USB-A କି USB-C ନୁହେଁ ଏବେ ସମସ୍ତଙ୍କ ପାଇଁ ଗୋଟିଏ ଚାର୍ଜର ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆମ ଦେଶରେ ବିଭିନ୍ନ ମୋବାଇଲ୍ ଓ ଗ୍ୟାଜେଟ୍ ପାଇଁ ୟୁଏସ୍‌ବି-ଏ ୟୁଏସ୍‌ବି-ସି ଓ ଲାଇଟନିଂ ଭଳି ଅଲଗା ଅଲଗା ଚାର୍ଜର ବ୍ୟବହାର କରାଯାଉଛି। ଏଥିପାଇଁ ନାନା ସମସ୍ୟାରେ ସମ୍ମୁଖୀନ ହେବାକୁ ପଡୁଛି। ବିଶେଷ କରି ମୋବାଇଲ୍ ରିଚାର୍ଜିଂରେ ସମସ୍ୟା ଦେଖା ଦେଉଛି। କାରଣ ବିଭିନ୍ନ ମୋବାଇଲ୍‌ରେ ଅଲଗା ଅଲଗା ଚାର୍ଜ ସପୋର୍ଟ ଦିଆଯାଉଥିବାରୁ ଭୁଲ୍‌ରେ ବି ଚାର୍ଜର ଭୁଲି ଘରୁ ବାହରକୁ ଆସିଲେ ମୋବାଇଲ୍ ରିଚାର୍ଜ କରିବା ମୁସ୍କିଲ୍‌। ୟୁରୋପ ଦେଶମାନଙ୍କରେ ଏଭଳି ସମସ୍ୟା ଦେଖାଦେବାରୁ ୟୁରୋପିୟନ ୟୁନିୟନ କମନ ଚାର୍ଜର ଆଇନ ପାସ୍ କରିଥିଲା। ଭାରତ ସରକାର ମଧ୍ୟ ଠିକ୍ ଏହିଭଳି ଏକ ଆଇନ ଲାଗୁ କରିବା ଦିଗରେ ଅଗ୍ରସର ହେଉଛନ୍ତି। ସ୍ମାର୍ଟଫୋନ୍ ଓ ଟାବ୍ଲେଟ୍ ଭଳି ଇଲେକ୍ଟ୍ରୋନିକ ଡିଭାଇସରେ ଚାର୍ଜିଂ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ କମନ ଚାର୍ଜର ଲ ଲାଗୁ କରିବାକୁ ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର। ୨୦୨୫ ଜୁନ ସୁଦ୍ଧା ଏହି ଆଇନ କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି। ୨୦୨୫ ଜୁନ ମାସ ଠାରୁ ଭାରତରେ ସମସ୍ତ ସ୍ମାର୍ଟଫୋନ୍, ଟାବ୍ଲେଟ୍ ଓ ଇଲେକ୍ଟ୍ରୋନିକ ସାମଗ୍ରୀ  ପାଇଁ ୟୁଏସ୍‌ବି-ସି ଟାଇପ ଚାର୍ଜର ଉପଲବ୍ଧ ବାଧ୍ୟତାମୁଳକ ହେବ। ବାଣିଜ୍ୟ ଖବର ପ୍ରକାଶ କରୁଥିବା ୱେବ୍‌ସାଇଟ୍ ମିଣ୍ଟର ରିପୋର୍ଟ ଅନୁସାରେ, ଏହି ଆଇନ୍‌ରେ ବିଶେଷକରି ସ୍ମାର୍ଟଫୋନ୍ ଓ ଟାବ୍ଲେଟ୍‌କୁ ଗୁରୁତ୍ୱ ଦିଆଯାଇଛି। ତେବେ ୨୦୨୬ରେ ଏଥିରେ ଲ୍ୟାପ୍‌ଟପକୁ ବି ସାମିଲ୍ କର

USB-A କି USB-C ନୁହେଁ ଏବେ ସମସ୍ତଙ୍କ ପାଇଁ ଗୋଟିଏ ଚାର୍ଜର ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆମ ଦେଶରେ ବିଭିନ୍ନ ମୋବାଇଲ୍ ଓ ଗ୍ୟାଜେଟ୍ ପାଇଁ ୟୁଏସ୍‌ବି-ଏ ୟୁଏସ୍‌ବି-ସି ଓ ଲାଇଟନିଂ ଭଳି ଅଲଗା ଅଲଗା ଚାର୍ଜର ବ୍ୟବହାର କରାଯାଉଛି। ଏଥିପାଇଁ ନାନା ସମସ୍ୟାରେ ସମ୍ମୁଖୀନ ହେବାକୁ ପଡୁଛି। ବିଶେଷ କରି ମୋବାଇଲ୍ ରିଚାର୍ଜିଂରେ ସମସ୍ୟା ଦେଖା ଦେଉଛି। କାରଣ ବିଭିନ୍ନ ମୋବାଇଲ୍‌ରେ ଅଲଗା ଅଲଗା ଚାର୍ଜ ସପୋର୍ଟ ଦିଆଯାଉଥିବାରୁ ଭୁଲ୍‌ରେ ବି ଚାର୍ଜର ଭୁଲି ଘରୁ ବାହରକୁ ଆସିଲେ ମୋବାଇଲ୍ ରିଚାର୍ଜ କରିବା ମୁସ୍କିଲ୍‌। 

ୟୁରୋପ ଦେଶମାନଙ୍କରେ ଏଭଳି ସମସ୍ୟା ଦେଖାଦେବାରୁ ୟୁରୋପିୟନ ୟୁନିୟନ କମନ ଚାର୍ଜର ଆଇନ ପାସ୍ କରିଥିଲା। ଭାରତ ସରକାର ମଧ୍ୟ ଠିକ୍ ଏହିଭଳି ଏକ ଆଇନ ଲାଗୁ କରିବା ଦିଗରେ ଅଗ୍ରସର ହେଉଛନ୍ତି। ସ୍ମାର୍ଟଫୋନ୍ ଓ ଟାବ୍ଲେଟ୍ ଭଳି ଇଲେକ୍ଟ୍ରୋନିକ ଡିଭାଇସରେ ଚାର୍ଜିଂ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ କମନ ଚାର୍ଜର ଲ ଲାଗୁ କରିବାକୁ ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର। ୨୦୨୫ ଜୁନ ସୁଦ୍ଧା ଏହି ଆଇନ କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି। 

୨୦୨୫ ଜୁନ ମାସ ଠାରୁ ଭାରତରେ ସମସ୍ତ ସ୍ମାର୍ଟଫୋନ୍, ଟାବ୍ଲେଟ୍ ଓ ଇଲେକ୍ଟ୍ରୋନିକ ସାମଗ୍ରୀ  ପାଇଁ ୟୁଏସ୍‌ବି-ସି ଟାଇପ ଚାର୍ଜର ଉପଲବ୍ଧ ବାଧ୍ୟତାମୁଳକ ହେବ। ବାଣିଜ୍ୟ ଖବର ପ୍ରକାଶ କରୁଥିବା ୱେବ୍‌ସାଇଟ୍ ମିଣ୍ଟର ରିପୋର୍ଟ ଅନୁସାରେ, ଏହି ଆଇନ୍‌ରେ ବିଶେଷକରି ସ୍ମାର୍ଟଫୋନ୍ ଓ ଟାବ୍ଲେଟ୍‌କୁ ଗୁରୁତ୍ୱ ଦିଆଯାଇଛି। ତେବେ ୨୦୨୬ରେ ଏଥିରେ ଲ୍ୟାପ୍‌ଟପକୁ ବି ସାମିଲ୍ କରାଯିବ। ସେହିପରି ବେସିକ ଫିଚର ଫୋନ,ଇଅରଫୋନ୍ ଆଦିକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବାଦ ଦିଆଯାଇପାରେ ବୋଲି ମିଣ୍ଟରେ ରିପୋର୍ଟ ପ୍ରକାଶ ପାଇଛି। 

ଭାରତ ସରକାରଙ୍କର ଏଭଳି ପଦକ୍ଷେପ ଏକାଧିକ ସମସ୍ୟାର ସମାଧାନ କରିବ। ସିଙ୍ଗଲ ଚାର୍ଜିଂ ବ୍ୟବସ୍ଥା ହେଲେ ଭଳି ଭଳି ଚାର୍ଜର ଆବଶ୍ୟକତା ଶେଷ ହେବ। ଇଲେକ୍ଟ୍ରୋନିକ୍ ବର୍ଜ୍ୟର କମ ହେବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ସାବ୍ୟସ୍ତ ହେବ। ଏଥିସହିତ ୟୁଜରମାନଙ୍କ ପାଇଁ ସୁବିଧାଜନକ ହେବ। 

୨୦୨୨ରେ ଭାରତ ସରକାର ସମସ୍ତ ଇଲେକ୍ଟ୍ରୋନିକ ଗ୍ରାହକଙ୍କ ପାଇଁ ଗୋଟିଏ ପ୍ରକାର ଚାର୍ଜିଂ ପୋର୍ଟର ନିୟମ ଆଣିଥିଲେ। ଏମ୍‌ଏଆଇଟି, ଏଫ୍‌ସିସିଆଇ ଓ ସିଆଇଆଇ ଭଳି ଉଦ୍ୟୋଗ ସଂଗଠନ ଗ୍ରୁପ ସହ ଆଲୋଚନା କରିବା ଟାଇପ୍ ସି ଚାର୍ଜିଂ ପୋର୍ଟକୁ ବ୍ୟବାହର ପାଇଁ ଚୟନ କରାଯାଇଥିଲା। ସ୍ମାର୍ଟଫୋନ୍,ଟ୍ୟାବ୍ଲେଟ୍‌ ଓ ନୋଟ୍‌ବୁକ ପାଇଁ ଏହି ଚାର୍ଜିଂ ପୋର୍ଟର ବ୍ୟବହାର କରିବାକୁ ସହମତି ପ୍ରକାଶ ପାଇଥିଲା।