UPSC ପରୀକ୍ଷାର କ୍ରେଜରେ ଯୁବ ପିଢି ବର୍ବାଦ କରୁଛନ୍ତି ସମୟ...କାହିଁକି ଏପରି କହିଲେଖ୍ୟତନାମା ଅର୍ଥଶାସ୍ତ୍ରୀ ?
ନୂଆଦିଲ୍ଲୀ: ପ୍ରଖ୍ୟାତ ଅର୍ଥଶାସ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲ ୟୁପିଏସସି ପରୀକ୍ଷାକୁ ନେଇ ଯୁବବର୍ଗଙ୍କ ମଧ୍ୟରେ ଥିବା କେଜ୍ରକୁ ନେଇ ବଡ଼ କଥା କହିଛନ୍ତି । ତାଙ୍କ ଅନୁସାରେ, ଅଧିକାଂଶ ଯୁବକ-ଯୁବତୀ ସିଭିଲ ସର୍ଭିସେସକୁ ଡିଫଲ୍ଟ କ୍ୟାରିୟର ଅପସନ ରୂପେ ଦେଖୁଛନ୍ତି । ଦ୍ୱିତୀୟ କ୍ୟାରିୟର ଅପସନ ଉପରେ ବିଚାର କରିବା ପରିବର୍ତ୍ତେ ଯୁବପିଢି ଏଥିରେ ସମୟ ଏବଂ ଉଦ୍ୟମ ବରବାଦ କରୁଛନ୍ତି । ୟୁପିଏସସି ପରୀକ୍ଷା ପ୍ରତି ଏହିପରି କ୍ରେଜ୍ ଉପରେ ଚିନ୍ତା ପ୍ରକାଶ କରିଛନ୍ତି । ତାଙ୍କ ମତରେ ଏହି ପରୀକ୍ଷା ସିଭିଲ ସରଭେଣ୍ଟଙ୍କ ଚୟନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । କିନ୍ତୁ ଅନେକ ଯୁବକ-ଯୁବତୀ ବୈକଳ୍ପିପ ରାସ୍ତା ଉପରେ ବିଚାର ନକରି ଏହା ଉପରେ ସମୟ ଏବଂ ଉଦ୍ୟମ ଲଗାଉଛନ୍ତି ।ଏକ ପଡକାଷ୍ଟରେ ସାନ୍ୟାଲ ଏହା ଉପରେ ଚର୍ଚ୍ଚା କରିଛନ୍ତି । ସେ କହିଛନ୍ତି ଯେ ଦଶନ୍ଧି ଯାଏ ପଶ୍ଚିମବଙ୍ଗ ଏବଂ ବିହାର ପରି ଅଞ୍ଚଳରେ ଲୋକଙ୍କ ଆକାଂକ୍ଷା ସୀମିତ ଥିଲା । ସେମାନେ କେବଳ ବୁଦ୍ଧିଜୀବୀ, ନେତା ତଥା ସ୍ଥାନୀୟ ରାଜନେତା ପରି ଭୂମିକା ଯାଏ ଚିନ୍ତା କରୁଥିଲେ । ଏହି ସୀମିତ ଚିନ୍ତାଧାରା ଅଧିକାଂଶ ସମୟରେ ଲୋକଙ୍କୁ ଭିନ୍ନ ଭିନ୍ନ ସୁଯୋଗ ପରିବର୍ତ୍ତେ ଡିଫଲ୍ଟ ବିକଳ୍ପ ରୂପେ ସିଭିଲ୍ ସେବାରେ କ୍ୟାରିୟର କରିବା ଦିଗରେ ନେଇ ଆସୁଛି । ସାନ୍ୟାଲଙ୍କ ମତରେ, ୟୁପିଏସସି ପରୀକ୍ଷା ଦେବା ନେଇ କେବଳ ସେମାନେ ବ
ନୂଆଦିଲ୍ଲୀ: ପ୍ରଖ୍ୟାତ ଅର୍ଥଶାସ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲ ୟୁପିଏସସି ପରୀକ୍ଷାକୁ ନେଇ ଯୁବବର୍ଗଙ୍କ ମଧ୍ୟରେ ଥିବା କେଜ୍ରକୁ ନେଇ ବଡ଼ କଥା କହିଛନ୍ତି । ତାଙ୍କ ଅନୁସାରେ, ଅଧିକାଂଶ ଯୁବକ-ଯୁବତୀ ସିଭିଲ ସର୍ଭିସେସକୁ ଡିଫଲ୍ଟ କ୍ୟାରିୟର ଅପସନ ରୂପେ ଦେଖୁଛନ୍ତି । ଦ୍ୱିତୀୟ କ୍ୟାରିୟର ଅପସନ ଉପରେ ବିଚାର କରିବା ପରିବର୍ତ୍ତେ ଯୁବପିଢି ଏଥିରେ ସମୟ ଏବଂ ଉଦ୍ୟମ ବରବାଦ କରୁଛନ୍ତି । ୟୁପିଏସସି ପରୀକ୍ଷା ପ୍ରତି ଏହିପରି କ୍ରେଜ୍ ଉପରେ ଚିନ୍ତା ପ୍ରକାଶ କରିଛନ୍ତି । ତାଙ୍କ ମତରେ ଏହି ପରୀକ୍ଷା ସିଭିଲ ସରଭେଣ୍ଟଙ୍କ ଚୟନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । କିନ୍ତୁ ଅନେକ ଯୁବକ-ଯୁବତୀ ବୈକଳ୍ପିପ ରାସ୍ତା ଉପରେ ବିଚାର ନକରି ଏହା ଉପରେ ସମୟ ଏବଂ ଉଦ୍ୟମ ଲଗାଉଛନ୍ତି ।
ଏକ ପଡକାଷ୍ଟରେ ସାନ୍ୟାଲ ଏହା ଉପରେ ଚର୍ଚ୍ଚା କରିଛନ୍ତି । ସେ କହିଛନ୍ତି ଯେ ଦଶନ୍ଧି ଯାଏ ପଶ୍ଚିମବଙ୍ଗ ଏବଂ ବିହାର ପରି ଅଞ୍ଚଳରେ ଲୋକଙ୍କ ଆକାଂକ୍ଷା ସୀମିତ ଥିଲା । ସେମାନେ କେବଳ ବୁଦ୍ଧିଜୀବୀ, ନେତା ତଥା ସ୍ଥାନୀୟ ରାଜନେତା ପରି ଭୂମିକା ଯାଏ ଚିନ୍ତା କରୁଥିଲେ । ଏହି ସୀମିତ ଚିନ୍ତାଧାରା ଅଧିକାଂଶ ସମୟରେ ଲୋକଙ୍କୁ ଭିନ୍ନ ଭିନ୍ନ ସୁଯୋଗ ପରିବର୍ତ୍ତେ ଡିଫଲ୍ଟ ବିକଳ୍ପ ରୂପେ ସିଭିଲ୍ ସେବାରେ କ୍ୟାରିୟର କରିବା ଦିଗରେ ନେଇ ଆସୁଛି । ସାନ୍ୟାଲଙ୍କ ମତରେ, ୟୁପିଏସସି ପରୀକ୍ଷା ଦେବା ନେଇ କେବଳ ସେମାନେ ବିଚାର କରିବା ଦରକାର ଯେଉଁମାନେ ପ୍ରକୃତରେ ପ୍ରଶାସନିକ କ୍ଷେତ୍ରରେ ଇଚ୍ଛା ରଖନ୍ତି ।
ସାନ୍ୟାଲ କହିଛନ୍ତି, ମୋ ମତରେ ଏହି ଆକାଂକ୍ଷ ବଦଳିଛି । ତେବେ ଏବେ ବି ଅନେକ ଯୁବବର୍ଗ ୟୁପିଏସସିକୁ ପାସ୍ କରିବା ଉଦ୍ୟମରେ ନିଜ ସମୟ ବରବାଦ କରୁଛନ୍ତି । ସାନ୍ୟାଲ୍ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହାର ମାନେ ଆଦୌ ପରୀକ୍ଷା ଦେବେ ନାହିଁ ତାହା ନୁହଁ । ସେ କହିଛନ୍ତି, ସବୁ ଦେଶକୁ ବ୍ୟୁରୋକ୍ରେସିର ଆବଶ୍ୟକତା ରହିଛି । ଏହା ସମ୍ପୂର୍ଣ୍ଣ ଠିକ୍ । କିନ୍ତୁ, ମୁଁ ଅନୁଭବ କରୁଛି ଯେ ଲକ୍ଷ ଲକ୍ଷ ଲୋକ ଗୋଟିଏ ପରୀକ୍ଷା ପାସ୍ କରିବା ଉଦ୍ୟମରେ ନିଜ ଗୁରୁତ୍ୱପୂର୍ଣ୍ଣ ବର୍ଷଗୁଡ଼ିକୁ ହରାଇ ବସୁଛନ୍ତି । ଯେତେବେଳେ କି ପ୍ରକୃତରେ କିଛି ହଜାର ଲୋକଙ୍କ ଛୋଟିଆ ସଂଖ୍ୟାର ଆବଶ୍ୟକତା ରହିଥାଏ ।
ସନ୍ୟାୟ କହିଛନ୍ତି ଯେ ଯଦି ସେହି ଉର୍ଜାକୁ କିଛି ଅଲଗା କରିବାରେ ବ୍ୟୟ କରନ୍ତି ତେବେ ଆମେ ଅଧିକ ଅଲିମ୍ପିକ ଗୋଲ୍ଡ ମେଡାଲ ଜିତି ପାରିବା । ଭଲ ପିଲ୍ମ ଦେଖିପାରିବା । ଭଲ ଡାକ୍ତର ମିଳିବେ । ଅଧିକ ଉଦ୍ୟମୀ ଏବଂ ବୈଜ୍ଞାନିକ ସାମନାକୁ ଆସିବେ ।