ଜଳବାୟୁ ବିଜ୍ଞାନୀ, ପରିବେଶ ଗବେଷକ
ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏକ୍ଷେତ୍ରରେ ସହଭାଗୀ କରାଇପାରିବେ, ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍ କନ୍କ୍ଲେଭ୍’। ଚଳିତବର୍ଷର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍ ଚେଞ୍ଜ:ବିଲ୍ଡିଂ ରିଜିଲିଆନ୍ସ’। ଆସନ୍ତା ୨୪ ତାରିଖରେ ଧରିତ୍ରୀର ୫୧ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଯୁବ ସମ୍ମିଳନୀର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହେବ। ଏହି ୟୁଥ୍ […] The post ଜଳବାୟୁ ବିଜ୍ଞାନୀ, ପରିବେଶ ଗବେଷକ appeared first on Dharitri Odia News.
ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏକ୍ଷେତ୍ରରେ ସହଭାଗୀ କରାଇପାରିବେ, ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍ କନ୍କ୍ଲେଭ୍’। ଚଳିତବର୍ଷର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍ ଚେଞ୍ଜ:ବିଲ୍ଡିଂ ରିଜିଲିଆନ୍ସ’। ଆସନ୍ତା ୨୪ ତାରିଖରେ ଧରିତ୍ରୀର ୫୧ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଯୁବ ସମ୍ମିଳନୀର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହେବ। ଏହି ୟୁଥ୍ କନ୍କ୍ଲେଭ୍ରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଯୁବ ପରିବେଶବିତ୍ମାନେ ଯୋଗଦେବେ।
ଧରିତ୍ରୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ଯୋଗଦେବେ ଭାରତୀୟ ବିଜ୍ଞାନ ଶିକ୍ଷା ଗବେଷଣା ପ୍ରତିଷ୍ଠାନ(ଆଇଜର) କୋଲକାତାର ଜୈବବିଜ୍ଞାନ ପ୍ରାଧ୍ୟାପକ ଡ. ପୁଣ୍ୟଶ୍ଳୋକେ ଭାଦୁରୀ। ସେ ଜଣେ ସୁପରିଚିତ ଜଳବାୟୁ ଓ ପରିବେଶ ଗବେଷକ। ଭାଦୁରୀ ୨୦୧୦ରେ ଭାରତ ପକ୍ଷରୁ ଆୟୋଜିତ ଆର୍କଟିକ୍ ଏକ୍ସପେଡିଶନ୍ ଟିମ୍ର ନେତୃତ୍ୱ ନେଇଥିଲେ। ସେହିପରି କପ୍୨୬ରେ କ୍ଲାଇମେଟ୍ ରିଜିଲିଆନ୍ସ ଆଣ୍ଡ୍ କୋଷ୍ଟାଲ୍ ଆଡପ୍ଟେଶନ୍ ସମ୍ପର୍କିତ ବିତର୍କରେ ପ୍ୟାନେଲିଷ୍ଟ ଭାବେ ସାମିଲ ହୋଇଥିଲେ। ମୃତ୍ତିକା ଓ ପରିବେଶ ବିଜ୍ଞାନ କ୍ଷେତ୍ରରେ ଗବେଷଣା ପାଇଁ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ସମ୍ମାନଜନକ ଗୋଲ୍ଡେନ୍ ଫେଲୋଶିପ୍ ପୁରସ୍କାର ପ୍ରଦାନ କରାଯାଇଛି। ବୈଶ୍ୱିକ ଓ ଆଞ୍ଚଳିକ ଜଳବାୟୁ ଆହ୍ବାନ ଉପରେ ବିଶେଷଜ୍ଞ ଭାଦୁରୀଙ୍କ ୮୦ରୁ ଊର୍ଦ୍ଧ୍ୱ ଆର୍ଟିକିଲ୍ ବା ନିବନ୍ଧ ଅନ୍ତର୍ଜାତୀୟ ପତ୍ରପତ୍ରିକାରେ ପ୍ରକାଶ ପାଇସାରିଲାଣି।
