Uttam Mohanty : ଚିତ୍ରକଳାରେ ଉତ୍ତମ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମନୋଜ
କଟକ,୨୮ା୨(ଶିଳ୍ପା ପ୍ରିୟଦର୍ଶିନୀ)- ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କର ଗୁରୁବାର ବିଳମ୍ବିତ ରାତିରେ ପରଲୋକେ ହୋଇଯାଇଛି। ଭୁବନେଶ୍ୱର ସତ୍ୟନଗରସ୍ଥିତ ଶ୍ମଶାନରେ ଶୁକ୍ରବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ଉତ୍ତମଙ୍କୁ ଚିତ୍ରକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କଟକ ସିଡ଼ିଏ ସେକ୍ଟର-୬ ଅଞ୍ଚଳର ମନୋଜ କୁମାର ସାହୁ। ସେ ଏକ ପୁରୁଣା ରେଡ଼ିଓ ଉପରେ ଉତ୍ତମଙ୍କ ଚିତ୍ର ଆଙ୍କିଛନ୍ତି। ଏହି ଚିତ୍ର ଆଙ୍କିବା ପାଇଁ ତାଙ୍କୁ ପ୍ରାୟ ୧ ଘଣ୍ଟା ସମୟ ଲାଗିଥିବାବେଳେ ଏଥିରେ ସେ […] The post Uttam Mohanty : ଚିତ୍ରକଳାରେ ଉତ୍ତମ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମନୋଜ appeared first on Dharitri Odia News.
କଟକ,୨୮ା୨(ଶିଳ୍ପା ପ୍ରିୟଦର୍ଶିନୀ)- ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କର ଗୁରୁବାର ବିଳମ୍ବିତ ରାତିରେ ପରଲୋକେ ହୋଇଯାଇଛି। ଭୁବନେଶ୍ୱର ସତ୍ୟନଗରସ୍ଥିତ ଶ୍ମଶାନରେ ଶୁକ୍ରବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ଉତ୍ତମଙ୍କୁ ଚିତ୍ରକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କଟକ ସିଡ଼ିଏ ସେକ୍ଟର-୬ ଅଞ୍ଚଳର ମନୋଜ କୁମାର ସାହୁ। ସେ ଏକ ପୁରୁଣା ରେଡ଼ିଓ ଉପରେ ଉତ୍ତମଙ୍କ ଚିତ୍ର ଆଙ୍କିଛନ୍ତି। ଏହି ଚିତ୍ର ଆଙ୍କିବା ପାଇଁ ତାଙ୍କୁ ପ୍ରାୟ ୧ ଘଣ୍ଟା ସମୟ ଲାଗିଥିବାବେଳେ ଏଥିରେ ସେ ଧଳା ଓ କଳା ରଙ୍ଗ ଦେଇଛନ୍ତି। ଏନେଇ ସେ କହିଛନ୍ତି, ଉତ୍ତମଙ୍କ ପରଲୋକରେ ସିନେ ଜଗତରେ ଅପୂରଣୀୟ କ୍ଷତି ହୋଇଛି। ତାଙ୍କ ସ୍ଥାନ କେହି ପୁରଣ କରିପାରିବେ ନାହିଁ। ଓଡ଼ିଆ ସିନେମା କହିଲେ ଉତ୍ତମ ମହାନ୍ତିଙ୍କୁ ବୁଝାଇଥାଏ। ତାଙ୍କର ସ୍ମୃତିକୁ ମନେ ପକାଇ ଏହି ଚିତ୍ର ଆଙ୍କିଛି।
The post Uttam Mohanty : ଚିତ୍ରକଳାରେ ଉତ୍ତମ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମନୋଜ appeared first on Dharitri Odia News.