୫୮ ଘଣ୍ଟା ଯାଏ KISS କରି ରେକର୍ଡ କରିଥିଲେ; ଏବେ ପରସ୍ପରଠାରୁ ଅଲଗା ହେଲେ ଦମ୍ପତି
ନୂଆଦିଲ୍ଲୀ: ୫୮ ଘଣ୍ଟା ୩୫ ମିନିଟ୍ ଯାଏ KISS କରି ୱାର୍ଲଡ୍ ରେକର୍ଡ କରିଥିବା ସ୍ୱାମୀ-ସ୍ତ୍ରୀ ପରସ୍ପରଠାରୁ ଅଲଗା ହୋଇଛନ୍ତି । ଥାଇଲାଣ୍ଡର ଏହି ଦମ୍ପତି ପରସ୍ପରଠାରୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି । ଏକାଚାଇ ଓ ଲକ୍ଷଣା ତିରାନାରତ ୨୦୧୩ରେ ସବୁଠୁ ଅଧିକ ସମୟ ଯାଏ ଚୁମ୍ୱନ କରି ଗିନିଜ୍ ୱାର୍ଲଡ ରେକର୍ଡ କରିଥିଲେ । ତେବେ ଏହା ଆଦୌ ସହଜ କାର୍ଯ୍ୟ ନଥିଲା । ଏଥିପାଇଁ ଅନିଦ୍ରା ରହି ୨ ଦିନରୁ ଅଧିକ ସମୟ ଧରି ଛିଡ଼ା ହୋଇ ରହିଥିଲେ । ଦୁହେଁ ପରସ୍ପରକୁ ଅଲିଙ୍ଗନ କରି ଲଗାତାର କିସ୍ କରୁଥିଲେ । କିନ୍ତୁ ଏବେ ଏହି ଖବର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଥାଇଲାଣ୍ଡର ଏହି ଦମ୍ପତି ବିଚ୍ଛେଦ ପଛର କାରଣ କହିନାହାନ୍ତି । କିନ୍ତୁ ଦୁହେଁ ସ୍ୱୀକାର କରିଛନ୍ତି ଯେ ସମୟ ବିତିବା ସହ ପରସ୍ପରଠାରୁ ଦୂରେଇବାରେ ଲାଗିଥିଲେ । ଏକାଚାଇ ଏକ ପଡକାଷ୍ଟରେ କହିଛନ୍ତି ଯେ ଦୁଃଖ ମନରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସୂଚନା ଦେଉଛି । ଆମେ ବିତାଇଥିବା ସୁନ୍ଦର ସ୍ମୃତି ପାଇଁ କୃତଜ୍ଞ । କିନ୍ତୁ ଏବେ ଅଲଗା ଅଲଗା ବାଟରେ ଯିବାର ସମୟ ଆସିସାରିଛି ।ବନ୍ଧନକୁ ଅଲଗା ହେବା ସତ୍ତ୍ୱେ ଥାଇଲାଣ୍ଡର ଦମ୍ପତି କହିଛନ୍ତି ଯେ ଦୁହେଁ ପରସ୍ପର ପ୍ରତି ସମ୍ମାନ ଜଣାଇବା ଜାରି ରଖିବେ । ସେମାନେ କହିଛନ୍ତି ଯେ ନିଜ ପିଲାଙ୍କ ଲାଳନପାଳନ ମିଳିମିଶି କରିବା ଉପରେ ଫୋକୋସ ରହିବ । ପରିବାର ପାଇଁ ସହମତିରେ ହିଁ ନିଷ୍ପତ୍ତି ନିଆଯିବ । ୨୦୧୩ ମସିହାରେ ଏହି ରେକର୍ଡ କରିବ
ନୂଆଦିଲ୍ଲୀ: ୫୮ ଘଣ୍ଟା ୩୫ ମିନିଟ୍ ଯାଏ KISS କରି ୱାର୍ଲଡ୍ ରେକର୍ଡ କରିଥିବା ସ୍ୱାମୀ-ସ୍ତ୍ରୀ ପରସ୍ପରଠାରୁ ଅଲଗା ହୋଇଛନ୍ତି । ଥାଇଲାଣ୍ଡର ଏହି ଦମ୍ପତି ପରସ୍ପରଠାରୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି । ଏକାଚାଇ ଓ ଲକ୍ଷଣା ତିରାନାରତ ୨୦୧୩ରେ ସବୁଠୁ ଅଧିକ ସମୟ ଯାଏ ଚୁମ୍ୱନ କରି ଗିନିଜ୍ ୱାର୍ଲଡ ରେକର୍ଡ କରିଥିଲେ । ତେବେ ଏହା ଆଦୌ ସହଜ କାର୍ଯ୍ୟ ନଥିଲା । ଏଥିପାଇଁ ଅନିଦ୍ରା ରହି ୨ ଦିନରୁ ଅଧିକ ସମୟ ଧରି ଛିଡ଼ା ହୋଇ ରହିଥିଲେ । ଦୁହେଁ ପରସ୍ପରକୁ ଅଲିଙ୍ଗନ କରି ଲଗାତାର କିସ୍ କରୁଥିଲେ । କିନ୍ତୁ ଏବେ ଏହି ଖବର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଥାଇଲାଣ୍ଡର ଏହି ଦମ୍ପତି ବିଚ୍ଛେଦ ପଛର କାରଣ କହିନାହାନ୍ତି । କିନ୍ତୁ ଦୁହେଁ ସ୍ୱୀକାର କରିଛନ୍ତି ଯେ ସମୟ ବିତିବା ସହ ପରସ୍ପରଠାରୁ ଦୂରେଇବାରେ ଲାଗିଥିଲେ । ଏକାଚାଇ ଏକ ପଡକାଷ୍ଟରେ କହିଛନ୍ତି ଯେ ଦୁଃଖ ମନରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସୂଚନା ଦେଉଛି । ଆମେ ବିତାଇଥିବା ସୁନ୍ଦର ସ୍ମୃତି ପାଇଁ କୃତଜ୍ଞ । କିନ୍ତୁ ଏବେ ଅଲଗା ଅଲଗା ବାଟରେ ଯିବାର ସମୟ ଆସିସାରିଛି ।
ବନ୍ଧନକୁ ଅଲଗା ହେବା ସତ୍ତ୍ୱେ ଥାଇଲାଣ୍ଡର ଦମ୍ପତି କହିଛନ୍ତି ଯେ ଦୁହେଁ ପରସ୍ପର ପ୍ରତି ସମ୍ମାନ ଜଣାଇବା ଜାରି ରଖିବେ । ସେମାନେ କହିଛନ୍ତି ଯେ ନିଜ ପିଲାଙ୍କ ଲାଳନପାଳନ ମିଳିମିଶି କରିବା ଉପରେ ଫୋକୋସ ରହିବ । ପରିବାର ପାଇଁ ସହମତିରେ ହିଁ ନିଷ୍ପତ୍ତି ନିଆଯିବ । ୨୦୧୩ ମସିହାରେ ଏହି ରେକର୍ଡ କରିବା ପୂର୍ବରୁ ବି ୨୦୧୧ରେ ବି ସବୁଠୁ ଦୀର୍ଘ ସମୟ ଯାଏ ଚୁମ୍ୱନ କରିବାର ରେକର୍ଡ କରିଥିଲେ । ଏଥିପାଇଁ ଦୁହେଁ ୧,୦୦,୦୦୦ ଥାଇ ବାହଟ (୨୦ ଲକ୍ଷରୁ ଅଧିକ ଟଙ୍କା) ପୁରସ୍କାର ଜିତିଥିଲେ ।