ପୁଣ୍ୟଶ୍ଳୋକେ ଭାଦୁରୀ ବ୍ରିଟେନ୍ର ଏଡିନ୍ବର୍ଗରୁ ଏମ୍.ଏସ୍ସି. ଏବଂ ପ୍ଲାଏମାଉଥ୍ରୁ ପିଏଚ୍.ଡି. ହାସଲ କରିବା ପରେ ଆମେରିକାର ପ୍ରିନ୍ସଟନ୍ ୟୁନିଭର୍ସିଟିରେ ପୋଷ୍ଟ ଡକ୍ଟୋରାଲ କରିଥିଲେ। ୨୦୦୮ରେ ଡବ୍ଲ୍ୟୁଆଇଆଇ ଡେରାଡୁନରେ ଫାକଲ୍ଟି ଭାବେ ଯୋଗଦେବା ପରେ ସେ ୨୦୦୯ରେ ଆଇଜର କୋଲକାତାରେ ଅଧ୍ୟାପନା ଆରମ୍ଭ କରିଥିଲେ। ୨୦୧୮ରୁ ସେ ସେଠାରେ ବାୟୋଲୋଜିକାଲ ସାଇନ୍ସରେ ପ୍ରଧ୍ୟାପନା କରିଆସୁଛନ୍ତି।
ଡ. ଭାଦୁରୀ ଆଇଜରରେ ସେଣ୍ଟର ଫର୍ କ୍ଲାଇମେଟ୍ ଆଣ୍ଡ୍ ଏନ୍ଭାଇରନ୍ମେଣ୍ଟାଲ ଷ୍ଟଡିଜ୍ ପ୍ରତିଷ୍ଠା କରି ଭୂବିଜ୍ଞାନ ଓ ପରିବେଶ ବିଜ୍ଞାନ ସହ ସାମାଜିକ ପ୍ରାସଙ୍ଗିକତା ଉପରେ କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ଗବେଷଣା ଓ ଅବଦାନକୁ ନେଇ ୨୦୧୯ରେ ଭାରତ ସରକାର ଗୋଲ୍ଡେନ୍ ଫେଲୋଶିପ୍ ଆଓ୍ବାର୍ଡ ପ୍ରଦାନ କରିଥିଲେ। ଝାଉଁବଣ ଅବକ୍ଷୟ, ସମୁଦ୍ର ପତ୍ତନ ବୃଦ୍ଧି, ପରିବେଶଗତ ସମସ୍ୟାର ପ୍ରକୃତିଭିତ୍ତିକ ସମାଧାନ ଆଦି ପାଇଁ ମାଇକ୍ରୋବାଇଆଲ୍ ସିଷ୍ଟମ୍ରେ ରହିଥିବା ଜଟିଳତା ଦୂର କରିବାରେ ଭାଦୁରୀ ନିଜ ବିଚକ୍ଷଣତା ପ୍ରତିପାଦନ କରିପାରିଛନ୍ତି। ଭାଦୁରୀଙ୍କ ଏକ କାରିଗରି ଉଦ୍ଭାବନକୁ ନାଗାଲାଣ୍ଡ ସରକାର ସମେତ ଅନେକ ସରକାରୀ ସଂସ୍ଥା ଆପଣାଇ କଠିନ ବର୍ଜ୍ୟବସ୍ତୁ ପରିଚାଳନା କରୁଛନ୍ତି।
ଭାଦୁରୀ ଆକ୍ସେସ୍ ମାଇକ୍ରୋବାୟୋଲୋଜି (ବ୍ରିଟେନ୍ର ମାଇକ୍ରୋବାୟୋଲୋଜି ସୋସାଇଟି)ର ଏଡିଟର ମେଣ୍ଟର, ଜିଓସାଇନ୍ସ ଲେଟର୍ସ (ସ୍ପ୍ରିଙ୍ଗର) ସମ୍ପାଦକ, ଇକୋଲୋଜିକାଲ ସଲ୍ୟୁଶନ୍ସ ଆଣ୍ଡ୍ ଏଭିଡେନ୍ସ (ଜନ୍ ଓ୍ବିଲେ ଆଣ୍ଡ ବ୍ରିଟିଶ୍ ଇକୋଲୋଜିକାଲ ସୋସାଇଟି)ର ସହକାରୀ ସମ୍ପାଦକ ରହିବା ସହିତ ଅନେକ ଅନ୍ତର୍ଜାତୀୟ ପତ୍ରପତ୍ରିକା ସହ ଜଡ଼ିତ।
ଭାଦୁରୀ ନିଜ ଗବେଷଣା ରୁଚି ସମ୍ପର୍କରେ କୁହନ୍ତି, ବାୟୋଲୋଜିକାଲ୍ ସାଇକ୍ଲିଂ ସମେତ ପ୍ରମୁଖ ଇକୋସିଷ୍ଟମ୍ ପ୍ରକ୍ରିୟାରେ ସେଗୁଡ଼ିକର ଭୂମିକାକୁ ବୁଝିବା ପାଇଁ ଆମେ ମଧୁର ଜଳଠାରୁ ମହାସାଗର ପର୍ଯ୍ୟନ୍ତ ଜୈବିକ ଜଟିଳତା ଓ ଅନ୍ତର୍ନିହିତ କାର୍ଯ୍ୟକଳାପକୁ ଅଧ୍ୟୟନ କରିଥାଉ। ସେ ସ୍ବଳ୍ପ ମୂଲ୍ୟରେ ଉପଲବ୍ଧ ହୋଇପାରୁଥିବା ସ୍ଥାୟୀ ବୈଷୟିକ ଉପକରଣ ଉଦ୍ଭାବନ କରିଛନ୍ତି, ଯାହାକୁ କଠିନ ବର୍ଜ୍ୟବସ୍ତୁ ଓ ବର୍ଜ୍ୟଜଳର ପ୍ରଭାବଶାଳୀ ପରିଚାଳନାରେ ଉପଯୋଗ କରାଯାଇପାରିବ। ଏହାବାଦ୍ ମାଇକ୍ରୋବାୟୋମ୍ କନ୍ସର୍ଟିୟମ୍ ଆଧାରିତ କେତେକ ସୂତ୍ର ସେ ବାହାର କରିଛନ୍ତି, ଯାହାକି ବିଭିନ୍ନ ଇକୋସିଷ୍ଟମ୍ର ପୁନରୁଦ୍ଧାର ଦିଗରେ ବ୍ୟବହାର କରାଯାଇପାରିବ। ସେଗୁଡ଼ିକ ମଧ୍ୟରୁ ଅନେକକୁ ଷ୍ଟାର୍ଟଅପ୍ ଆଧାରରେ ସୃଷ୍ଟିକରି ବହୁ ବ୍ୟବସାୟିକ ସଫଳତା ପାଇଛନ୍ତି। ପରିବେଶ ସହିତ ମାଇକ୍ରୋବିଆଲ୍ ସଂଯୋଗ ପ୍ରକ୍ରିୟାରୁ ମିଳିଥିବା ତଥ୍ୟ ସେମାନଙ୍କୁ ଗବେଷଣା ପାଇଁ ବହୁମାତ୍ରାରେ ସହାୟକ ହୋଇଛି ବୋଲି ଭାଦୁରୀ କହିଛନ୍ତି।
The post ଜଳବାୟୁ ବିଜ୍ଞାନୀ, ପରିବେଶ ଗବେଷକ appeared first on Dharitri Odia News.