Uttam Mohnaty: ୪ଥର ‘ଶ୍ରେଷ୍ଠ ଅଭିନେତା’ ପୁରସ୍କାର

ଭୁବନେଶ୍ୱର,୨୮ା୨: ଉତ୍ତମ ମହାନ୍ତିଙ୍କ ନିଖୁଣ ଅଭିନୟ ପାଇଁ ସେ ୪ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। ‘ଫୁଲ ଚନ୍ଦନ’ ଚଳଚ୍ଚିତ୍ର ପାଇଁ ୧୯୮୨ରେ ତାଙ୍କୁ ପ୍ରଥମଥର ଲାଗି ତାଙ୍କୁ ମିଳିଥିଲା ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏହାପରେ ‘ଝିଅଟି ସୀତା ପରି’,‘ଦଣ୍ଡାବାଳୁଙ୍ଗା’, ‘ସୁନା ଚଢ଼େଇ’ ଲାଗି ଶ୍ରେଷ୍ଠ ଅଭିନେତା ଏବଂ ୧୯୯୧ରେ ‘ତୋ ବିନୁ ଅନ୍ୟଗତି ନାହିଁ’ ଚଳଚ୍ଚିତ୍ରରେ ଶ୍ରେଷ୍ଠ ସହ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। ସେହିପରି […] The post Uttam Mohnaty: ୪ଥର ‘ଶ୍ରେଷ୍ଠ ଅଭିନେତା’ ପୁରସ୍କାର appeared first on Dharitri Odia News.

Uttam Mohnaty: ୪ଥର ‘ଶ୍ରେଷ୍ଠ ଅଭିନେତା’ ପୁରସ୍କାର

ଭୁବନେଶ୍ୱର,୨୮ା୨: ଉତ୍ତମ ମହାନ୍ତିଙ୍କ ନିଖୁଣ ଅଭିନୟ ପାଇଁ ସେ ୪ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। ‘ଫୁଲ ଚନ୍ଦନ’ ଚଳଚ୍ଚିତ୍ର ପାଇଁ ୧୯୮୨ରେ ତାଙ୍କୁ ପ୍ରଥମଥର ଲାଗି ତାଙ୍କୁ ମିଳିଥିଲା ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏହାପରେ ‘ଝିଅଟି ସୀତା ପରି’,‘ଦଣ୍ଡାବାଳୁଙ୍ଗା’, ‘ସୁନା ଚଢ଼େଇ’ ଲାଗି ଶ୍ରେଷ୍ଠ ଅଭିନେତା ଏବଂ ୧୯୯୧ରେ ‘ତୋ ବିନୁ ଅନ୍ୟଗତି ନାହିଁ’ ଚଳଚ୍ଚିତ୍ରରେ ଶ୍ରେଷ୍ଠ ସହ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। ସେହିପରି ୨୦୦୮ରେ ‘ଫିଟ୍‌ଫାଟ୍‌ ବାଇସ୍କୋପ ପୁରସ୍କାର’, ୨୦୧୨ରେ ‘ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର’, ୨୦୦୬ରେ ‘ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର’ ଏବଂ ୧୯୯୯ରେ ତାଙ୍କୁ ମିଳିଥିଲା‘ଜୟଦେବ ପୁରସ୍କାର’। ଏଥିସହିତ ଚିତ୍ରପୁରୀ ପୁରସ୍କାରରେ ମଧ୍ୟ ତାଙ୍କୁ ମିଳିଥିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର।

The post Uttam Mohnaty: ୪ଥର ‘ଶ୍ରେଷ୍ଠ ଅଭିନେତା’ ପୁରସ୍କାର appeared first on Dharitri Odia News.