Uttarakhand Bus Accident: ଭୟଙ୍କର ଦୁର୍ଘଟଣା; ୨୦୦ ଫୁଟ୍ ଖାଇକୁ ଖସିଲା ବସ୍, ଗଲାଣି ୩୬ ଜୀବନ...
୨୦୦ ଫୁଟ୍ ଖାଇକୁ ଖସିଲା ବସ୍ । ଚାଲିଗଲା ୩୬ରୁ ଅଧିକ ଲୋକଙ୍କ ଜୀବନ, ଅନେକ ଆହତ । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଇଛି । ଉତ୍ତରାଖଣ୍ଡର ଅଲ୍ମୋଡାର ମାର୍ଚୁଲାରେ ଘଟିଛି ଏଭଳି ମର୍ମନ୍ତୁଦ ଘଟଣା।
ଭୟଙ୍କର ଦୁର୍ଘଟଣା । ଛାତିଥରା ଦୃଶ୍ୟ । ୨୦୦ ଫୁଟ୍ ଖାଇକୁ ଖସିଲା ବସ୍ । ଚାଲିଗଲା ୩୬ରୁ ଅଧିକ ଲୋକଙ୍କ ଜୀବନ, ଅନେକ ଆହତ । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଇଛି । ଉତ୍ତରାଖଣ୍ଡର ଅଲ୍ମୋଡାର ମାର୍ଚୁଲାରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ଘଟଣା। ଏଭଳି ଭୟଙ୍କର ଦୁର୍ଘଟଣା ସକାଳ ୯ଟାରେ ଘଟିଛି ବୋଲି କୁହାଯାଉଛି ।
ଅଧିକ ପଢ଼ନ୍ତୁ: Accident: କୁହୁଡ଼ି ଯୋଗୁଁ ଦେଖି ପାରିଲେନି ଡ୍ରାଇଭର, ଟ୍ରେଲରକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍
ସୂଚନା ଅନୁସାରେ, ସୋମବାର ଗୌରାଖାଲରୁ ଏକ ବସ୍ ରାମନଗରରୁ ବାହାରିଥିଲା । ଏହି ବସ୍ରେ ୩୫ରୁ ୪୦ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଇଛି । ତେବେ ସଲ୍ଟ କୁପି ନିକଟରେ ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇଥିଲେ। ଏହା ପରେ ଏହା ଦେଖୁ ଦେଖୁ ଖାଇକୁ ଖସି ପଡ଼ିଥିଲା ବସ୍ । ତେବେ ଦୁର୍ଘଟଣା ସମୟରେ କିଛି ଯାତ୍ରୀ ବସ୍ରୁ ବାହାରକୁ ଡେଇଁ ପଡି ଆହତ ହୋଇଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
#ଖାଇକୁ_ଖସିଲା_ବସ୍: ୧୫ ମୃତ
ଉତ୍ତରାଖଣ୍ଡର ଅଲମୋରା କୁପିରେ ଖାଇକୁ ଖସିଲା ବସ୍ । ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।ଦେଖନ୍ତୁ ଏହି ଭିଡିଓ....#Uttarakhand #Accident #OTV pic.twitter.com/FwO0Jfgsds — ଓଟିଭି (@otvkhabar) November 4, 2024
ସେପଟେ ସୂଚନା ମିଳିବା ପରେ ଏସ୍ଡିଆର୍ଏଫ୍ର ୩ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ରଖାଯାଇଛି।
ଏହି ଘଟଣାରେ ଉତ୍ତାରଖଣ୍ତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦୁଃଖ ପ୍ରକାଶ କରିଛନ୍ତି । ଆଲମୋରା ଜିଲ୍ଲାର ମାର୍ଚୁଲାରେ ଘଟିଥିବା ଦୁର୍ଭାଗ୍ୟଜନକ ବସ୍ ଦୁର୍ଘଟଣାରେ ଯାତ୍ରୀଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ଖବର । ଶୀଘ୍ର ଉଦ୍ଧାର କାର୍ଯ୍ୟ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ‘ଏକ୍ସ’ରେ ଲେଖିଛନ୍ତି ।
जनपद अल्मोड़ा के मार्चुला में हुई दुर्भाग्यपूर्ण बस दुर्घटना में यात्रियों के हताहत होने का अत्यंत दुःखद समाचार प्राप्त हुआ। जिला प्रशासन को तेजी के साथ राहत एवं बचाव अभियान चलाने के निर्देश दिए हैं।
घटनास्थल पर स्थानीय प्रशासन एवं SDRF की टीमें घायलों को निकालकर उपचार के लिए… — Pushkar Singh Dhami (@pushkardhami) November 4, 2024
ଅଧିକ ପଢ଼ନ୍ତୁ: Mo Bus Accident: ରାସ୍ତାରେ ବୋଲ ମାନୁନି ମୋ ବସ୍ ! ପୁଣି ଘଟାଇଲା ଦୁର୍ଘଟଣା, ଯୁବତୀ ଗୁରୁତର