ୟୁପିରେ ଲଜ୍ଜା: କଲେଜ ଛାତ୍ରୀଙ୍କୁ ୭ ଦିନ ଧରି ଗଣବଳାତ୍କାର
ବାରାଣସୀ,୮ା୪: ଉତ୍ତରପ୍ରଦେଶ ବାରାଣସୀରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ୨୩ଜଣ ଯୁବକ ୭ଦିନ ଧରି ଗଣବଳାତ୍କାର କରିଛନ୍ତି। ପୀଡ଼ିତା ଛାତ୍ରୀ ଗତ ୪ତାରିଖରେ ଘରକୁ ଫେରି ମା’ଙ୍କ ନିକଟରେ ସମସ୍ତ କଥା କହିବା ପରେ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିବା ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ପୀଡ଼ିତାଙ୍କ ସୋସିଆଲ ମିଡିଆରେ ସୃଷ୍ଟି ହୋଇଥିବା କେତେଜଣ ବନ୍ଧୁ ହୋଇଥିବା ବେଳେ ଅନ୍ୟମାନେ ତାଙ୍କର […] The post ୟୁପିରେ ଲଜ୍ଜା: କଲେଜ ଛାତ୍ରୀଙ୍କୁ ୭ ଦିନ ଧରି ଗଣବଳାତ୍କାର appeared first on Dharitri Odia News.
ବାରାଣସୀ,୮ା୪: ଉତ୍ତରପ୍ରଦେଶ ବାରାଣସୀରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ୨୩ଜଣ ଯୁବକ ୭ଦିନ ଧରି ଗଣବଳାତ୍କାର କରିଛନ୍ତି। ପୀଡ଼ିତା ଛାତ୍ରୀ ଗତ ୪ତାରିଖରେ ଘରକୁ ଫେରି ମା’ଙ୍କ ନିକଟରେ ସମସ୍ତ କଥା କହିବା ପରେ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିବା ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ପୀଡ଼ିତାଙ୍କ ସୋସିଆଲ ମିଡିଆରେ ସୃଷ୍ଟି ହୋଇଥିବା କେତେଜଣ ବନ୍ଧୁ ହୋଇଥିବା ବେଳେ ଅନ୍ୟମାନେ ତାଙ୍କର ପୁରୁଣା ସହପାଠୀ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ପୋଲିସ କହିଛି।
ପୋଲିସ ସୂଚନା ଅନୁସାରେ, ପୀଡ଼ିତା ଛାତ୍ରୀ ଜଣକ ଦ୍ୱାଦଶ ଶ୍ରେଣୀରେ ପଢ଼ନ୍ତି। ଗତ ୨୯ତାରିଖରେ ସେ ପାଣ୍ଡେୟପୁରସ୍ଥିତ ଘରୁ ଜଣେ ସାଙ୍ଗଙ୍କ ଘରକୁ ଯାଇଥିଲେ। ଫେରିବାବେଳେ ପୀଡ଼ିତାଙ୍କ ଜଣେ ବନ୍ଧୁ ତାଙ୍କୁ ପ୍ରଥମେ ପିଶାଚମୋଚନ ଅଞ୍ଚଳରେ ଥିବା ଏକ ହୁକା ବାର୍କୁ ନେଇଥିଲେ। ସେଠାରେ ତାଙ୍କୁ ନିଶାଯୁକ୍ତ ଥଣ୍ଡାପାନୀୟ ଦେଇଥିଲେ। ପରେ ତାଙ୍କୁ ଏକ କାଫେକୁ ନେଇ ସାରା ରାତି ବଳାତ୍କାର କରିଥିଲେ। ମାର୍ଚ୍ଚ ୩୦ରେ ପୀଡ଼ିତାଙ୍କୁ ଅଭିଯୁକ୍ତ ଏବଂ ଅନ୍ୟ ଜଣେ ସାଙ୍ଗ ଏକ ମୋଟର ସାଇକେଲରେ ହାଇଓ୍ବେ ଆଡକୁ ନେଇ ସେଠାରେ ବଳାତ୍କାର କରିଥିଲେ। ପରେ ତାଙ୍କୁ ନାଦେସାରରେ ଛାଡ଼ିଦେଇଥିଲେ। ମାର୍ଚ୍ଚ ୩୧ରେ ପୀଡ଼ିତାଙ୍କୁ ୫ଜଣ ଯୁବକ ମାଲଦାହିୟାର ଏକ ହୋଟେଲକୁ ନେଇ ସେଠାରେ ଗଣବଳାତ୍କାର କରିଥିଲେ। ଏପରି କି ଏପ୍ରିଲ ୧ତାରିଖରେ ତାଙ୍କୁ ଅନ୍ୟ ହୋଟେଲକୁ ନେଇ ୨ଜଣ ବଳାତ୍କାର କରିଥିଲେ। ଜଣେ ଗ୍ରାହକଙ୍କୁ ମାସେଜ୍ କରିବା ପାଇଁ ପୀଡ଼ିତାଙ୍କୁ ବାଧ୍ୟ ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି।
ଏହାପରେ ୩ଜଣ ତାଙ୍କୁ ଔରଙ୍ଗାବାଦର ଏକ ଓୟାର ହାଉସକୁ ନେଇ ପୁନର୍ବାର ବଳାତ୍କାର କରିଥିଲେ। ଏପରି ଭାବେ ୭ଦିନ ମଧ୍ୟରେ ତାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଏକାଧିକ ଥର ବଳାତ୍କାର କରାଯାଇଥିଲା। ଏପ୍ରିଲ ୪ତାରିଖରେ ପୀଡ଼ିତାଙ୍କୁ ଅଭିଯୁକ୍ତମାନେ ଜଣେ ସାଙ୍ଗଙ୍କ ଘରକୁ ନେଇ ନିଶାସକ୍ତ ଅବସ୍ଥାରେ ବଳାତ୍କାର କରିବା ପରେ ଶୋଇପଡ଼ିଥିଲେ। ଏହାର ସୁଯୋଗ ନେଇ ପୀଡ଼ିତା ସେମାନଙ୍କ କବଳରୁ ଘରୁ ପଳାଇ ଆସିବାରେ ସକ୍ଷମ ହୋଇଥିଲେ। ପୀଡ଼ିତାଙ୍କ ମା’ କରିଥିବା ଅଭିଯୋଗ ଅନୁସାରେ ସୋମବାର ଏକ ମାମଲା ରୁଜୁହୋଇଛି। ଅଭିଯୁକ୍ତ ରାଜ ବିଶ୍ୱକର୍ମା, ସମୀର, ଆୟୁଷ, ସୋହେଲ, ଡାନିଶ, ଅନ୍ମୋଲ, ସାଜିଦ୍, ଜାହିର, ଇମ୍ରାନ, ଜାଇବ୍, ଅମନ, ରାଜ ଖାନ୍ ଏବଂ ଅନ୍ୟ ୧୧ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ବରୁନ ଜୋନ୍ର ଡିସିପି ସୂଚନା ଦେଇଛନ୍ତି।
The post ୟୁପିରେ ଲଜ୍ଜା: କଲେଜ ଛାତ୍ରୀଙ୍କୁ ୭ ଦିନ ଧରି ଗଣବଳାତ୍କାର appeared first on Dharitri Odia News.