ରାଜ୍ୟରେ ଆରମ୍ଭ ହେଲା ଗ୍ରନ୍ଥାଗାର ଅଭିଯାନ; ହରେକୃଷ୍ଣ ମହତାବ ପାଠାଗାରର ହେବ ରୂପାନ୍ତରୀକରଣ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେଲା ଗ୍ରନ୍ଥାଗାର ଅଭିଯାନ। ସୋମବାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ଡକ୍ଟର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ବିଶ୍ବସ୍ତରୀୟ ଲାଇବ୍ରେରୀରେ ପରିଣତ କରିବାକୁ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ଖଣି ନିଗମ (ଓଏମସି)ର ମିଳିତ ଆନୁକୁଲ୍ୟରେ ଗ୍ରନ୍ଥାଳୟକୁ ରୂପାନ୍ତରିକରଣ କରିବା ପାଇଁ ଓଡ଼ିଶା ସରକାର ଏହି ପ୍ରୟାସ ଆରମ୍ଭ କରିଛନ୍ତି । ଏଥିସହ ଭୁବନେଶ୍ବରର ବାପୁଜୀନଗର ଠାରେ ଅବସ୍ଥିତ ଇଣ୍ଟିଗ୍ରେଟେଡ୍ ପବ୍ଲିକ୍ ସର୍ଭିସ ସେଣ୍ଟର (ଆଇପିଏସସି)ରେ ସନ୍ଥକବି ଭୀମଭୋଇଙ୍କ ନାମରେ ଏକ ପାଠାଗାରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି। ସୂଚନା ଯୋଗ୍ୟ ଯେ, ରାଜ୍ୟର ପ୍ରତ୍ୟେକ ସ୍ଥାନରେ ଗ୍ରନ୍ଥାଗାର ପ୍ରତିଷ୍ଠା କରିବା ପାଇଁ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମଳନୀରେ ପ୍ରସ୍ତାବ ଦିଆ ଯାଇଥିଲା। ସୂଚନାଥାଉକି, ସାରସ୍ୱତ ସମୃଦ୍ଧି ପାଇଁ ଓଡ଼ିଶାର ପ୍ରତିବଦ୍ଧତାର ପ୍ରତୀକ ଭାବରେ ପରିଚିତ ଡକ୍ଟର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଳୟ ୧୯୫୯ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପ୍ରଥମ ପଞ୍ଚବାର୍ଷିକ ଯୋଜନା ସମୟରେ କର୍ଯ୍ୟକ୍ଷମ ହୋଇଥିଲା । ବର୍ଷ ବର୍ଷ ଧରି ଏହା ଛାତ୍ରଛାତ୍ରୀ,  ସର୍ବସାଧାରଣ ଏବଂ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ଏକ ଗୁରୁତ୍ୱପୂର

ରାଜ୍ୟରେ ଆରମ୍ଭ ହେଲା ଗ୍ରନ୍ଥାଗାର ଅଭିଯାନ; ହରେକୃଷ୍ଣ ମହତାବ ପାଠାଗାରର ହେବ ରୂପାନ୍ତରୀକରଣ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେଲା ଗ୍ରନ୍ଥାଗାର ଅଭିଯାନ। ସୋମବାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ଡକ୍ଟର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ବିଶ୍ବସ୍ତରୀୟ ଲାଇବ୍ରେରୀରେ ପରିଣତ କରିବାକୁ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ଖଣି ନିଗମ (ଓଏମସି)ର ମିଳିତ ଆନୁକୁଲ୍ୟରେ ଗ୍ରନ୍ଥାଳୟକୁ ରୂପାନ୍ତରିକରଣ କରିବା ପାଇଁ ଓଡ଼ିଶା ସରକାର ଏହି ପ୍ରୟାସ ଆରମ୍ଭ କରିଛନ୍ତି ।

ଏଥିସହ ଭୁବନେଶ୍ବରର ବାପୁଜୀନଗର ଠାରେ ଅବସ୍ଥିତ ଇଣ୍ଟିଗ୍ରେଟେଡ୍ ପବ୍ଲିକ୍ ସର୍ଭିସ ସେଣ୍ଟର (ଆଇପିଏସସି)ରେ ସନ୍ଥକବି ଭୀମଭୋଇଙ୍କ ନାମରେ ଏକ ପାଠାଗାରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି। ସୂଚନା ଯୋଗ୍ୟ ଯେ, ରାଜ୍ୟର ପ୍ରତ୍ୟେକ ସ୍ଥାନରେ ଗ୍ରନ୍ଥାଗାର ପ୍ରତିଷ୍ଠା କରିବା ପାଇଁ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମଳନୀରେ ପ୍ରସ୍ତାବ ଦିଆ ଯାଇଥିଲା।

