁ ଉଠିବା ପରେ ସଭିଏଁ ଫୋନ ଧରୁଛନ୍ତି। ତେବେ କେତେକ ଟଏଲେଟରେ ମଧ୍ୟ ଫୋନ ବ୍ୟବହାର କରିଥାନ୍ତି। ମାତ୍ର ଏକ ଗବେଷଣାରୁ ଜଣାପଡ଼ିଛି। ଏଭଳି କରୁଥିବା ଲୋକେ ଏନେଇ ସଚେତନ ହେବାର ଆବଶ୍ୟକତା ରହିଛି। ଟଏଲେଟ ଯିବା ପରେ ସଭିଏଁ ହାତ ଧୋଇଥାନ୍ତି, କିନ୍ତୁ ମୋବାଇଲ ଫୋନ ସଫା କରିବାକୁ ଭୁଲିଯାଇଥାନ୍ତି। ଯାହା ଅନେକ ରୋଗ ତଥା ଅନେକ […] The post Toilet ରେ ବ୍ୟବହାର କରୁଛନ୍ତି କି ଫୋନ, ହୋଇ ଯାଆନ୍ତୁ ସାବଧାନ !… appeared first on Dharitri Odia News.
ନୂଆଦିଲ୍ଲୀ,୨୯।୧ : ସ୍ମାର୍ଟଫୋନ ହେଉ କିମ୍ବା କିପ୍ୟାଡ ମୋବାଇଲ, ଫୋନ ବିନା ଏବେ ବଞ୍ଚିବା କଷ୍ଟକର ହୋଇପଡିଛି। ସକାଳୁ ଉଠିବା ପରେ ସଭିଏଁ ଫୋନ ଧରୁଛନ୍ତି। ତେବେ କେତେକ ଟଏଲେଟରେ ମଧ୍ୟ ଫୋନ ବ୍ୟବହାର କରିଥାନ୍ତି। ମାତ୍ର ଏକ ଗବେଷଣାରୁ ଜଣାପଡ଼ିଛି। ଏଭଳି କରୁଥିବା ଲୋକେ ଏନେଇ ସଚେତନ ହେବାର ଆବଶ୍ୟକତା ରହିଛି।
ଟଏଲେଟ ଯିବା ପରେ ସଭିଏଁ ହାତ ଧୋଇଥାନ୍ତି, କିନ୍ତୁ ମୋବାଇଲ ଫୋନ ସଫା କରିବାକୁ ଭୁଲିଯାଇଥାନ୍ତି। ଯାହା ଅନେକ ରୋଗ ତଥା ଅନେକ ସଂକ୍ରମଣ କାରଣ ହୋଇପାରେ।
ଦୀର୍ଘ ସମୟ ଧରି ଟଏଲେଟରେ ଫୋନ ବ୍ୟବହାର ଯୋଗୁ କୋଷ୍ଠକାଠିନ୍ୟ ହେବାର ଆଶଙ୍କା ରହିଥାଏ। ଦୀର୍ଘ ସମୟ ଧରି ସମାନ ଅବସ୍ଥାରେ ବସିବା ଦ୍ୱାରା ଶରୀର ମଧ୍ୟ ଅଭ୍ୟସ୍ତ ହୋଇଯାଏ। ଏହା ବ୍ୟତୀତ ଅର୍ଶ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ ।
ଦୀର୍ଘ ସମୟ ଧରି ବସିବା ଦ୍ୱାରା ମାଂସପେଶୀରେ କଠିନତା ଏବଂ ଆଣ୍ଠୁରେ ଯନ୍ତ୍ରଣା ହେବାର ଆଶଙ୍କା ରହିଛି। ଏହା ସହିତ ବେକ ଏବଂ ପିଠି ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇପାରେ। ସେହିପରି ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇପାରେ।ଏହା ଦ୍ୱାରା ଶୋଇବା ମଧ୍ୟ ବ୍ୟାହତ ହୋଇଥାଏ।
The post Toilet ରେ ବ୍ୟବହାର କରୁଛନ୍ତି କି ଫୋନ, ହୋଇ ଯାଆନ୍ତୁ ସାବଧାନ !… appeared first on Dharitri Odia News.