Video: ପ୍ରଥମେ ‘ପୁଷ୍ପା’ ପରେ ‘ବାହୁବଳୀ’ ଷ୍ଟାଇଲ୍ ଦେଖାଇଲେ ନୀତୀଶ, ସେଲିବ୍ରେସନରେ ହୁଲସ୍ତୁଲ ହେଲା ମେଲବର୍ଣ୍ଣ ପଡ଼ିଆ
ନୂଆଦିଲ୍ଲୀ: ନୀତୀଶ କୁମାର ରେଡ୍ଡୀ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ୮୩ ହଜାର ଦର୍ଶକଙ୍କ ସାମ୍ନାରେ ହଇଚଇ ସୃଷ୍ଟି କରିଥିଲେ। ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ରେ ସେ ଚମତ୍କାର ଶତକ ହାସଲ କରିଥିଲେ। ଶନିବାର (ଡିସେମ୍ବର ୨୮) ମ୍ୟାଚ୍ ର ତୃତୀୟ ଦିନରେ ନୀତୀଶ ଭାରତର ପ୍ରଥମ ଇନିଂସରେ ଅପରାଜିତ ୧୦୫ ରନ୍ କରିଥିଲେ। ପ୍ରଥମ ଇନିଂସରେ ଭାରତର ସ୍କୋର ୯ ୱିକେଟ୍ ହରାଇ ୩୫୮ ଓ ଟିମ୍ ଇଣ୍ଡିଆ ୧୧୬ ରନ୍ […]

ନୂଆଦିଲ୍ଲୀ: ନୀତୀଶ କୁମାର ରେଡ୍ଡୀ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ୮୩ ହଜାର ଦର୍ଶକଙ୍କ ସାମ୍ନାରେ ହଇଚଇ ସୃଷ୍ଟି କରିଥିଲେ। ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ରେ ସେ ଚମତ୍କାର ଶତକ ହାସଲ କରିଥିଲେ।
ଶନିବାର (ଡିସେମ୍ବର ୨୮) ମ୍ୟାଚ୍ ର ତୃତୀୟ ଦିନରେ ନୀତୀଶ ଭାରତର ପ୍ରଥମ ଇନିଂସରେ ଅପରାଜିତ ୧୦୫ ରନ୍ କରିଥିଲେ। ପ୍ରଥମ ଇନିଂସରେ ଭାରତର ସ୍କୋର ୯ ୱିକେଟ୍ ହରାଇ ୩୫୮ ଓ ଟିମ୍ ଇଣ୍ଡିଆ ୧୧୬ ରନ୍ ପଛରେ ରହିଛି।
ଏହା ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୭୪ ରନ୍ କରିଥିଲା। ନୀତୀଶ ଏହି ମ୍ୟାଚ୍ ସମୟରେ ପୁରା ବାଜି ପଲଟାଇଦେଇଥିଲେ। କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିବା ପରେ ସେ ପୁଷ୍ପା ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ଭଳି ଭଙ୍ଗୀ ଦେଖାଇଥିଲେ।
ଫିଲ୍ମରେ ଯେପରି ଅଲ୍ଲୁ ଅର୍ଜୁନ ବେକ ତଳକୁ ହାତ ନେଉଛନ୍ତି, ନୀତୀଶ ସେମିତି ବେକ ତଳକୁ ବ୍ୟାଟ୍ ନେଉଛନ୍ତି। ସେ ଏତିକିରେ ଅଟକି ନଥିଲେ। ନୀତୀଶ ପ୍ରଥମ ଅର୍ଦ୍ଧଶତକକୁ ପ୍ରଥମ ଶତକରେ ପରିଣତ କରିଥିଲେ। ଏହାପରେ ପଡ଼ିଆରେ ତାଙ୍କ ନାଁ କମ୍ପି ଉଠିଥିଲା।
Absolute cinema!
![]()
As #NitishKumarReddy brought up his maiden Test century in the #BoxingDayTest, relive the nail-biting drama that unfolded leading up to his milestone moment!#AUSvINDOnStar
4th Test, Day 4, SUN, 29th DEC, 4:30 AM pic.twitter.com/N0YMj54MYU
— Star Sports (@StarSportsIndia) December 28, 2024
ଶତକ ହାସଲ କରିବା ବେଳେ ନୀତୀଶ ଗୋଟିଏ ହାତରେ ବ୍ୟାଟ୍ ପଡ଼ିଆରେ ଠିଆ ହୋଇଥିଲେ। ଏହାପରେ ସେ ହେଲମେଟକୁ ବ୍ୟାଟ୍ ଉପରେ ରଖିଥିଲେ। ‘ବାହୁବଳୀ’ ସିନେମାରେ ଅଭିନେତା ପ୍ରଭାସଙ୍କ ଭଳି ସେଲିବ୍ରେଟ ହୋଇଥିଲା।
ନୀତୀଶଙ୍କ ଏହି ଦୁଇଟି ଷ୍ଟାଇଲ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଲୋକମାନେ ଏହାର ଭିଡିଓକୁ ଲଗାତାର ସେୟାର କରୁଛନ୍ତି ।
“???????????????? ???????????????????????????? ????????????????!”
![]()
The shot, the celebration – everything was perfect as #NitishKumarReddy completed his maiden Test fifty!
#AUSvINDOnStar
4th Test, Day 3 | LIVE NOW! | #ToughestRivalry #BorderGavaskarTrophy pic.twitter.com/hupun4pq2N
— Star Sports (@StarSportsIndia) December 28, 2024

4th Test, Day 4, SUN, 29th DEC, 4:30 AM
