UPI ଇକୋସିଷ୍ଟମରେ ଫୋନ ପେ’ ଏବଂ ଗୁଗଲ ପେ’ର ବଢୁଛି ଏକଚାଟିଆ ? NPCI ନେବାକୁ ଯାଉଛି ପଦକ୍ଷେପ
ନୂଆଦିଲ୍ଲୀ: ୟୁନିଫାଇଡ୍ ପେମେଣ୍ଟ୍ସ ଇଣ୍ଟରଫେସ (ୟୁପିଆଇ) ଭାରତରେ ଅନଲାଇନ ପେମେଣ୍ଟ ସିଷ୍ଟମରେ କ୍ରାନ୍ତି ଆଣିଛି । କିନ୍ତୁ ଧୀରେ ଧୀରେ ୟୁପିଆଇ ଟ୍ରାଞ୍ଜେକ୍ସନ ମାମଲାରେ ଫୋନ ପେ' ଏବଂ ଗୁଗଲ ପେ'ର ବଜାର କବଜା ଏତେ ଅଧିକ ହୋଇଛି ଯେ ଏବେ ଦୁଇ କମ୍ପାନି ୟୁପିଆଇ ଇକୋସିଷ୍ଟମରେ ପ୍ରାୟତଃ ନିଜ ଏକଚାଟିଆ ସ୍ଥାପନ କରିପାରନ୍ତି । ଏହି ଆହ୍ୱାନର ମୁକାବିଲା ପାଇଁ ନ୍ୟାସନାଲ ପେମେଣ୍ଟ୍ସ କରପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଚଳିତ ମାସରେ ଫିନଟେକ୍ ଷ୍ଟାର୍ଟଅପ୍ସ ସହ ଆଲୋଚନା କରିବ । ଟେକକ୍ରଞ୍ଚର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ରିପୋର୍ଟରେ କୁହାଯାଇଛି ଯେ ପ୍ରସ୍ତାବିକ ବୈଠକ ଗୁଗଲ ପେ' ଏବଂ ଫୋନ ପେ'ର ବଢୁଥିବା ବଜାର ଭାଗିଦାରୀ ଉପରେ ସାଂସଦ ଏବଂ ୟୁପିଆଇ ଇକୋସିଷ୍ଟମର ଅନ୍ୟ ପକ୍ଷଙ୍କ ଦ୍ୱାରା ଉଠାଇଥିବା ଚିନ୍ତା ଦୂର କରିବା ଦିଗରେ ଏକ ପଦକ୍ଷେପ । ଡାଟା ଅନୁସାରେ ୟୁପିଆଇ ନେଣଦେଣର ପ୍ରାୟ ୮୬ ପ୍ରତିଶତ ଏହି ଦୁଇ ପ୍ଲାଟଫର୍ମ ଦ୍ୱାରା କରାଯାଉଛି ।ଏନପିସିଆଇର ଅଧିକାରୀ କ୍ରେଡ୍, ଫ୍ଲିପକାର୍ଟ, ଫାମ ପେ, ଆମଜନ ଏବଂ ଅନ୍ୟ ଫିନଟେକ କମ୍ପାନିର ପ୍ରତିନିଧିଙ୍କୁ ଭେଟିବେ । ଏଥିରେ ସେମାନେଙ୍କ ପ୍ଲାଟଫର୍ମରେ ୟୁପିଆଇ ଟ୍ରାଞ୍ଜେକ୍ସନକୁ ବଢାଇବା ଉଦ୍ଦେଶ୍ୟରେ ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ । ଉଲ୍ଲେଖଯୋଗ୍ୟ ଯେ ଏନପିସିଆଇ ୟୁପିଆଇ ଇକୋସିଷ୍ଟମରେ କମ୍ପାନିଙ୍କ ମାର୍କେଟ୍ ସେୟାର ୩୦ ଯାଏ ସୀମିତ କରିବା ପାଇଁ ଯୁକ୍ତି ରଖିଛ