ସୂଚନାଥାଉକି, ସାରସ୍ୱତ ସମୃଦ୍ଧି ପାଇଁ ଓଡ଼ିଶାର ପ୍ରତିବଦ୍ଧତାର ପ୍ରତୀକ ଭାବରେ ପରିଚିତ ଡକ୍ଟର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଳୟ ୧୯୫୯ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପ୍ରଥମ ପଞ୍ଚବାର୍ଷିକ ଯୋଜନା ସମୟରେ କର୍ଯ୍ୟକ୍ଷମ ହୋଇଥିଲା । ବର୍ଷ ବର୍ଷ ଧରି ଏହା ଛାତ୍ରଛାତ୍ରୀ,  ସର୍ବସାଧାରଣ ଏବଂ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜ୍ଞାନକେନ୍ଦ୍ର ଭାବେ ଏହା ବ୍ୟବହୃତ ହୋଇଆସୁଛି।

ସମସ୍ତ ପୁସ୍ତକଗୁଡ଼ିକର ହେବ ଡିଜିଟାଇଜେସନ୍

ତେବେ ଅଭିଯାନ ଅନୁଯାୟୀ, ଏଠାରେ ଅତ୍ୟାଧୁନିକ ଭିତ୍ତିଭୂମି ଜରିଆରେ ଏହି ଗ୍ରନ୍ଥାଳୟର ବିକାଶ କରି ଏହାକୁ ଆନ୍ତର୍ଜାତୀୟ ମାନଦଣ୍ଡରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଠାରେ ଏକ ଆହାର କେନ୍ଦ୍ର ଏବଂ ମିଶନ ଶକ୍ତି କାଫେର ମଧ୍ୟ ଖୋଲିବ । ଏପରିକି ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ନୂତନ ଭାବରେ ପରିକଳ୍ପନା କରାଯାଇଥିବା ଏହି ଲାଇବ୍ରେରୀରେ ଥିବା ସମସ୍ତ ପୁସ୍ତକଗୁଡ଼ିକର ଡିଜିଟାଇଜେସନ୍ ପାଇଁ ମଧ୍ୟ ଯୋଜନା ରହିଛି ଯାହାଦ୍ଵାରା ଜଣେ ଯେକୌଣସି ସମୟରେ ନିଜ ମୋବାଇଲ ମାଧ୍ୟମରେ ଏଠାରେ ଥିବା ବହି ଗୁଡ଼ିକୁ ପଢ଼ିପାରିବ। ଏଥି ସହିତ ପ୍ରାୟ ୫୦୦ ଛାତ୍ରଛାତ୍ରୀ ଦୈନିକ ଉପସ୍ଥିତ ରହି ପୁସ୍ତକ  ଅଧ୍ୟୟନ କରିବାର ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି ।

ସନ୍ଥକବି ଭୀମଭୋଇ ପାଠାଗାରର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ:

ଆହୁରି ମଧ୍ୟ ଲାଇବ୍ରେରୀ ସେବାଗୁଡିକର ଉପଲବ୍ଧତା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶା ଖଣି ନିଗମ ଦ୍ଵାରା ରାଜଧାନୀର ବାପୁଜୀନଗରରେ ଥିବା ସନ୍ଥକବି ଭୀମଭୋଇ ପାଠାଗାର ପ୍ରତିଷ୍ଠା କରାଯାଇଛି। ଯାହାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ସର୍ବସାଧାରଣ ମାନଙ୍କ ନିମନ୍ତେ ଉତ୍ସଗ କରିଛନ୍ତି । ପରିଦର୍ଶକଙ୍କ ବିଭିନ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ସୁବିଧା ସହିତ ଏକ ଆହାର କେନ୍ଦ୍ର ନିର୍ମାଣ କରାଯାଇଛି। ବର୍ତ୍ତମାନ ଏହି ପାଠାଗାରରେ ଦୈନିକ ପ୍ରାୟ ୨୦୦ ଟି ଆସନର ବ୍ୟବସ୍ଥା ରହିଛି, ଯେଉଁଠି ଜନସାଧାରଣ ସୁବିଧାରେ ବସି ଅଧ୍ୟୟନ କରିପାରିବେ । 

ସେହିଭଳି ଭୁବନେଶ୍ବର ମହାନଗର ନିଗମର ୬ଟି ଜୋନରେ ଅତ୍ୟାଧୁନିକ ପାଠାଗାର ଓ ପଠନ ଗୃହ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ ବିଭାଗୀୟ ଶାସନ ସଚିବ ସୁଜାତା କାର୍ତ୍ତିକେୟ ଓ ନିର୍ଦେଶକ ଦିଲୀପ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

The post ରାଜ୍ୟରେ ଆରମ୍ଭ ହେଲା ଗ୍ରନ୍ଥାଗାର ଅଭିଯାନ; ହରେକୃଷ୍ଣ ମହତାବ ପାଠାଗାରର ହେବ ରୂପାନ୍ତରୀକରଣ appeared first on Prameya News7.