ନିର୍ବାଚନ ଲଢ଼ିବେ ଉର୍ବଶୀ
ନୂଆଦିଲ୍ଲୀ,୨୨ା୩: ବଲିଉଡ ସୁନ୍ଦରୀ ଉର୍ବଶୀ ରୋୖତେଲା ନିଜର ଫ୍ୟାସନ ଓ ଚୁଲବୁଲି ଅନ୍ଦାଜ ପାଇଁ ସବୁବେଳେ ଲାଇମ ଲାଇଟରେ ରହିଥାନ୍ତି। ଏହା ସହ ନିଜର ଡ୍ୟାନ୍ସ ଏବଂ ଅଭିନୟ ଦକ୍ଷତା ବଳରେ ବଲିଉଡରୁ ଆରମ୍ଭ କରି ତେଲୁଗୁ, ତାମିଲ ସହ ବିଭିନ୍ନ ଭାଷାରେ ଅଭିନୟ କରି ସାରିଲେଣି। ଏବେ ଖବର ଆସୁଛି ଉର୍ବଶୀ ରାଜନୀତିରେ ପ୍ରଵେଶ କରିବାକୁ ଯାଉଛନ୍ତି। ଏହା କୌଣସି ଗୁଜବ ନୁହେଁ ସେ ନିଜେ ଏହି କଥା କହିଛନ୍ତି। ଇନଷ୍ଟାଣ୍ଟ ବଲିଉଡକୁ ଦେଇଥିବା ଏକ […] The post ନିର୍ବାଚନ ଲଢ଼ିବେ ଉର୍ବଶୀ appeared first on Dharitri Odia News.
ନୂଆଦିଲ୍ଲୀ,୨୨ା୩: ବଲିଉଡ ସୁନ୍ଦରୀ ଉର୍ବଶୀ ରୋୖତେଲା ନିଜର ଫ୍ୟାସନ ଓ ଚୁଲବୁଲି ଅନ୍ଦାଜ ପାଇଁ ସବୁବେଳେ ଲାଇମ ଲାଇଟରେ ରହିଥାନ୍ତି। ଏହା ସହ ନିଜର ଡ୍ୟାନ୍ସ ଏବଂ ଅଭିନୟ ଦକ୍ଷତା ବଳରେ ବଲିଉଡରୁ ଆରମ୍ଭ କରି ତେଲୁଗୁ, ତାମିଲ ସହ ବିଭିନ୍ନ ଭାଷାରେ ଅଭିନୟ କରି ସାରିଲେଣି। ଏବେ ଖବର ଆସୁଛି ଉର୍ବଶୀ ରାଜନୀତିରେ ପ୍ରଵେଶ କରିବାକୁ ଯାଉଛନ୍ତି। ଏହା କୌଣସି ଗୁଜବ ନୁହେଁ ସେ ନିଜେ ଏହି କଥା କହିଛନ୍ତି।
ଇନଷ୍ଟାଣ୍ଟ ବଲିଉଡକୁ ଦେଇଥିବା ଏକ ସାକ୍ଷାତକାରରେ ଉର୍ବଶୀ କହିଛନ୍ତି ରାଜନୀତିରେ ପ୍ରବେଶ କରିବା ପାଇଁ ମତେ ଟିକେଟ୍ ମିଳିଛି। ଏବେ ଏହି ନିଷ୍ପତି ମୋରହେବ ଯେ ମୁଁ ରାଜନିତୀକୁ ଆସିବି ନା ନାହିଁ। ତେବେ ମୁଁ ନିଶ୍ଚିତ ନୁହେଁ ମୁ ରାଜନୀତିକୁ ଆସିବି କି ନାହିଁ। ଏଥିପାଇଁ ମୁଁ ମୋର ପ୍ରଶଂସକଙ୍କ ରାୟ ମାଗିଛି।
ଉର୍ବଶୀଙ୍କ ଅନୁରୋଧ ପରେ ତାଙ୍କର ପ୍ରସଂଶକମାନେ ରାୟ ମଧ୍ୟ ଦେଇଛନ୍ତି। ଅନେକ କହିଛନ୍ତି ଯେ ସେ ନିଶ୍ଚୟେ ରାଜନୀତିକୁ ଆସିବା କଥା। ଜଣେ ୟୁଜର କହିଛନ୍ତି ଏଭଳି ପଲିଟିସିଆନ ଥିଲେ ମୁଁ ନିଶ୍ଚିତ ଭୋଟ ଦେବାକୁ ଯିବି। ସେହିଭଳି ଅନେକ ୟୁଜର ତାଙ୍କୁ ରାଜନୀତିକୁ ନ ଆସିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। କିଛି ୟୁଜର ଏହା ମଧ୍ୟ କହିଛନ୍ତି ଯେ ଫିଲ୍ମରେ କାମ ମିଳୁ ନାହିଁ ବୋଲି ରାଜନୀତିକୁ ଆସିବାକୁ ଚାହୁଁଥିବା କହିଛନ୍ତି।
The post ନିର୍ବାଚନ ଲଢ଼ିବେ ଉର୍ବଶୀ appeared first on Dharitri Odia News.