ଶାନ୍ତି ନୋବେଲ ପାଇଁ ନାମିତ ହୋଇଛି ଇମ୍ରାନ ଖାନଙ୍କ ନାମ, ସୁପାରିସ କରିଛି PWA

ଇସ୍ଲାମାବାଦ ୩୧।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମାନବାଧିକାର ଓ ଗଣତନ୍ତ୍ର ପ୍ରତି ତାଙ୍କର ଯୋଗଦାନ ନିମନ୍ତେ ନୋବେଲ ଶାନ୍ତି ପୁରସ୍କାର ୨୦୨୫ ଲାଗି ନାମାଙ୍କନ କରାଯାଇଛି। ପାକିସ୍ତାନ ୱାର୍ଲଡ ଆଲାଏନ୍ସ (ପିଡବ୍ଲୁଏ) ଓ ନରୱେ ରାଜନୈତିକ ପାର୍ଟି ସେଣ୍ଟ୍ରମ ଏହି ସୂଚନା ଦେଇଛି। ପିଡବ୍ଲୁଏ ଏକ ଓକିଲଙ୍କ ସମୂହ, ଯାହା ଡିସେମ୍ବର ୨୦୨୩ରେ ସ୍ଥାପିତ ହୋଇଛି। ଏହି ସଙ୍ଗଠନ ନରୱେର ରାଜନୈତିକ ପାର୍ଟି ସେଣ୍ଟ୍ରମ ସହିତ ସମ୍ପର୍କିତ। ସେଣ୍ଟ୍ରମ ସୋସିଆଲ ମିଡିଆ ଏକ୍ସ ରେ ଏ ନେଇ ପୁଷ୍ଟି କରିଛି। ତେବେ ନୋବେଲ ଶାନ୍ତି ପୁରସ୍କାର ନିମନ୍ତେ ଇମ୍ରାନ ଖାନଙ୍କ ନାମ ପ୍ରଥମ ଥର ନାମାଙ୍କନ କରାଯାଇନି। ଏହା ପୂର୍ବରୁ ୨୦୧୯ରେ ମଧ୍ୟ ତାଙ୍କ ନାମ ନୋବେଲ ଚୟନ କମିଟିକୁ ନାମିତ କରାଯାଇଥିଲା। ସେତେବେଳେ ସେ ଦକ୍ଷିଣ ଏସିୟାରେ ଶାନ୍ତି ସ୍ଥାପନା ଦଗିରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ପ୍ରତିବର୍ଷ ନୋବେଲ ପୁରସ୍କାର ନିମନ୍ତେ ନରୱେ ନୋବେଲ କମିଟି ଶତାଧିକ ନାମାଙ୍କନ ପ୍ରାପ୍ତ କରିଥାନ୍ତି। ଏହା ପରେ ୮ ମାସର ଦୀର୍ଘ ମନୋନୟନ ପ୍ରକ୍ରିୟାରେ ନୋବେଲ ବିଜେତାଙ୍କ ଚୟନ କରାଯାଏ। ପୁରସ୍କାରର ଘୋଷଣା ଅକ୍ଟୋବରରେ ହୁଏ ଓ ୨୫ ଡିସେମ୍ବରରେ ପୁରସ୍କାର ବିତରଣ କରାଯାଏ। ଇମ୍ରାନ ଖାନ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ)ର ସଂସ୍ଥାପକ। ସେ ଅଗଷ୍ଟ ୨୦୨୩ରୁ ଜେଲରେ ବନ୍ଦୀ ଅଛନ୍ତି। ଜାନୁୟାରୀ ୨୦୨୪ରେ ତାଙ୍କୁ

ଶାନ୍ତି ନୋବେଲ ପାଇଁ ନାମିତ ହୋଇଛି ଇମ୍ରାନ ଖାନଙ୍କ ନାମ,  ସୁପାରିସ କରିଛି PWA

ଇସ୍ଲାମାବାଦ ୩୧।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମାନବାଧିକାର ଓ ଗଣତନ୍ତ୍ର ପ୍ରତି ତାଙ୍କର ଯୋଗଦାନ ନିମନ୍ତେ ନୋବେଲ ଶାନ୍ତି ପୁରସ୍କାର ୨୦୨୫ ଲାଗି ନାମାଙ୍କନ କରାଯାଇଛି। ପାକିସ୍ତାନ ୱାର୍ଲଡ ଆଲାଏନ୍ସ (ପିଡବ୍ଲୁଏ) ଓ ନରୱେ ରାଜନୈତିକ ପାର୍ଟି ସେଣ୍ଟ୍ରମ ଏହି ସୂଚନା ଦେଇଛି। ପିଡବ୍ଲୁଏ ଏକ ଓକିଲଙ୍କ ସମୂହ, ଯାହା ଡିସେମ୍ବର ୨୦୨୩ରେ ସ୍ଥାପିତ ହୋଇଛି। ଏହି ସଙ୍ଗଠନ ନରୱେର ରାଜନୈତିକ ପାର୍ଟି ସେଣ୍ଟ୍ରମ ସହିତ ସମ୍ପର୍କିତ। ସେଣ୍ଟ୍ରମ ସୋସିଆଲ ମିଡିଆ ଏକ୍ସ ରେ ଏ ନେଇ ପୁଷ୍ଟି କରିଛି। 

