Vinesh Phogat: ଭିନେଶ ଫୋଗଟ୍ ଭଲ ପାଠ ପଢୁଥିଲେ ମଧ୍ୟ କାହିଁକି ହେଲେନି ଡାକ୍ତର କି ଇଂଜିନିୟର୍
ସ୍ୱର୍ଣ୍ଣ ପଦକ ଆଣିବା ଆଶାରେ ଭିନେଶ ଫୋଗଟଙ୍କ ଉପରେ ସମଗ୍ର ଦେଶର ଆଖି ଥିଲା, ଯାହା ବର୍ତ୍ତମାନ ଆଉ ସମ୍ଭବ ନୁହେଁ। ଏହି ଆଶା ଏବେ ମଉଳି ଯାଇଥିଲେ ମଧ୍ୟ ସେ କିନ୍ତୁ ଭାରତ ପାଇଁ ନିଶ୍ଚିତ ଗୌରବ। ତେବେ ଆସନ୍ତୁ ଏହାରି ଭିତରେ ଭିନେଶ ଫୋଗଟ୍ କିପରି ଜଣେ ରେସଲର୍ ହୋଇଗଲେ ସେ ବିଷୟରେ ଜାଣିନେବା।
ଆଜି ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାକୁ ଯାଉଥିବା ଭିନେଶ ଫୋଗଟ୍ ଅଧିକ ଓଜନ ପାଇଁ ତାଙ୍କର ଡିସ୍କ୍ୱାଲିଫାଏଡ୍ ଖବର ଭାରତୀୟମାନଙ୍କୁ ନିରାଶ କରିଦେଇଛି। ଏହାକୁ ନେଇ ଭିନେଶ ଫୋଗଟ୍ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି।
ସ୍ୱର୍ଣ୍ଣ ପଦକ ଆଣିବା ଆଶାରେ ଭିନେଶ ଫୋଗଟଙ୍କ ଉପରେ ସମଗ୍ର ଦେଶର ଆଖି ଥିଲା, ଯାହା ବର୍ତ୍ତମାନ ଆଉ ସମ୍ଭବ ନୁହେଁ। ଏହି ଆଶା ଏବେ ମଉଳି ଯାଇଥିଲେ ମଧ୍ୟ ସେ କିନ୍ତୁ ଭାରତ ପାଇଁ ନିଶ୍ଚିତ ଗୌରବ। ତେବେ ଆସନ୍ତୁ ଏହାରି ଭିତରେ ଭିନେଶ ଫୋଗଟ୍ କେଉଁଠାରେ ପାଠ ପଢିଥିଲେ ଏବଂ ସେ କିପରି ଜଣେ ରେସଲର୍ ହୋଇଗଲେ ସେ ବିଷୟରେ ଜାଣିନେବା।
ଅଧିକ ପଢ଼ନ୍ତୁ: ତୁମେ ଚାମ୍ପିଅନ୍ସଙ୍କ ଭିତରେ ଚାମ୍ପିଅନ, ଭିନେଶ ଫୋଗଟଙ୍କୁ ମୋଦିଙ୍କ ସାନ୍ତ୍ୱନା
କେଉଁଠି ହୋଇଥିଲେ ଜନ୍ମ:
କୁସ୍ତି ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ନାଁ ସୃଷ୍ଟି କରିଥିବା ଭିନେଶ ଫୋଗଟ, ହରିୟାଣାର ଭିବାନୀଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନ ୨୫ ଅଗଷ୍ଟରେ ହେବାକୁ ଯାଉଛି। ସେ ୨୫ ଅଗଷ୍ଟ ୧୯୯୪ରେ ଜନ୍ମ ହୋଇଥିଲେ। ହରିୟାଣାର ସବୁଆଡେ କୁସ୍ତିର ପରିବେଶ ଦେଖାଯାଉଥିବା ବେଳେ, ଭିନେଶ ଫୋଗଟଙ୍କ ପରିବାର ମଧ୍ୟ କୁସ୍ତି ସହିତ ଜଡିତ ଥିଲା।

ପାଠପଢା କେଉଁଠି:
ସାଧାରଣତଃ ଅନ୍ୟ ପିଲାମାନେ ଯେପରି ସ୍କୁଲ ଶିକ୍ଷା ଗ୍ରହଣ କରନ୍ତି, ଭିନେଶ ଫୋଗଟ୍ ମଧ୍ୟ ଝୋଝୁ କଲାନ୍ର କେସିଏମ୍ ସିନିୟର ସେକେଣ୍ଡାରୀ ସ୍କୁଲ୍ରେ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ। ଏହା ପରେ ସେ ଉଚ୍ଚଶିକ୍ଷା ପାଇଁ ରୋହତକ୍ ଠାରେ ଥିବା ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରେ ଆଡ୍ମିଶନ ନେଇଥିଲେ ଏବଂ ଏଠାରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

