ସୀମା ବିବାଦ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟରେ ଏମିତି କହିଲା ଚୀନ

ନୂଆଦିଲ୍ଲୀ: ଭାରତ-ଚୀନ ସମ୍ପର୍କକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ପରେ ଚୀନ ମଧ୍ୟ ଜବାବ ରଖିଛି। ଗୁରୁବାର ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ଚୀନ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ଗୁରୁତର ସହ ନେଇଛି ବୋଲି ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରବକ୍ତା ମାଓ ନିଙ୍ଗ କହିଛନ୍ତି। ନିଙ୍ଗ କହିଛନ୍ତି “ ଆମେ ବିଶ୍ୱାଶ କରୁଛୁ ଯେ ଭାରତ-ଚୀନ ମଧ୍ୟରେ ଦୃଢ଼ ଓ ସ୍ଥିର ସମ୍ପର୍କ ଦୁଇ ଦେଶର ସାଧାରଣ ସ୍ୱାର୍ଥ ରକ୍ଷା କରେ। ଅଞ୍ଚଳରେ ଶାନ୍ତି ଓ ବିକାଶ ପାଇଁ ଅନୁକୂଳ।”ସେହିପରି ସୀମାକୁ ସମସ୍ୟାକୁ ନେଇ ଚୀନ କହିଛି “ ଏହା ଭାରତ ଓ ଚୀନ ସମ୍ପର୍କର ସମ୍ପୂର୍ଣ୍ଣତାକୁ ଦର୍ଶାଏ ନାହିଁ। ଏହାକୁ ଦ୍ୱିପାଖିକ ସମ୍ପର୍କ ମଧ୍ୟରେ ରଖାଯିବା ଉଚିତ୍। ଏହାର ବୁାଝାସୁଧା ଠିକ୍ ଭାବରେ କରାଯିବା ଉଚିତ।” ମାଓ ଆହୁରି କହିଛନ୍ତି ଯେ ନୂଆ ଦିଲ୍ଲୀ ଓ ବେଜିଂ ମଧ୍ୟରେ କୂଟନୈତିକ ସ୍ତର ଓ ସେନା ସ୍ତରରେ ଆଲୋଚନା ଚାଲିଛି। ସେ କହିଛନ୍ତି “ଆମେ ଆଶା କରୁଛୁ ଭାରତ ଚୀନ ସହ ସମାନ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବ। ଦ୍ୱାପିଖିକ ସମ୍ପର୍କକୁ ଦୀର୍ଘକାଳୀନ ଉଦ୍ଦେଶ୍ୟ ପାଇଁ ଉଚ୍ଚସ୍ତରୀୟ ରଣନୈତିକ ସ୍ତରରେ ପରିଚାଳନା କରିବ। ଦ୍ୱିପାଖିକ ବିଶ୍ୱାସ ବଢ଼ାଇବା, ଆଲୋନା ଜାରି ରଖିବା ସହ ସହଯୋଗ କରିବା, ବିଭେଦକୁ ଉଚିତ୍ ଉପାୟରେ ସମାଧାନ କରିବା ଏବଂ ସ୍ଥିର ଓ ମଜଭୁତ ଦିଗରେ ଦ୍ୱିପାଖିକ ସମ୍ପର୍କକୁ ଆଗକ

ସୀମା ବିବାଦ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟରେ ଏମିତି କହିଲା ଚୀନ

ନୂଆଦିଲ୍ଲୀ: ଭାରତ-ଚୀନ ସମ୍ପର୍କକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ପରେ ଚୀନ ମଧ୍ୟ ଜବାବ ରଖିଛି। ଗୁରୁବାର ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ଚୀନ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ଗୁରୁତର ସହ ନେଇଛି ବୋଲି ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରବକ୍ତା ମାଓ ନିଙ୍ଗ କହିଛନ୍ତି। 

ନିଙ୍ଗ କହିଛନ୍ତି “ ଆମେ ବିଶ୍ୱାଶ କରୁଛୁ ଯେ ଭାରତ-ଚୀନ ମଧ୍ୟରେ ଦୃଢ଼ ଓ ସ୍ଥିର ସମ୍ପର୍କ ଦୁଇ ଦେଶର ସାଧାରଣ ସ୍ୱାର୍ଥ ରକ୍ଷା କରେ। ଅଞ୍ଚଳରେ ଶାନ୍ତି ଓ ବିକାଶ ପାଇଁ ଅନୁକୂଳ।”

ସେହିପରି ସୀମାକୁ ସମସ୍ୟାକୁ ନେଇ ଚୀନ କହିଛି “ ଏହା ଭାରତ ଓ ଚୀନ ସମ୍ପର୍କର ସମ୍ପୂର୍ଣ୍ଣତାକୁ ଦର୍ଶାଏ ନାହିଁ। ଏହାକୁ ଦ୍ୱିପାଖିକ ସମ୍ପର୍କ ମଧ୍ୟରେ ରଖାଯିବା ଉଚିତ୍। ଏହାର ବୁାଝାସୁଧା ଠିକ୍ ଭାବରେ କରାଯିବା ଉଚିତ।”

 

ମାଓ ଆହୁରି କହିଛନ୍ତି ଯେ ନୂଆ ଦିଲ୍ଲୀ ଓ ବେଜିଂ ମଧ୍ୟରେ କୂଟନୈତିକ ସ୍ତର ଓ ସେନା ସ୍ତରରେ ଆଲୋଚନା ଚାଲିଛି। ସେ କହିଛନ୍ତି “ଆମେ ଆଶା କରୁଛୁ ଭାରତ ଚୀନ ସହ ସମାନ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବ। ଦ୍ୱାପିଖିକ ସମ୍ପର୍କକୁ ଦୀର୍ଘକାଳୀନ ଉଦ୍ଦେଶ୍ୟ ପାଇଁ ଉଚ୍ଚସ୍ତରୀୟ ରଣନୈତିକ ସ୍ତରରେ ପରିଚାଳନା କରିବ। ଦ୍ୱିପାଖିକ ବିଶ୍ୱାସ ବଢ଼ାଇବା, ଆଲୋନା ଜାରି ରଖିବା ସହ ସହଯୋଗ କରିବା, ବିଭେଦକୁ ଉଚିତ୍ ଉପାୟରେ ସମାଧାନ କରିବା ଏବଂ ସ୍ଥିର ଓ ମଜଭୁତ ଦିଗରେ ଦ୍ୱିପାଖିକ ସମ୍ପର୍କକୁ ଆଗକୁ ନେବା ଦିଗରେ ଭାରତ କାମ କରିବା ଉଚିତ୍।”

 

ସୂଚନା ଥାଉକି ପ୍ରଧାନମନ୍ତ୍ରୀ ମୋଦୀ ନ୍ୟୁଜ୍‌ୱିକ୍‌କୁ ସାକ୍ଷାତ୍‌କାର ଦେଇ ଭାରତ-ଚୀନର ଦ୍ୱିପାଖିକ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ। ଦୁଇ ଦେଶର ସୀମା ସୁରକ୍ଷାର ତୁରନ୍ତ ସମାଧାନ ହେବା ଉଚିତ୍। ଦୁଇ ଦେଶ ମଧ୍ୟରେ ଭଲ ସମ୍ପର୍କ କେବଳ ବାରତ ଓ ଚୀନ ପାଇଁ ନୁହେଁ ସାରା ବିଶ୍ୱ ପାଇଁ ବି ଭଳ ବୋଲି ମୋଦୀ କହିଥିଲେ।