UNSCରେ ଭାରତକୁ ସ୍ଥାୟୀ ସଦସ୍ୟତା ମିଳିବା ନେଇ ୧୦୦ ପ୍ରତିଶତ ନିଶ୍ଚିତ: ବୈଦେଶିକ ବ୍ୟାପାର ମନ୍ତ୍ରୀ
ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ନିଶ୍ଚିତ ରୂପେ ସ୍ଥାୟୀ ସଦସ୍ୟତା ମିଳିବ । ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏହା କହିଛନ୍ତି । ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଏହା ସହଜ ହେବ ନାହିଁ କାରଣ ଏପରି ଅନେକ ଦେଶ ଅଛନ୍ତି ଯେଉଁମାନେ ଭାରତକୁ ସ୍ଥାୟୀ ସିଟ୍ ମିଳିବା ଦେଖି ସହିପାରିବେ ନାହିଁ । ଦୁଇ ଦିନିଆ ହିନ୍ଦ ମହାସାଗର ସମ୍ମିଳନୀରେ ଭାଗ ନେବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଜୟଶଙ୍କର କହିଛନ୍ତି ଯେ ଯେତେବେଳେ ସେ ସାରା ଦୁନିଆ ବୁଲନ୍ତି, ସେତେବେଳେ ଅନେକ ପରିବର୍ତ୍ତନ ଦେଖୁଛନ୍ତି, ଏବେ ଦୁନିଆ ଭାରତକୁ କେଉଁ ନଜରରେ ଦେଖୁଛି । ସେ କହିଛନ୍ତି, 'ୟୁଏନଏସସିରେ ସ୍ଥାୟୀ ସଦସ୍ୟତାକୁ ନେଇ ମୁଁ ଶତ ପ୍ରତିଶତ ବିଶ୍ୱାସୀ ଯେ ଆମେ ସେଠାରେ ପହଞ୍ଚିବୁ କିନ୍ତୁ ସତରେ କହିବାକୁ ଗଲେ ଆମେ ଏହାକୁ ସହଜରେ ହାସଲ କରିପାରିବା ନାହିଁ କାରଣ ଦୁନିଆରେ ପ୍ରତିଯୋଗୀତା ଚାଲିଛି'। କାହାର ନାଁ ନେଇ ଜୟଶଙ୍କର କହିଛନ୍ତି, 'କିଛି ଲୋକ ଆମକୁ ରୋକିବା ପାଇଁ ଉଦ୍ୟମ କରିବେ, ଆମ ରାସ୍ତାକୁ ଜଟିଳ କରିବା ପାଇଁ ବାଧା ସୃଷ୍ଟି କରିବେ'। ବିଦେଶ ମନ୍ତ୍ରୀ କହିଛନ୍ତି, 'ମୁଁ ପାଞ୍ଚ କିମ୍ୱା ୧୦ ବର୍ଷ ପୂର୍ବ ତୁଳନାରେ ଆଝି ଆଶ୍ୱସ୍ତ ଅଛି । ମୁଁ ସାରା ଦୁନିଆର ଲୋକଙ୍କଠାରୁ ଶୁଣୁଛି ଯେ ଭାରତ ସଶକ୍ତ ହେଉଛି । ଆମ ସ୍ଥିତି ବିଶ୍ୱରେ ବଦଳୁଛି, ଆଜି ଭାରତ ବିଶ୍ୱସନୀୟ ଏବଂ ସମ୍ମାନିତ ଅଟେ । ଏପରି ସ୍ଥିତିରେ ଅନେକ ଦେଶ ଅଛନ୍ତି ଯେଉଁମା
ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ନିଶ୍ଚିତ ରୂପେ ସ୍ଥାୟୀ ସଦସ୍ୟତା ମିଳିବ । ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏହା କହିଛନ୍ତି । ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଏହା ସହଜ ହେବ ନାହିଁ କାରଣ ଏପରି ଅନେକ ଦେଶ ଅଛନ୍ତି ଯେଉଁମାନେ ଭାରତକୁ ସ୍ଥାୟୀ ସିଟ୍ ମିଳିବା ଦେଖି ସହିପାରିବେ ନାହିଁ । ଦୁଇ ଦିନିଆ ହିନ୍ଦ ମହାସାଗର ସମ୍ମିଳନୀରେ ଭାଗ ନେବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଜୟଶଙ୍କର କହିଛନ୍ତି ଯେ ଯେତେବେଳେ ସେ ସାରା ଦୁନିଆ ବୁଲନ୍ତି, ସେତେବେଳେ ଅନେକ ପରିବର୍ତ୍ତନ ଦେଖୁଛନ୍ତି, ଏବେ ଦୁନିଆ ଭାରତକୁ କେଉଁ ନଜରରେ ଦେଖୁଛି । ସେ କହିଛନ୍ତି, 'ୟୁଏନଏସସିରେ ସ୍ଥାୟୀ ସଦସ୍ୟତାକୁ ନେଇ ମୁଁ ଶତ ପ୍ରତିଶତ ବିଶ୍ୱାସୀ ଯେ ଆମେ ସେଠାରେ ପହଞ୍ଚିବୁ କିନ୍ତୁ ସତରେ କହିବାକୁ ଗଲେ ଆମେ ଏହାକୁ ସହଜରେ ହାସଲ କରିପାରିବା ନାହିଁ କାରଣ ଦୁନିଆରେ ପ୍ରତିଯୋଗୀତା ଚାଲିଛି'।
କାହାର ନାଁ ନେଇ ଜୟଶଙ୍କର କହିଛନ୍ତି, 'କିଛି ଲୋକ ଆମକୁ ରୋକିବା ପାଇଁ ଉଦ୍ୟମ କରିବେ, ଆମ ରାସ୍ତାକୁ ଜଟିଳ କରିବା ପାଇଁ ବାଧା ସୃଷ୍ଟି କରିବେ'। ବିଦେଶ ମନ୍ତ୍ରୀ କହିଛନ୍ତି, 'ମୁଁ ପାଞ୍ଚ କିମ୍ୱା ୧୦ ବର୍ଷ ପୂର୍ବ ତୁଳନାରେ ଆଝି ଆଶ୍ୱସ୍ତ ଅଛି । ମୁଁ ସାରା ଦୁନିଆର ଲୋକଙ୍କଠାରୁ ଶୁଣୁଛି ଯେ ଭାରତ ସଶକ୍ତ ହେଉଛି । ଆମ ସ୍ଥିତି ବିଶ୍ୱରେ ବଦଳୁଛି, ଆଜି ଭାରତ ବିଶ୍ୱସନୀୟ ଏବଂ ସମ୍ମାନିତ ଅଟେ । ଏପରି ସ୍ଥିତିରେ ଅନେକ ଦେଶ ଅଛନ୍ତି ଯେଉଁମାନେ ଆମକୁ ୟୁଏନସଏସିରେ ସ୍ଥାୟୀ ସଦସ୍ୟ ଭାବେ ଦେଖିବାକୁ ଚାହୁଁଛନ୍ତି'।
ପଢନ୍ତୁ: ଭାରତରେ ଗୋଟିଏ ମାସର କ୍ୟାସଲେସ୍ ପେମେଣ୍ଟ ଆମେରିକାର ୩ ବର୍ଷ ସହ ସମାନ: ଜୟଶଙ୍କର
ଜୟଶଙ୍କର କହିଛନ୍ତି, 'ଜାତିସଂଘର ବିଭିନ୍ନ ସଂଗଠନରେ ହେଉଥିବା ନିର୍ବାଚନରେ ଭାରତ ଲଗାତାର ମଜଭୁତ ପ୍ରଦର୍ଶନ କରୁଛି । ଆମେ ଅଧିକାଂଶ ନିର୍ବାଚନରେ ସେହି ପାଞ୍ଚ ଜଣଙ୍କଠାରୁ ଭଲ ପ୍ରଦର୍ଶନ କରୁଛୁ, ଯେଉଁମାନେ ପୂର୍ବରୁ ସୁରକ୍ଷା ପରିଷଦରେ ଅଛନ୍ତି । ଆମେ ଦୁନିଆ ବିଶ୍ୱାସ ଏବଂ ଆତ୍ମବିଶ୍ୱାସର ଆନନ୍ଦ ହେଉଛୁ । ଏହାପରେ ବି ମୁଁ କହିବି ଆଗାମୀ ୨୫ ବର୍ଷ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ । ୨୫ ବର୍ଷ ନିଶ୍ଚିତ ରୂପେ ଭାରତରେ ପରିବର୍ତ୍ତନର ବର୍ଷ ହେବ, ଏହା ଦୁନିଆରେ ଭାରତର ସ୍ଥିତିକୁ ବଦଳାଇବ ।
The post UNSCରେ ଭାରତକୁ ସ୍ଥାୟୀ ସଦସ୍ୟତା ମିଳିବା ନେଇ ୧୦୦ ପ୍ରତିଶତ ନିଶ୍ଚିତ: ବୈଦେଶିକ ବ୍ୟାପାର ମନ୍ତ୍ରୀ appeared first on Prameya News7.