ନୂଆଦିଲ୍ଲୀ: ୟୁନିଫାଇଡ୍ ପେମେଣ୍ଟ୍ସ ଇଣ୍ଟରଫେସ (ୟୁପିଆଇ) ଭାରତରେ ଅନଲାଇନ ପେମେଣ୍ଟ ସିଷ୍ଟମରେ କ୍ରାନ୍ତି ଆଣିଛି । କିନ୍ତୁ ଧୀରେ ଧୀରେ ୟୁପିଆଇ ଟ୍ରାଞ୍ଜେକ୍ସନ ମାମଲାରେ ଫୋନ ପେ' ଏବଂ ଗୁଗଲ ପେ'ର ବଜାର କବଜା ଏତେ ଅଧିକ ହୋଇଛି ଯେ ଏବେ ଦୁଇ କମ୍ପାନି ୟୁପିଆଇ ଇକୋସିଷ୍ଟମରେ ପ୍ରାୟତଃ ନିଜ ଏକଚାଟିଆ ସ୍ଥାପନ କରିପାରନ୍ତି । ଏହି ଆହ୍ୱାନର ମୁକାବିଲା ପାଇଁ ନ୍ୟାସନାଲ ପେମେଣ୍ଟ୍ସ କରପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଚଳିତ ମାସରେ ଫିନଟେକ୍ ଷ୍ଟାର୍ଟଅପ୍ସ ସହ ଆଲୋଚନା କରିବ । ଟେକକ୍ରଞ୍ଚର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି ।
ରିପୋର୍ଟରେ କୁହାଯାଇଛି ଯେ ପ୍ରସ୍ତାବିକ ବୈଠକ ଗୁଗଲ ପେ' ଏବଂ ଫୋନ ପେ'ର ବଢୁଥିବା ବଜାର ଭାଗିଦାରୀ ଉପରେ ସାଂସଦ ଏବଂ ୟୁପିଆଇ ଇକୋସିଷ୍ଟମର ଅନ୍ୟ ପକ୍ଷଙ୍କ ଦ୍ୱାରା ଉଠାଇଥିବା ଚିନ୍ତା ଦୂର କରିବା ଦିଗରେ ଏକ ପଦକ୍ଷେପ । ଡାଟା ଅନୁସାରେ ୟୁପିଆଇ ନେଣଦେଣର ପ୍ରାୟ ୮୬ ପ୍ରତିଶତ ଏହି ଦୁଇ ପ୍ଲାଟଫର୍ମ ଦ୍ୱାରା କରାଯାଉଛି ।
ଏନପିସିଆଇର ଅଧିକାରୀ କ୍ରେଡ୍, ଫ୍ଲିପକାର୍ଟ, ଫାମ ପେ, ଆମଜନ ଏବଂ ଅନ୍ୟ ଫିନଟେକ କମ୍ପାନିର ପ୍ରତିନିଧିଙ୍କୁ ଭେଟିବେ । ଏଥିରେ ସେମାନେଙ୍କ ପ୍ଲାଟଫର୍ମରେ ୟୁପିଆଇ ଟ୍ରାଞ୍ଜେକ୍ସନକୁ ବଢାଇବା ଉଦ୍ଦେଶ୍ୟରେ ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ । ଉଲ୍ଲେଖଯୋଗ୍ୟ ଯେ ଏନପିସିଆଇ ୟୁପିଆଇ ଇକୋସିଷ୍ଟମରେ କମ୍ପାନିଙ୍କ ମାର୍କେଟ୍ ସେୟାର ୩୦ ଯାଏ ସୀମିତ କରିବା ପାଇଁ ଯୁକ୍ତି ରଖିଛି, ଯାହାର ସମୟ ସୀମା ୨୦୨୪ ଡିସେମ୍ୱର ୩୦ ଯାଏ ବଢାଯାଇଛି । ତେବେ ବୈଷୟିକ ସମସ୍ୟା କାରଣରୁ ଏହି ଲକ୍ଷ୍ୟ ହାସଲ କରିବା ଆହ୍ୱାନପୂର୍ଣ୍ଣ ରହିଛି । ଏନପିସିଆଇ ଦ୍ୱାରା ବିକଶିତ ୟୁପିଆଇ, ଆନଲାଇନ ପେମେଣ୍ଟ କରିବା ପାଇଁ ଦେଶରେ ସବୁଠୁ ଲୋକପ୍ରିୟ ମାଧ୍ୟମ ପାଲଟିଛି । ମାସିକ ଆଧାରରେ ଏହା ମାଧ୍ୟମରେ ୧୦ ବିଲିୟନରୁ ଅଧିକ ନେଣଦେଣ କରାଯାଉଛି ।