UGC NET-2024 ରେଜଲ୍ଟ ତାରିଖ ଘୋଷଣା, ଟ୍ୱିଟ୍‌ କରି ସୂଚନା ଦେଲା NTA

ନୂଆଦିଲ୍ଲୀ: ପ୍ରକାଶ ପାଇବ UGC NET 2024। ଜୁନ ୧୮ ତାରିଖ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବା ନେଇ ugcnet.nta.ac.inର ଅଫିସିଆଲ୍ ୱେବସାଇଟରେ ପ୍ରକାଶ ପାଇବ। ଏନେଇ ଟ୍ୱିଟ କରି ସୂଚନା ଦେଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି। ଏନେଇ ବେଶ ଉତ୍ସାହିତ ଅଛନ୍ତି ପରୀକ୍ଷାର୍ଥୀ।  ଫଳାଫଳ ଯାଞ୍ଚ କରିବାକୁ ଆପଣଙ୍କୁ ଆବଶ୍ୟକ ପ୍ରମାଣପତ୍ର ଏଣ୍ଟ୍ରି କରିବାକୁ ପଡିବ। ସ୍କୋରକାର୍ଡ ଡାଉନଲୋଡ୍ କରିବାକୁ ପ୍ରାର୍ଥୀମାନେ ସେମାନଙ୍କର ଆଫ୍ଲିକେସନ ନମ୍ବର ଏବଂ ପାସୱାର୍ଡ ଦେବେ।୨୧ ଅଗଷ୍ଟରୁ ୫ ସେପ୍ଟେମ୍ବର ମଧ୍ୟରେ UGC NET ପରୀକ୍ଷା ହୋଇଥିଲା। ଏହି ପରୀକ୍ଷାରେ ୯ ଲକ୍ଷରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ଏହି ପ୍ରାର୍ଥୀମାନେ ଦୀର୍ଘ ସମୟ ଧରି ରେଜଲ୍ଟକୁ ଅପେକ୍ଷା କରିଥିଲେ। ଶୁକ୍ରବାର ଏହି ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ।NTA will declare the Result of UGC NET June 2024 by 18th october 2024.— National Testing Agency (@NTA_Exams) October 17, 2024UGC NET ଜୁନ୍ ପରୀକ୍ଷା ବାତିଲ ହୋଇଥିଲା। ଅଗଷ୍ଟ-ସେପ୍ଟେମ୍ବରରେ ଏହି ପରୀକ୍ଷା ପୁଣି ଥରେ କରାଯାଇଥିଲା। କମ୍ପ୍ୟୁଟର-ଆଧାରିତ ପରୀକ୍ଷା (ସିବିଟି) ମୋଡରେ NTA ପୁନଃପରୀକ୍ଷା ହୋଇଥିଲା।

UGC NET-2024 ରେଜଲ୍ଟ ତାରିଖ ଘୋଷଣା, ଟ୍ୱିଟ୍‌ କରି ସୂଚନା ଦେଲା NTA

ନୂଆଦିଲ୍ଲୀ: ପ୍ରକାଶ ପାଇବ UGC NET 2024। ଜୁନ ୧୮ ତାରିଖ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବା ନେଇ ugcnet.nta.ac.inର ଅଫିସିଆଲ୍ ୱେବସାଇଟରେ ପ୍ରକାଶ ପାଇବ। ଏନେଇ ଟ୍ୱିଟ କରି ସୂଚନା ଦେଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି। ଏନେଇ ବେଶ ଉତ୍ସାହିତ ଅଛନ୍ତି ପରୀକ୍ଷାର୍ଥୀ।  

ଫଳାଫଳ ଯାଞ୍ଚ କରିବାକୁ ଆପଣଙ୍କୁ ଆବଶ୍ୟକ ପ୍ରମାଣପତ୍ର ଏଣ୍ଟ୍ରି କରିବାକୁ ପଡିବ। ସ୍କୋରକାର୍ଡ ଡାଉନଲୋଡ୍ କରିବାକୁ ପ୍ରାର୍ଥୀମାନେ ସେମାନଙ୍କର ଆଫ୍ଲିକେସନ ନମ୍ବର ଏବଂ ପାସୱାର୍ଡ ଦେବେ।

୨୧ ଅଗଷ୍ଟରୁ ୫ ସେପ୍ଟେମ୍ବର ମଧ୍ୟରେ UGC NET ପରୀକ୍ଷା ହୋଇଥିଲା। ଏହି ପରୀକ୍ଷାରେ ୯ ଲକ୍ଷରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ଏହି ପ୍ରାର୍ଥୀମାନେ ଦୀର୍ଘ ସମୟ ଧରି ରେଜଲ୍ଟକୁ ଅପେକ୍ଷା କରିଥିଲେ। ଶୁକ୍ରବାର ଏହି ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ।

UGC NET ଜୁନ୍ ପରୀକ୍ଷା ବାତିଲ ହୋଇଥିଲା। ଅଗଷ୍ଟ-ସେପ୍ଟେମ୍ବରରେ ଏହି ପରୀକ୍ଷା ପୁଣି ଥରେ କରାଯାଇଥିଲା। କମ୍ପ୍ୟୁଟର-ଆଧାରିତ ପରୀକ୍ଷା (ସିବିଟି) ମୋଡରେ NTA ପୁନଃପରୀକ୍ଷା ହୋଇଥିଲା।