Viral Photo: ୧୧ ବର୍ଷ ବଡ଼ ବାବା ଭେନୁଗୋପାଲଙ୍କୁ ବିବାହ କଲେ ଅଭିନେତ୍ରୀ ଦିବ୍ୟା ଶ୍ରୀଧର

କ୍ରିସ୍ ଭେନୁଗୋପାଲଙ୍କୁ ବିବାହ କରିଛନ୍ତି ଅଭିନେତ୍ରୀ ଦିବ୍ୟା ଶ୍ରୀଧର। ଦିବ୍ୟାଙ୍କୁ ବର୍ତ୍ତମାନ ୩୮ ବର୍ଷ ହୋଇଥିବା ବେଳେ କ୍ରିସ୍ ତାଙ୍କ ଠାରୁ ୧୧ ବର୍ଷ ବଡ। ଏହି ବିବାହର ଫଟୋ ସେମାନଙ୍କ ସୋସିଆଲ ମିଡିଆ ପୃଷ୍ଠାରେ ଶେୟାର ହୋଇଛି, ଯାହା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

Viral Photo: ୧୧ ବର୍ଷ ବଡ଼ ବାବା ଭେନୁଗୋପାଲଙ୍କୁ ବିବାହ କଲେ ଅଭିନେତ୍ରୀ ଦିବ୍ୟା ଶ୍ରୀଧର

ଦ୍ୱିତୀୟ ବିବାହ କରି ଏବେ ଚର୍ଚ୍ଚାରେ ଅଛନ୍ତି ମାଲାୟାଲମ୍ ଟିଭି ଅଭିନେତ୍ରୀ ଦିବ୍ୟା ଶ୍ରୀଧର। ସେ ଅଭିନେତା ତଥା ମୋଟିଭେସନାଲ୍ ସ୍ପିଲର୍ କ୍ରିସ୍ ଭେନୁଗୋପାଲଙ୍କୁ ବିବାହ କରିଛନ୍ତି, ଯାହାଙ୍କ ବୟସ ୪୯ ବର୍ଷ। ଅକ୍ଟୋବର ୩୦ରେ ଆୟୋଜିତ ହୋଇଥିବା ଏହି ବିବାହର ଫଟୋ ସେମାନଙ୍କ ସୋସିଆଲ ମିଡିଆ ପୃଷ୍ଠାରେ ଶେୟାର ହୋଇଛି, ଯାହା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ଦିବ୍ୟାଙ୍କୁ ବର୍ତ୍ତମାନ ୩୮ ବର୍ଷ ହୋଇଥିବା ବେଳେ କ୍ରିସ୍ ତାଙ୍କ ଠାରୁ ୧୧ ବର୍ଷ ବଡ। ଏହି ଫଟୋ ଉପରେ ଲୋକମାନେ ବହୁତ ପ୍ରତିକ୍ରିୟା ଦେଉଥିବା ଦେଖାଯାଏ। ଶେୟାର୍ ହୋଇଥିବା ଏକ ଫଟୋରେ କ୍ରିସ୍ ଦିବ୍ୟାଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି, ଯେଉଁ ଫଟୋକୁ ନେଇ ଅଧିକ ଚର୍ଚ୍ଚା ହେଉଛି।

ଦିବ୍ୟାଙ୍କୁ ଟ୍ରୋଲ୍‌:

୧୧ ବର୍ଷ ବଡ ବାବାଙ୍କୁ ବିବାହ କରିଥିବାରୁ ଦିବ୍ୟାଙ୍କୁ ଟ୍ରୋଲ୍‌ କରାଯାଉଛି। ଲୋକମାନେ ଇଣ୍ଟରନେଟରେ ଏହି ଦମ୍ପତିଙ୍କୁ ନେଇ ବିଭିନ୍ନ ପ୍ରକାରର କଥା କହୁଛନ୍ତି। ଭାଇରାଲ୍‌ ହେଉଥିବା ଉଭୟଙ୍କ ଫଟୋକୁ ନେଇ ଲୋକମାନଙ୍କ ଠାରୁ ବିଭିନ୍ନ ପ୍ରତିକ୍ରିୟା ଆସୁଛି। ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଏହି ଦମ୍ପତି ଖୁବ୍ ଖୁସି ଥିବା ଦେଖାଯାଏ।