କାହିଁକି ହେଲେନି ଡାକ୍ତର/ଇଞ୍ଜିନିୟର:
ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ପାଠାପଢାରେ ଆଗ୍ରହ ଥିବା ସତ୍ତ୍ୱେ ଭିନେଶ ଫୋଗଟ ଅନ୍ୟ ଝିଅମାନଙ୍କ ପରି ଡାକ୍ତର କି ଇଞ୍ଜିନିୟର କାହିଁକି ହେଲେନି। ଭିନେଶଙ୍କ ପରିବାର ଆରମ୍ଭରୁ କୁସ୍ତି ସହ ଜଡିତ ଥିଲେ ଏବଂ ତାଙ୍କ ଦାଦା ଜାତୀୟ ସ୍ତରର ରେସଲର୍ ଭାବରେ ପରିଚିତ ଥିଲେ। ତାଙ୍କ ଦାଦା ମହାବୀର ସିଂହ ଫୋଗଟ ଜଣେ ଜଣାଶୁଣା କୁସ୍ତି ପ୍ରଶିକ୍ଷକ ମଧ୍ୟ।
ଅଧିକ ପଢ଼ନ୍ତୁ: ଅଲିମ୍ପିକ୍ସରେ ଭିନେଶ ଫୋଗଟଙ୍କ ବିଜୟରେ ଭାରତ ଗର୍ବିତ...କଙ୍ଗନା କଲେ ପରିହାସ

ମହାବୀର ସିଂହଙ୍କୁ ମଧ୍ୟ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିଥିଲା। ତେବେ ପରିବାରରେ କୁସ୍ତିରେ ସମସ୍ତଙ୍କୁ ଦେଖି ଭିନେଶଙ୍କର ମଧ୍ୟ କୁସ୍ତି ପ୍ରତି ଆଗ୍ରହ ବଢିଗଲା ଏବଂ ସେ ତାଙ୍କ ଦାଦାଙ୍କଠାରୁ କୁସ୍ତିର କୌଶଳ ଶିଖିବାକୁ ଲାଗିଲେ। ସେ ପିଲାଦିନରୁ କୁସ୍ତି ଶିଖିବା ଆରମ୍ଭ କରିଥିଲେ, ଯଦିଓ ଏହା ଏତେ ସହଜ ନ ଥିଲା।
ପ୍ରତିବନ୍ଧକକୁ ନଥିଲା ଖାତିର:
ଭାରତରେ ସାଧାରଣତଃ କୁସ୍ତିକୁ ନେଇ ଝିଅମାନଙ୍କ ବିଷୟରେ ଅନେକ ପ୍ରତିବନ୍ଧକ ଥାଏ। ତାଙ୍କ କ୍ଷେତ୍ରରେ ଏହା ମଧ୍ୟ ହୋଇଥିଲା। ଏହା ପରେ ମଧ୍ୟ ଭିନେଶ ଫୋଗଟ ଡାକ୍ତର ଏବଂ ଇଞ୍ଜିନିୟର ହେବା ପରିବର୍ତ୍ତେ ରେସଲର୍ ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସଫଳତା ହାସଲ କରିଥିଲେ।

ରେକର୍ଡ ପରେ ରେକର୍ଡ:
କୁସ୍ତିରେ ନିଜର କ୍ୟାରିଅର୍ ଆରମ୍ଭ କରିଥିବା ଭିନେଶ ଫୋଗଟ୍ ଗୋଟିଏ ପରେ ଗୋଟିଏ ଅନେକ ରେକର୍ଡ ସୃଷ୍ଟି କରିଚାଲିଲେ। କୁସ୍ତି ପ୍ରତିଯୋଗିତାରେ ଭିନେଶ ଅନେକ ସଫଳତା ହାସଲ କରି ହେଇଗଲେ ରେକର୍ଡ ରାଣୀ। ତିନିଥର (୨୦୧୬, ୨୦୧୭, ୨୦୧୮) କମନ୍ୱେଲଥ୍ ଚାମ୍ପିଅନ୍ସିପ୍ରେ ସ୍ୱର୍ଣ୍ଣ ପଦକ ହାସଲ୍ କରିଥିଲେ ଭିନେଶ ଫୋଗଟ।

ଯଦିଓ ୨୦୧୬ ରିଓ ଅଲିମ୍ପିକ୍ସରେ ଆଣ୍ଠୁରେ ଗଭୀର ଆଘାତ କାରଣରୁ ସେ ଅନେକ ମାସ ଖେଳରୁ ଦୂରେଇ ରହିଥିଲେ, କିନ୍ତୁ ସେ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିଥିଲେ। ୨୦୧୮ ମସିହାରେ ସେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଥିଲେ। ୨୦୧୯ରେ ବିଶ୍ୱ ରେସଲିଂ ଚାମ୍ପିଅନ୍ସିପ୍ରେ ବ୍ରୋଞ୍ଜ୍ ପଦକ ବିଜେତା ହୋଇଥିଲେ। ଏସିଆନ୍ ଚାମ୍ପିୟନଶିପ୍ରେ ଭିନେଶ ମଧ୍ୟ ଦୁଇଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି।