ହିମାଂଶୁଙ୍କୁ ଆକ୍ରମଣ: ଯାଜପୁରରେ ଭୟଙ୍କର ସ୍ଥିତି

ଯାଜପୁର,୨୧।୧୧: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ। ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ହିମାଂଶୁ। ଯାଜପୁର ବୁଢ଼ାପୋଲ ନିକଟରେ ଏହି ଆକ୍ରମଣ ହୋଇଥିବା କୁହାଯାଉଛି। ଘଟଣା ସମ୍ପର୍କରେ ହିମାଂଶୁ ପୋଲିସ ଆଗରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ବୁଧବାର ଡିଡିଏମଙ୍କ ସହିତ ଥିବା ବୈଠକରେ ଯୋଗଦେବାକୁ ଅଫିସକୁ ଯାଉଥିଲି। ଏତିକିବେଳେ ରାସ୍ତାରେ କିଛି ଲୋକ ରାସ୍ତାରୋକ କରିଥିଲେ। ରାସ୍ତା ବନ୍ଦ ଥିବାରୁ ମୋ ଗାଡ଼ି ସେଠାରେ […] The post ହିମାଂଶୁଙ୍କୁ ଆକ୍ରମଣ: ଯାଜପୁରରେ ଭୟଙ୍କର ସ୍ଥିତି appeared first on Dharitri Odia News.

ହିମାଂଶୁଙ୍କୁ ଆକ୍ରମଣ: ଯାଜପୁରରେ ଭୟଙ୍କର ସ୍ଥିତି

ଯାଜପୁର,୨୧।୧୧: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ। ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ହିମାଂଶୁ। ଯାଜପୁର ବୁଢ଼ାପୋଲ ନିକଟରେ ଏହି ଆକ୍ରମଣ ହୋଇଥିବା କୁହାଯାଉଛି। ଘଟଣା ସମ୍ପର୍କରେ ହିମାଂଶୁ ପୋଲିସ ଆଗରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ବୁଧବାର ଡିଡିଏମଙ୍କ ସହିତ ଥିବା ବୈଠକରେ ଯୋଗଦେବାକୁ ଅଫିସକୁ ଯାଉଥିଲି। ଏତିକିବେଳେ ରାସ୍ତାରେ କିଛି ଲୋକ ରାସ୍ତାରୋକ କରିଥିଲେ। ରାସ୍ତା ବନ୍ଦ ଥିବାରୁ ମୋ ଗାଡ଼ି ସେଠାରେ ଅଟକି ଥିଲା, ଏତିକି ବେଳେ କିଛି ଲୋକ ମୋ ଆଡ଼କୁ ମାଡ଼ି ଆସିଥିଲେ। ସେମାନଙ୍କ ନିକଟରେ ରଡ, ଠେଙ୍ଗା ଥିଲା।

ତେବେ ହିମାଶୁଂଙ୍କୁ ଆକ୍ରମଣ ଘଟଣାରେ ଯାଜପୁରରେ ବିବାଦ ତେଜିବାରେ ଲାଗିଛି। ଗୁରୁବାର ବିରଜା ହାଟ ପୁନଃଅବସ୍ଥାନକୁ ଗୋଟିଏ ଗୋଷ୍ଠୀ ବିରୋଧ କରିଛି। କହିରଖୁଛୁ କି, ବିରଜା ହାଟ ପୁନଃଅବସ୍ଥାନ ପାଇଁ ଅନୁମତି ଦେଇଥିଲା ପ୍ରଶାସନ। ପ୍ରଶାସନର ଅନୁମତି ପରେ ବ୍ୟବସାୟୀମାନେ ହାଟରେ ପହଞ୍ଚିଥିଲେ। ହେଲେ ଅନ୍ୟ ଏକ ଗୋଷ୍ଠୀ ଯାଜପୁର-ସିଂହପୁର ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ। ବିବାଦୀୟ ସ୍ଥିତି ଦେଖାଯିବା ପରେ ଗୋଟିଏ ପ୍ଲାଟୁନ ପୋଲିସ ମୁତୟନ ହୋଇଛି।

ଘଟଣାସ୍ଥଳରେ ହାଟ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଛନ୍ତି। ଏହାକୁ ଦେଖି ବିରଜା ହାଟକୁ ସାମୟିକ ଭାବେ ବନ୍ଦ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ସାମୟିକ ଭାବେ ବନ୍ଦ ଘୋଷଣା ନିର୍ଦ୍ଦେଶ ଦେଇଛନ୍ତି ଉପଜିଲାପାଳ।

 

The post ହିମାଂଶୁଙ୍କୁ ଆକ୍ରମଣ: ଯାଜପୁରରେ ଭୟଙ୍କର ସ୍ଥିତି appeared first on Dharitri Odia News.