ବୟସ ପାର୍ଥକ୍ୟ:

ତେବେ ବିବାହରେ ବୟସ ବ୍ୟବଧାନ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମନୋରଂଜନ ଦୁନିଆରେ ଅନେକ ଉଦାହରଣ ରହିଛି। ହିନ୍ଦୀ ସିନେମାରେ ଏପରି ଅନେକ ଦମ୍ପତି ଅଛନ୍ତି, ଯାହାଙ୍କୁ ନେଇ ଅନେକ ପ୍ରକାରର କଥା କୁହାଯାଏ। ବି-ଟାଉନରେ ଅନେକ ଦମ୍ପତିଙ୍କର ମଧ୍ୟ ଏକ ବଡ଼ ବୟସ ବ୍ୟବଧାନ ରହିଛି। ଏହି ତାଲିକାରେ ଅନେକ ତାରକା ସାମିଲ ଅଛନ୍ତି।

ପ୍ରଥମ ସାକ୍ଷାତ:

ସେମାନଙ୍କର ପ୍ରଥମ ସାକ୍ଷାତ ଏକ ଟିଭି ଶୋ’ ‘ପତରାମଟ୍ଟୁ’ ସମୟରେ ହୋଇଥିଲା। ପ୍ରଥମେ ସେମାନେ ବନ୍ଧୁ ହେଲେ ଏବଂ ପରେ ଏହି ବନ୍ଧୁତା ପ୍ରେମର ରୂପ ନେଇଗଲା। କେବଳ ଏତିକି ନୁହେଁ, ଧୀରେ ଧୀରେ ଭେନୁଗୋପାଲ ଦିବ୍ୟାଙ୍କ ପସନ୍ଦ ଜାଣିବା ଆରମ୍ଭ କଲେ ଏବଂ ତା’ପରେ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଦେଲେ।

 
 
 
 
 
 
 
 
 
 
 
 
 
 
 

A post shared by lifenettv (@lifenettv)

ସୂଚନା ମୁତାବକ ଅଭିନେତା କ୍ରିସ୍ ଦିବ୍ୟାଙ୍କୁ ବିବାହ କରିବା ପୂର୍ବରୁ ତାଙ୍କ ପିଲାମାନଙ୍କ ପରାମର୍ଶ ନେଇଥିଲେ। ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ଝିଅ ଦ୍ୱିତୀୟ ବିବାହ ପାଇଁ କ୍ରିସ୍‌ଙ୍କୁ ଗ୍ରହଣ କରିଛନ୍ତି। କ୍ରିସ୍ ଭେନୁଗୋପାଲଙ୍କ ବିଷୟରେ କହିବାକୁ ଗଲେ ସେ କେବଳ ଜଣେ ଅଭିନେତା ନୁହଁନ୍ତି ଜଣେ ଲେଖକ ମଧ୍ୟ।

38 year old actress got married for second time to baba kriss venugopalକ୍ରିସ-ଦିବ୍ୟାଙ୍କ ବିବାହ

ଏହା ବ୍ୟତୀତ ସେ ପୁଲୁ ରାଇଜିଂ, ସମ୍ବଭସ୍ଥଳଥୁ ନିନୁମ୍ ପରି ଟିଭି ଶୋ ଏବଂ ଚଳଚ୍ଚିତ୍ରରେ କାମ କରିଛନ୍ତି। କ୍ରିସ୍‌ଙ୍କ ସହ ବିବାହକୁ ନେଇ ଦିବ୍ୟା କହିଛନ୍ତି ଯେ ତାଙ୍କୁ ବିବାହ କରିବା ତାଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଏବଂ ସେ ଏପରି ଜଣେ ସାଥୀ ପାଇ ଖୁସି ଅଛନ୍ତି।