Varanasi Station Fire: ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ; ଚାହୁଁଚାହୁଁ ପାର୍କିଂରେ ବ୍ୟାପିଗଲା ନିଆଁ, ୨୦୦ ଗାଡ଼ି ପୋଡ଼ି ପାଉଁଶ
ବାରାଣାସୀର କ୍ୟାଣ୍ଟ ରେଳ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ପ୍ରାୟ ୨୦୦ରୁ ଅଧିକ ମୋଟରସାଇକେଲ ପୋଡି ପାଉଁଶ ହୋଇଯାଇଛି। ରେଳ କର୍ମଚାରୀଙ୍କ ଗାଡି ପାର୍କିଂ ସ୍ଥାନରେ ଏହି ଅଗ୍ନିକାଣ୍ଡ ଘଟିଛି।
ବାରାଣାସୀର କ୍ୟାଣ୍ଟ ରେଳ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ପ୍ରାୟ ୨୦୦ରୁ ଅଧିକ ମୋଟରସାଇକେଲ ପୋଡି ପାଉଁଶ ହୋଇଯାଇଛି। ରେଳ କର୍ମଚାରୀଙ୍କ ଗାଡି ପାର୍କିଂ ସ୍ଥାନରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବାହିନୀ ଏବଂ GRP-RPF ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଯାହାଫଳରେ ଏକ ବଡ଼ ଅଘଟଣକୁ ଏଡାଇ ଦିଆଯାଇ ପାରିଛି।
କୁହାଯାଉଛି ଯେ ରେଳ ଷ୍ଟେସନରେ ପାର୍କିଂ ହୋଇଥିବା ପ୍ରାୟ ୨୦୦ରୁ ଅଧିକ ମୋଟରସାଇକେଲ ନିଆଁରେ ପୋଡି ପାଉଁଶ ହୋଇଯାଇଛି। ବାରାଣାସୀର କ୍ୟାଣ୍ଟ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର -୧ GRP ପଛରେ ଥିବା ରେଳବାଇର ମୋଟରସାଇକେଲ ଷ୍ଟାଣ୍ଡରେ ହଠାତ ନିଆଁ ଲାଗିଯାଇଥିଲା। ରେଳ କର୍ମଚାରୀମାନେ ସେମାନଙ୍କ ଗାଡି ପାର୍କିଂ କରି ଯାଇଥିବା ବେଳେ ସବୁ ଗାଡି ପୋଡି ଯାଇଛି।
ଦେଖୁ ଦେଖୁ ନିଆଁ ବ୍ୟାପିଯାଇଥିଲା। ରେଲୱେ ପୋଲିସ ଟିମ୍ ଓ ଅନ୍ୟ କିଛି ଲୋକ ମିଶି ଅନେକ ଗାଡି ବାହାରକୁ ନେଇ ଆସିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ରାତି ପ୍ରାୟ ସାଢେ ୧୦ଟା ବେଳେ ସର୍ଟ ସର୍କିଟ ଘଟିଥିଲା। ଏହାପରେ ବିଦ୍ୟୁତ କର୍ମଚାରୀମାନେ ମରାମତି କରିବାକୁ ଆସିଥିଲେ। କିଛି ଘଣ୍ଟା ପରେ ପୁଣିଥରେ ସର୍ଟ ସର୍କିଟ ଘଟିଥିଲା । ଏହି କାରଣରୁ, ସ୍ପାର୍କ ପେଟ୍ରୋଲ ଭର୍ତ୍ତି ମୋଟର ସାଇକେଲରେ ପହଞ୍ଚି ନିଆଁ ଲାଗିଯାଇଥିଲା।
#ଜଳିଗଲା_୨୦୦ରୁ_ଅଧିକ_ଗାଡ଼ି
ବାରାଣାସୀର କ୍ୟାଣ୍ଟ ରେଳ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ପ୍ରାୟ ୨୦୦ରୁ ଅଧିକ ଗାଡି ପୋଡି ପାଉଁଶ ହୋଇଯାଇଛି। #FireBrokeout #Varanasi #RailwayStation #BikeGutted #OTV pic.twitter.com/E67cAljr0h — ଓଟିଭି (@otvkhabar) November 30, 2024
ଯଦି ଷ୍ଟେସନରେ ରେଳବାଇର ନିଜସ୍ୱ ଅଗ୍ନିଶମ ବିଭାଗ ରହିଥାନ୍ତା, ତେବେ ଏହି ଘଟଣା ହୋଇନଥାନ୍ତା ଏବଂ ବିଦ୍ୟୁତ୍ ବିଭାଗର ତ୍ରୁଟି ଥିବା ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ, ସର୍ଟ ସର୍କିଟ ଯୋଗୁଁ ପ୍ରାୟ ୨୦୦ ମୋଟରସାଇକେଲ ପୋଡି ଯାଇଥିବା GRP କ୍ଷେତ୍ର ଅଧିକାରୀ କୁନୱର ପ୍ରତାପ ସିଂ କହିଛନ୍ତି। କୌଣସି ଜୀବନ ହାନି ହୋଇନଥିବା ଜଣାପଡିଛି। ତେବେ ଏହି ଘଟଣାର ଅଧିକ ତଦନ୍ତ କରାଯାଉଛି।