ତେବେ ନୋବେଲ ଶାନ୍ତି ପୁରସ୍କାର ନିମନ୍ତେ ଇମ୍ରାନ ଖାନଙ୍କ ନାମ ପ୍ରଥମ ଥର ନାମାଙ୍କନ କରାଯାଇନି। ଏହା ପୂର୍ବରୁ ୨୦୧୯ରେ ମଧ୍ୟ ତାଙ୍କ ନାମ ନୋବେଲ ଚୟନ କମିଟିକୁ ନାମିତ କରାଯାଇଥିଲା। ସେତେବେଳେ ସେ ଦକ୍ଷିଣ ଏସିୟାରେ ଶାନ୍ତି ସ୍ଥାପନା ଦଗିରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ପ୍ରତିବର୍ଷ ନୋବେଲ ପୁରସ୍କାର ନିମନ୍ତେ ନରୱେ ନୋବେଲ କମିଟି ଶତାଧିକ ନାମାଙ୍କନ ପ୍ରାପ୍ତ କରିଥାନ୍ତି। ଏହା ପରେ ୮ ମାସର ଦୀର୍ଘ ମନୋନୟନ ପ୍ରକ୍ରିୟାରେ ନୋବେଲ ବିଜେତାଙ୍କ ଚୟନ କରାଯାଏ। ପୁରସ୍କାରର ଘୋଷଣା ଅକ୍ଟୋବରରେ ହୁଏ ଓ ୨୫ ଡିସେମ୍ବରରେ ପୁରସ୍କାର ବିତରଣ କରାଯାଏ। 

ଇମ୍ରାନ ଖାନ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ)ର ସଂସ୍ଥାପକ। ସେ ଅଗଷ୍ଟ ୨୦୨୩ରୁ ଜେଲରେ ବନ୍ଦୀ ଅଛନ୍ତି। ଜାନୁୟାରୀ ୨୦୨୪ରେ ତାଙ୍କୁ କ୍ଷମତାର ଅପବ୍ୟବହାର ଓ ଭ୍ରଷ୍ଟାଚାର ଅଭିଯୋଗରେ ୧୪ ବର୍ଷ ଜେଲଦଣ୍ଡାଦେଶ ହୋଇଛି। ଏହା ପୂର୍ବରୁ ସେ ସରକାରୀ ଉପହାରର ବିକ୍ରି, ସରକାରୀ ତଥ୍ୟ ଲିକ୍ ଓ ଅବୈଧ ବିବାହ ସମ୍ପର୍କିତ ୩ଟି ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ କୋର୍ଟ ସେହି ଦଣ୍ଡଗୁଡିକୁ ନିଲମ୍ବନ କରିଦେଇଛନ୍ତି। ଏପ୍ରିଲ ୨୦୨୨ରେ ତାଙ୍କ ବିରୋଧରେ ଆଗତ ଅବିଶ୍ୱାସ ପ୍ରସ୍ତାବରେ ସେ ଶାସନ ହରାଇଥିଲେ। 

ତେବେ ଇମ୍ରାନ ଖାନ ତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗକୁ ରାଜନୈତିକ ପ୍ରେରିତ ବୋଲି କହିଛନ୍ତି। ସେ କହିଛନ୍ତି ଯେ ସେ ଯେପରି କ୍ଷମତାକୁ ଫେରି ନ ପାରନ୍ତି ସେଥି ପାଇଁ ତାଙ୍କୁ ଟାର୍ଗେଟ କରାଯାଇଛି। ତାଙ୍କ ସମର୍ଥକ ମଧ୍ୟ ଇମ୍ରାନଙ୍କ ବିରୋଧରେ ଏହା ଏକ ବଡ଼ ଷଡ଼ଯନ୍ତ୍ର ବୋଲି କହୁଛନ୍ତି। ତେବେ ନୋବେଲ ଶାନ୍ତି ପୁରସ୍କାର ନିମନ୍ତେ ଇମ୍ରାନଙ୍କ ନାମାଙ୍କନକୁ ତାଙ୍କ ସମର୍ଥକ ଏକ ଜିତ ଭାବେ ଦେଖୁଛନ୍ତି। ତେବେ ତାଙ୍କର ଆଇନଗତ ଲଢେଇ ଏବେବି ଜାରି ରହିଛି।